• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ଜୀବନ । ରବିବାର ଦିନ ସକାଳରେ ବାଂଲାଦେଶ(Bangladesh)ରୁ ବାହାରିଥିବା ଏକ ଦ୍ରୁତଗାମୀ ବସ୍ ଭାରସାମ୍ୟ ହରାଇ ଖାଇକୁ ଖସି ପଡ଼ିବା ପରେ ୧୬ ଜଣଙ୍କର ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ୩୦ ଜଣ ଆହତ ହୋଇଛନ୍ତି । ତେବେ ଦୁର୍ଘଟଣା ଏତେ ଭୟଙ୍କର ହୋଇଛି, ଯେ ଗାଡ଼ିର ସାମ୍ନା ପାଖ ପୂରା ଚୁରମାର ହୋଇଯାଇଛି । ମଦାରିପୁର ଅନ୍ତର୍ଗତ ଶିବଚର ହାଇୱେ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି ।

ପୋଲିସର ସୂଚନା ଅନୁସାରେ, ବସ୍‌ଟି ସକାଳ ୪ଟାରେ ୪୩ଜଣ ଯାତ୍ରୀଙ୍କୁ ଧରି ଖୁଲଣାର ଫୁଲତାଲା ବସ୍‌ କାଉଣ୍ଟର୍‌ରୁ ବାହାରି ଢାକା ଅଭିମୁଖେ ଯାତ୍ରା କରୁଥିଲା । ସକାଳ ପ୍ରାୟ ୭.୩୦ ସମୟରେ ମଦାରିପୁରର ଏକ ଏକ୍ସପ୍ରେସୱେରେ ନିୟନ୍ତ୍ରଣ ହରାଇ ଖାଇକୁ ଖସି ପଡ଼ିଥିଲା ବସ୍‌ । ଏଥିରେ ୧୬ ଜଣ ପ୍ରାଣ ହରାଇଛନ୍ତି ।

 ଅନେକ ଆହତଙ୍କ ଅବସ୍ଥା ବତ୍ତର୍ମନ ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶା କରାଯାଉଛି । ଆହତଙ୍କୁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସକାଳ ୮.୧୫ ସୁଦ୍ଧା ବସ୍‌ ଡ୍ରାଇଭର୍‌ ସମେତ ୧୬ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।

ମୃତ ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣକର ପରିଚୟ ମିଳିଥିବା ବ‌େଳେ ବାକି ଯାତ୍ରୀମାନଙ୍କର ହଠାତ୍‌ ପରିଚୟ ମିଳିପାରି ନାହିଁ । ଚିହ୍ନଟ ହୋଇଥିବା ମୃତକ ଯୁବତୀ ଜଣକ ହେଲେ ଢାକା ବିଶ୍ୱବିଦ୍ୟାଳୟରେ ଇଂରାଜୀ ବିଭାଗରେ ଅଧ୍ୟୟନ କରୁଥିବା ଦ୍ୱିତୀୟ ବର୍ଷର ଛାତ୍ରୀ ସୁଇଟି। ତାଙ୍କ ବୟସ ୨୦ ବର୍ଷ ।