/odishatv-khabar/media/post_attachments/uploadimage/library/16_9/16_9_0/EPFO_1679160923.jpg)
EPFO
EPFOରୁ ଟଙ୍କା ଉଠାଇବା ଆହୁରି ହେଲା ସହଜ
ଜଣେ କର୍ମଚାରୀଙ୍କ ଚାକିରି ସମୟର ବଡ଼ ପୁଞ୍ଜି ହେଉଛି EPFO । ପ୍ରୋଭିଡେଣ୍ଟ ଫଣ୍ଡ ଆକାଉଣ୍ଟ ହେଉଛି ଜଣେ ଚାକିରି କରୁଥିବା ବ୍ୟକ୍ତିଙ୍କ ସଞ୍ଚୟ କରିବାର ଏକ ବଡ଼ ପଦ୍ଧତି । EPFO ମାଧ୍ୟମରେ ସଞ୍ଚୟ କରାଯାଇଥିବା ଅର୍ଥ ଲୋକଙ୍କ ଅତ୍ୟନ୍ତ ଦରକାରୀ ସମୟରେ ଆସିଥାଏ । ଯାହା କି ବିପଦ ସମୟରେ ମଧ୍ୟ ସାହାଯ୍ୟ କରିଥାଏ । ପ୍ରତିବର୍ଷ PF ପାଣ୍ଠିରେ ରଖାଯାଥିବା ଟଙ୍କା ଉପରେ ସୁଧ ମଧ୍ୟ ଆସିଥାଏ ।
ଚଳିତ ଆର୍ଥିକ ବର୍ଷ ପାଇଁ ସରକାର ୮.୧% ସୁଧହାର ସ୍ଥିର କରିଛନ୍ତି । ଏମିତିକି ଅପଣଙ୍କ ଆବଶ୍ୟକ ସମୟରେ ଏହି ଟଙ୍କା ମଧ୍ୟ ଉଠାଇପାରିବେ ବୋଲି କୁହାଯାଇଛି । EPFOରେ ଟଙ୍କା ରଖୁଥିବା ବ୍ୟକ୍ତି ବିବାହ ପାଇଁ ଅଗ୍ରୀମ ଭାବେ ଟଙ୍କା ଉଠାଇପାରିବେ ବୋଲି ସୂଚନା ଦିଆଯାଇଛି ।
ଦିଆଯାଇଥିବା ସୂଚନା ଅନୁସାରେ PF ପ୍ରତ୍ୟାହାର ନିୟମାବଳୀ ଅନୁଯାୟୀ ଜଣେ ଆକାଉଣ୍ଟଧାରୀ ଏହି ଟଙ୍କା ଉଠାପାରିବେ । ହେଲେ ଏଥିପାଇଁ କିଛି ନିୟମ ରହିଛି । ଯାହା ନିଜେ ଆକାଉଣ୍ଟଧାରୀ EPFO ଅଧିକାରୀଙ୍କ ସହ ପରାମର୍ଶ ନେବାପରେ ଏନେଇ ପଦକ୍ଷେପ ନେପାରିବେ ।
ଇପିଏଫ୍ଓ ଅନୁଯାୟୀ, ସଦସ୍ୟମାନେ ସେମାନଙ୍କ ପାଣ୍ଠିରେ ରଖାଯାଇଥିବା ମୋଟ ରାଶିର ୫୦% ପ୍ରତ୍ୟାହାର କରିପାରିବେ । ତଥାପି, ଏହାର ଏକ ମାନଦଣ୍ଡ ହେଉଛି । ପ୍ରୋଭିଡେଣ୍ଟ ପାଣ୍ଠିର ୭ ବର୍ଷର ସଦସ୍ୟତା ରହିବା ଉଚିତ୍ । ଆପଣ ସୁବିଧାଜନକ ଭାବରେ PF ପାଣ୍ଠି ପ୍ରତ୍ୟାହାର କରିପାରିବେ । EPFO କହିଛି ଯେ ଆପଣ କେବଳ ୭୨ଘଣ୍ଟା ପରେ ଅନଲାଇନରେ ଟଙ୍କା ଉଠାଇ ପାରିବେ ।
୨୦୨୩-୨୦୨୪ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାର କିଛି ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ବଜେଟ୍ରେ ସରକାର EPFO ପ୍ରତ୍ୟାହାର ଉପରେ କିଛି ପରିବର୍ତ୍ତନ କରିଛନ୍ତି । EPFO ପ୍ରତ୍ୟାହାର ଉପରେ TDS ୩୦%ରୁ ୨୦%କୁ ହ୍ରାସ ପାଇବ ବୋଲି କୁହାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)