ବିବାଦ, ବିଭ୍ରାଟ, ତ୍ରୁଟି । ଏସବୁ ଯେମିତି ମାଟ୍ରିକ ପରୀକ୍ଷା ଲାଗି ପ୍ରତିଶବ୍ଦ ପାଲଟିଗଲାଣି । ଚିନ୍ତାରେ ଛାତ୍ରଛାତ୍ରୀ, ଅଭିଭାବକ । ପ୍ରତିବର୍ଷ ମାଟ୍ରିକ ପରୀକ୍ଷା ଆସିଲେ, ସାଙ୍ଗରେ ବିବାଦ ବି ଆସିଥାଏ ।
ଉପନିର୍ବାଚନ କେବେ ହେବ ଜଣାନାହିଁ । ନିର୍ବାଚନ କମିଶନଙ୍କଠୁ ବି କିଛି ସଙ୍କେତ ଆସିନି । ହେଲେ ଝାରସୁଗୁଡ଼ା ପାଣି ପବନରୁ କିନ୍ତୁ ସ୍ପଷ୍ଟ ବାରି ହେଲାଣି ଭୋଟ୍ ପ୍ରଚାରର ମାହୋଲ ।
ଏଲ୍ ଆଣ୍ଡ୍ ଟି ଘଟଣା ପରେ ଏବେ ହୋମାଗାର୍ଡଙ୍କ ଭତ୍ତା ମାମଲା । ବର୍ଷ ବର୍ଷର ଲଢ଼େଇ ପରେ ପୁଣି ଓଡ଼ିଶା ସରକାରଙ୍କୁ ସୁପ୍ରିମ୍ ଝଟକା ।
ବର୍ଷା, ପବନ ଓ କୁଆପଥର ମାଡ଼ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଉଜାଡ଼ି ଦେଇଛି ବହୁ ଚାଷୀଙ୍କ କ୍ଷେତ । ପୁରୀରେ ଧାନ, ନବରଙ୍ଗପୁରରେ ମକା ଆଉ କୋରାପୁଟରେ ପରିବା ।
ଚାରି ଦିନ ତଳେ ବେଶ୍ ଖୁସ ମିଜାଜରେ ବନ୍ଧୁଙ୍କ ବାର୍ଥ ଡେ’ ପାଳିଥିଲେ ଡିଜେ ଆଜେକ୍ସ । କେକ୍ ଖୁଆଇଥିଲେ, ସେଲଫି ବି ନେଇଥିଲେ । ହେଲେ ଦିନ ଚାରିଟା ଯାଇନି ବଦଳିଯାଇଛି ସମସ୍ତ ଚିତ୍ର । ଆଉ ନାହାଁନ୍ତି ବିନ୍ଦାସ, ଖୁସ ମିଜାଜ ଫେମସ ଡିଜେ ଆଜେକ୍ସ।
AIIMSରେ ସୃଷ୍ଟି ହୋଇଥିବା ପଦବୀ ପୂରଣ ପାଇଁ ଏକ କମିଟି ଗଠନ କରାଯାଇଛି । ଯେଉଁଥିରେ ନୀତି ଆୟୋଗ କମିଟିର ସଦସ୍ୟ ଡଃ. ବି.କେ ପାଲ୍, ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନାର ଅତିରିକ୍ତ ସଚିବ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅଧିକାରୀ ଏବଂ ଦିଲ୍ଲୀ AIIMSର ନିର୍ଦ୍ଦେଶକ ସାମିଲ ହେବେ ।
ଆସନ୍ତାକାଲି ପାଇଁ ରାଜ୍ୟର ୧୦ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି ।
ଚୀନ୍ରେ ଦ୍ରୁତଗତିରେ ଜନସଂଖ୍ୟା ହ୍ରାସ ପାଉଥିବା କୁହାଯାଉଛି। ଏ ବିଷୟରେ ଚିନ୍ତା କରି ଚୀନ୍ ବର୍ତ୍ତମାନ ଜନସଂଖ୍ୟା ବୃଦ୍ଧି ପାଇଁ ପ୍ରୟାସ ଆରମ୍ଭ କରିଛି। ଏଠାରେ କିଛି ଶୁକ୍ରାଣୁ ଦାନ ଶିବିର ଆୟୋଜିତ ହେଉଛି।
’ବବି କହୁଛନ୍ତି ନବରଙ୍ଗପୁରକୁ CMO ଆସିଛି, ହେଲେ CMO କିଏ । 5T ଯଦି ଏକ ଚିନ୍ତାଧାରା ତେଣୁ ଚିନ୍ତାଧାରା CMO କେମିତି ହେଲା । ନିଜ ଚାକିରି ବଞ୍ଚାଇବାକୁ କ୍ରୀତଦାସ ହେବାକୁ ବବି ଚାହୁଁଛନ୍ତି’ ।
ଚୀନ ଗତ ଗୋଟିଏ ମାସ ମଧ୍ୟରେ ୬୭ ନୌ ଜାହଜ ଏବଂ ୨୬୬ ସୈନ୍ୟ ବିମାନ ତାଇୱାନକୁ ପଠାଇଛି । ସେପ୍ଟେମ୍ୱର ୨୦୨୦ରେ ତାଇବାନ୍ ବାୟୁସେନା କ୍ଷେତ୍ରକୁ ନିୟମିତ ବିମାନ ପଠାଉଥିଲା ।
FCI ରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ଏଥିପାଇଁ FCI ଆସିଷ୍ଟାଣ୍ଟ୍ ଜେନେରାଲ୍ ମ୍ୟାନେଜର୍ (AE) ଏବଂ ଆସିଷ୍ଟାଣ୍ଟ ଜେନେରାଲ୍ ମ୍ୟାନେଜର (EM) ପଦବୀରେ ନିଯୁକ୍ତି ପାଇଁ ଆବେଦନ ମାଗିଛି।
ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍ । ଭିଡିଓ ସାମ୍ନାକୁ ଆସିବା ପରେ ରାଜଧାନୀ ଦିଲ୍ଲୀରେ ମହିଳାଙ୍କ ସୁରକ୍ଷାକୁ ନେଇ ପୁଣି ଥରେ ଚିନ୍ତା ବଢ଼ିଛି ।
ଖସିଗଲା ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହ । ପଞ୍ଜାବ ପୋଲିସକୁ ଚକ୍ମା ଦେଇ ହେଲା ଫେରାର। ତାକୁ ଧରିବା ପାଇଁ ପୁଲିସ ନାକେଦମ୍ ହୋଇଛି। ଫେରାର ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହକୁ ପଳାତକ ଘୋଷଣା କରାଯାଇଛି।
ମାହେଶ୍ୱରୀ ସମାଜ ପକ୍ଷରୁ କୁହାଯାଇଛି କି, ଯଦି କୌଣସି ଦମ୍ପତି ୨ରୁ ଅଧିକ ସନ୍ତାନ ଜନ୍ମଦିଅନ୍ତି ତାଙ୍କୁ ୫୦ ହଜାର ଟଙ୍କା ଫିକ୍ସଡ୍ ଡିପୋଜିଟ୍ ମିଳିବ ।
ମାଟ୍ରିକ ପରୀକ୍ଷା ଦେବେ ବୋଲି ପରୀକ୍ଷାର୍ଥୀ ଏବଂ ଅଭିଭାବକଙ୍କୁ ନାକେଦମ ହେବାକୁ ପଡୁଛି । କିଏ ୪୫ କିଲୋମିଟର ଦୂରକୁ ପ୍ରତିଦିନ ଯା’ଆସ କରୁଛନ୍ତି ତ ଆଉ କିଏ ଘରଭଡ଼ା ନେଇ ରହିବା ସହ ପରୀକ୍ଷା ଦେଉଛନ୍ତି।
ଏବେ ସବୁଠାରୁ ଅଧିକ ରୋଜଗାର କରିଥିବା ଫିଲ୍ମର ତାଲିକା ଆସିଛି। ଏହି ତାଲିକା ବହୁତ ଆକର୍ଷଣୀୟ। ଏହି ତାଲିକାରେ ୨ଟି ବଲିଉଡ୍ ଚଳଚ୍ଚିତ୍ର ଥିବାବେଳେ ୩ଟି ସାଉଥ୍ ଚଳଚ୍ଚିତ୍ର ରହିଛି। ଆସନ୍ତୁ ଜାଣିବା…
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓକୁ ନେଇ ଏବେ ସବୁଠି ଭାରି ଚର୍ଚ୍ଚା । ଭାଇରାଲ ହେଉଥିବା ଭିଡିଓକୁ ସୋସିଆଲ ମିଡିଆ ପ୍ଲାର୍ଟଫର୍ମ ଇନଷ୍ଟାଗ୍ରାମରେ ଇନ୍ସପାୟର ନେଚର ନାମକ ପେଜରୁ ସେୟାର କରାଯାଇଛି । ଭିଡିଓରେ ଦେଖିବାକୁ ମିଳିଛି ଜଣେ ମହିଳା ଓ ପୁରୁଷ ରାସ୍ତା ଉପରେ ବସିଛନ୍ତି । ତାଙ୍କ ପଛପାର୍ଶ୍ୱରେ ଲୋକେ ଯିବା ଆସିବା କରୁଛନ୍ତି । ଉଭୟ ପୁରୁଷ ଓ ମହିଳାଙ୍କ ଦୃଷ୍ଟିଶକ୍ତି ନଥିବା ଭିଡିଓରେ ଦେଖିବାକୁ ମିଳୁଛି।
ରାଶିକୁ ନେଇ ମନ ଭିତରେ ଅନେକ ଦ୍ୱନ୍ଦ ରହିଛି । ୧୨ଟି ରାଶି ମଧ୍ୟରେ ଦ୍ୱତୀୟ ରାଶି ହେଉଛି ବୃଷ । ତେବେ ଆଜି ଆମେ ଜାଣିବା ବୃଷ ରାଶି ବିଷୟରେ...
ଶ୍ରୀମନ୍ଦିର ଗର୍ଭଗୃହରେ ପଶି ମହାପ୍ରଭୁଙ୍କ ଶ୍ରୀଅଙ୍ଗ ପ୍ରତି ସମ୍ଭାବ୍ୟ କ୍ଷତି ପହଞ୍ଚାଉଥିବା ମୂଷାଙ୍କ ପ୍ରାଦୁର୍ଭାବକୁ ରୋକିବା ପାଇଁ ଆସିଥିବା ସ୍ୱତନ୍ତ୍ର ମେସିନ କାମରେ ଲାଗିପାରିବନି।
ଲାଇନ୍ କାଟିବାର କାରଣ ଜାଣିଲେ ଆପଣ ବି ମୁଣ୍ଡରେ ହାତ ଦେବେ । ଆଉ ବିଦ୍ୟୁତ୍ ବିଭାଗର କର୍ମଚାରୀଙ୍କୁ ମନେ ମନେ ଗାଳି ବି ଦେବେ । କାରଣ ନିଜର ଭୁଲ ଲାଗି ବିଜୁଳି ବିଲ୍ ସଂଗ୍ରହ କରିପାରିଲା ନାହିଁ ବିଭାଗ । ତେଣୁ ଅଧିକାଂଶ ଟଙ୍କା ବକେୟା ରହିଗଲା । ତେଣୁ ବକେୟା ଟଙ୍କା ବାହାନାରେ ଏବେ ଗାଁରୁ ବିଜୁଳି କାଟିଦେଲା ବିଭାଗ । ଲାଇନ୍ କଟିବାରୁ ତିନିଟି ଗାଁ ୩ ଦିନ ହେଲାଣି ଅନ୍ଧାରେ ରହିଛି ।
ମହଙ୍ଗା ପଡ଼ିଲା ଗର୍ଲଫ୍ରେଣ୍ଡ୍କୁ ଧୋକା ଦେଇ ଅନ୍ୟ ଯୁବତୀଙ୍କ ସହ ଡିନର୍ ଡେଟ୍ରେ ଯିବା। ରାସ୍ତାକଡ଼ରେ ଚେୟାରରେ ବସି ଅନ୍ୟ ଯୁବତୀଙ୍କ ସହ ଖାଉଥିବା ବେଳେ ଧରି ପକାଇଥିଲେ ଗର୍ଲଫ୍ରେଣ୍ଡ୍।
ଲାବୋରେଟୋରୀରେ ବିକଶିତ ଆବଶ୍ୟକୀୟ ସୁସ୍ଥ କୋଷ ଦ୍ୱାରା ରୋଗାକ୍ରାନ୍ତ ଅଙ୍ଗ-ପ୍ରତ୍ୟଙ୍ଗର କୋଷଗୁଡିକ ଯାଗାରେ ସ୍ଥାପିତ କରି ନୂତନ ସୁସ୍ଥ କୋଷ ତିଆରି ବା ରିଜେନେରେଟ୍ କରିହେବ। ଏହି ଚିକିତ୍ସା ପଦ୍ଧତିରେ ଡାଇବେଟିସ୍, ଆଘାତପ୍ରାପ୍ତ ମେରୁଦଣ୍ଡ, ହୃଦ୍ରୋଗ, ବ୍ରେନ୍-ଷ୍ଟ୍ରୋକ୍, କ୍ୟାନସର ଆଦିରେ ପୀଡିତ ବ୍ୟକ୍ତି ବିଶେଷ ଉପକୃତ ହେବେ।
ବାଙ୍ଗଲାଦେଶରେ ବଡ଼ ଦୁର୍ଘଟଣା( Bangladesh Bus Accident ) । ୧୬ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ମୃତକଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି ।
ଯେଉଁ ସାପକୁ ଦିନେ ଘରେ ପାଳିଥିଲା ତାହାରି ଚୋଟରେ ଆଜି ଘାଇଲା ପାକିସ୍ତାନ। ଆତଙ୍କବାଦୀଙ୍କ ଭୂସ୍ୱର୍ଗ କୁହାଯାଉଥିବା ପାକିସ୍ତାନ ଏବେ ନିଜେ ଆତଙ୍କୀଙ୍କ ହମଲାରେ ଲହୁଲୁହାଣ । ଏନେଇ ସଦ୍ୟ ପ୍ରକାଶିତ ଏକ ରିପୋର୍ଟରେ ପାକିସ୍ତାନର ଅସଲ ଚେହେରା ସାମ୍ନାକୁ ଆସିଛି ।