ପ୍ରଥମେ ପଡ଼ିଆ ମଝିରେ ଏହି ସ୍ୱତନ୍ତ୍ର ପ୍ରକାର ଫୁଟବଲକୁ ପୂଜା କରାଯାଇଥାଏ । ତା’ପରେ ଖେଳାଳିମାନେ ସେହି ଫୁଟବଲକୁ ମୁଣ୍ଡିଆ ବି ମାରିଥାନ୍ତି । ତା’ପରେ ଆରମ୍ଭ ହୁଏ ଖେଳ ।
ଦୀପାବଳିରେ କଟକଣା ନମାନି ସମସ୍ତେ ବାଣ ଫୁଟାଇବା ପରେ ସାରା ରାଜ୍ୟ ବିଶେଷ କରି ଭୁବନେଶ୍ୱର ଓ କଟକରେ ବଢ଼ିଥିଲା ବାୟୂ ପ୍ରଦୂଷଣ ।
ଲେଖିକା ବନସ୍ମିତା ପତିଙ୍କ ଅଭିଯୋଗ ଆଧାରରେ ମୌସୁମୀଙ୍କୁ ଗିରଫ କରାଯାଇଛି । ବିବାଦ ପଛରେ ରହିଛି ୫ଲକ୍ଷ ୮୦ ହଜାର ଟଙ୍କାର କାରବାର ।
ପ୍ରଦୀପ ପାଣିଗ୍ରାହୀ ପଚାରିଛନ୍ତି ଯେ, ବିଜେଡିର ଦଳୀୟ ପାଣ୍ଠିକୁ ଏତେ ଟଙ୍କା ଆସୁଛି କେଉଁଠୁ । ୫ ବର୍ଷରେ ୬୨୨ କୋଟି ଟଙ୍କା କେଉଁଠୁ ଆସିଲା ।
OSSC ନିକଟରେ ଏକ ନୂତନ ଚାକିରି ବିଜ୍ଞପ୍ତି ପ୍ରକାଶ କରିଛି। ଏହି ବିଜ୍ଞପ୍ତି ଅନୁସାରେ ଓଡ଼ିଶାରେ ଜୁନିୟର ଟାଇପିଷ୍ଟ୍, ଜୁନିୟର ଷ୍ଟେନୋଗ୍ରାଫର୍, ଜୁନିୟର କ୍ଲର୍କ, ଜୁନିୟର କପିଷ୍ଟ୍, ଡାଟାଏଣ୍ଟ୍ରୀ ଅପରେଟର ଆଦି ପଦବୀ ପୂରଣ ହେବ।
ମହାରାଷ୍ଟ୍ରର ମାଲେଗାଓଁରେ ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫ୍ଙ୍କ 'ଟାଇଗର ୩' ସ୍କ୍ରିନିଂ ସମୟରେ ସିନେମା ହଲ୍ରେ ବହୁତ ବଡ଼ ଆତସବାଜି ହୋଇଥିଲା। ପ୍ରଶଂସକମାନେ ସିନେମା ହଲ୍ରେ ଏତେଗୁଡ଼ିଏ ଆତସବାଜି କରିଥିଲେ ଯେ ଏହା ଏକ ଦିୱାଲୀ ପରି ପରିବେଶ ସୃଷ୍ଟି କରିଥିଲା।
ଦର୍ଶକଙ୍କ ଆଶା ପୂରଣ କରିପାରିଲା ନାହିଁ ‘ଟାଇଗର ୩’। ୟଶରାଜ୍ ଫିଲ୍ମକୁ ସ୍ପାଇ ୟୁନିଭର୍ସ କରିବାରେ ପ୍ରେରଣା ଦେଇଥିବା ‘ଟାଇଗର’ ଏହାର ମୂଳଦୁଆ ଥିଲା। କିନ୍ତୁ ସେହି ମୂଳଦୁଆକୁ ‘ଟାଇଗର ୩’ ଆସୁ ଆସୁ ବହୁତ ଦୁର୍ବଳ କରିଦେଲା।
କାର୍ତ୍ତିକ ସୋମବାରରେ ଶ୍ରୀଜିଉଙ୍କୁ ଦର୍ଶନ ଲାଗି ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ । ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଧାଡ଼ିରେ ଯାଇ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରୁଛନ୍ତି ।
ଛତିଶଗଡରେ ଆସନ୍ତା ୧୭ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ।
ସୌର ତୁଳା ମାସ କାର୍ତ୍ତିିକ କୃଷ୍ଣପକ୍ଷ । ଇଂରାଜୀରେ ୧୩ ତାରିଖ, ସୋମବାର, ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..
ଅଗ୍ନିକାଣ୍ଡରେ ଜଳିଗଲା ୬ ବଖରା । ପୁରୀ କୃଷ୍ଣପ୍ରସାଦ ବାଲିପାଟପୁର ଗାଁରେ ଅଗ୍ନିକାଣ୍ଡ ଘଟିଛି । ବିଳମ୍ବିତ ରାତିରେ ଘରେ ଶୋଇଥିବା ବେଳେ ପୋଡିଗଲା ୬ ବଖରା ଘର ।
ଅଜା ବାହାବେ... ଅନ୍ଧାରେ ଅନ୍ଧାରେ ଆବେ, ଉଜଲେ ଉଜଲେ ଜାବେ... ମହାପ୍ରସାଦ ଖାବେ ।
ମା’ କାଳୀଙ୍କ ଆରାଧନା ପାଇଁ ଚଳଚଞ୍ଚଳ ଶକ୍ତିପୀଠ ଓ ପୂଜାମଣ୍ଡପ । ମଧ୍ୟ ରାତ୍ରରେ ରୀତିନୀତି ଅନୁଯାୟୀ ମାଆଙ୍କ ପୂଜାପାଠ କରାଯାଇଛି ।
ଥାଇଲାଣ୍ଡ ଉପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା । ଏହି ଅଞ୍ଚଳରେ ବହୁତ ବାଦଲ ମଧ୍ୟ ଦେଖା ଯାଇଛି ।
ଉତ୍ତରାଖଣ୍ଡର ଉତ୍ତରକାଶୀରେ ନିର୍ମାଣାଧିନ ଟନେଲ ଭୁଶୁଡ଼ିବା ଘଟଣା । ଟନେଲରେ ଫସିଛନ୍ତି ୫ ଓଡ଼ିଆ ଶ୍ରମିକ ।
ଦିଲ୍ଲୀରେ ଦୀପାବଳି ବଢାଇଲା ପ୍ରଦୂଷଣ । ସୁପ୍ରିମକୋର୍ଟଙ୍କ କ୍ରାକର ବ୍ୟାନକୁ ମାନିଲେନି ଦିଲ୍ଲୀ ବାସିନ୍ଦା ।
ଉତ୍ତରାଖଣ୍ଡର ଉତ୍ତରକାଶୀରେ ନିର୍ମାଣାଧିନ ଟନେଲ ଭୁଶୁଡ଼ିବା ଘଟଣା । ରାତିସାରା ଜୋରସୋରରେ ଚାଲିଛି ଉଦ୍ଧାର କାର୍ଯ୍ୟ ।
ଦୀପାବଳି ପାଳନ ଅବସରରେ ଦୁର୍ଘଟଣା । ଛୋଟ ବଡ଼ ଦୁର୍ଘଟଣାରେ ଅନେକ ଆହତ ।
ବର୍ତ୍ତମାନ ନୂଆ ନୋଷ୍ଟ୍ରାଡମସ୍ ନାମକ ଜଣେ ଭବିଷ୍ୟବକ୍ତା ୨୦୨୪ ବର୍ଷ ବିଷୟରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭବିଷ୍ୟବାଣୀ କରିଛନ୍ତି। ୨୦୨୪ ମସିହାରେ ତୃତୀୟ ବିଶ୍ୱଯୁଦ୍ଧ ହେବ ବୋଲି ସେ କହିଛନ୍ତି। ଏକ ବିମାନ ଦୁର୍ଘଟଣା ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ କରିବ ବୋଲି ସେ କହିଛନ୍ତି। ତାଙ୍କର ଅନେକ ଭବିଷ୍ୟବାଣୀ ସତ ହୋଇଛି।
ଗ୍ରୁପ୍ ରାଉଣ୍ଡର ଶେଷ ମ୍ୟାଚ୍ରେ ଭାରତ ନେଦରଲ୍ୟାଣ୍ଡକୁ ୧୬୦ ରନ୍ରେ ପରାସ୍ତ କରିଛି। ନଭେମ୍ବର ୧୫ରେ ମୁମ୍ବାଇର ୱାନ୍ଖେଡେ ଷ୍ଟାଡିୟମରେ ପ୍ରଥମ ସେମିଫାଇନାଲରେ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ଭେଟିବ।
୬ ବର୍ଷ ତଳର ସେହି ଛାତିଥରା ବାଣ ବିସ୍ଫୋରଣ ଘଟଣା ଆଜି ବି ମନେପଡ଼ିଲେ ମୁଣ୍ଡରୁ ପାଦ ଯାଏ କୋଲ ମାରିଯାଏ ବାଲେଶ୍ୱର ବାହାବଳପୁରର ଗୋଲକ ପ୍ରଧାନ ଓ ପତ୍ନୀଙ୍କର ।
ଆଜି ଆଲୋକର ପର୍ବ ଦୀପାବଳି । ଏଥିପାଇଁ ଉତ୍ସବ ମୁଖର ଗାଁଠୁ ସହର । ଆଜିର ଏହି ଖୁସିର ପର୍ବ ଭିତରେ ଆଉ ଏକ ମହତ୍ତ୍ୱ ରଖେ, ପୟାଶ୍ରାଦ୍ଧ । ଅର୍ଥାତ କାର୍ତ୍ତିକ ଅମାବାସ୍ୟା ତିଥି ପଡୁଥିବାରୁ ପିତୃପୁରୁଷଙ୍କୁ ମନେ ପକାଇବାର ଦିନ । ସେଥିପାଇଁ ତ କେଉଁଠି ପୟାଶ୍ରାଦ୍ଧ କରାଯାଇଛି ତ, ଆଉ କେଉଁଠି କାଉଁରିଆ କାଠି ଜାଳି ବଡ଼ବଡ଼ୁଆ ଡାକ ପକାଯାଇଛି ।
ଏ ବିଚିତ୍ରମୟ ଦୁନିଆରେ ଅନେକ ବିଚିତ୍ର ଜୀବ ଦେଖାଯାଆନ୍ତି। ବର୍ତ୍ତମାନ ସୋସିଆଲ୍ ମିଡିଆରେ ଏମିତି ଏକ କୀଟର ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଆପଣ ଦେଖିଲେ ଏହାକୁ କହିବେ ଏକ କାଠ ଖଣ୍ଡ।
ଚର୍ଚ୍ଚା ହେଉଛି ରାଜ୍ୟ ସରକାର ପୁରୀ ବଡଦାଣ୍ଡରେ ଥିବା ସବୁ କୋଠାର ରଙ୍ଗ ବଦଳେଇ ଫିକା ଗୋଲାପୀ କରିବାକୁ ଯାଉଛନ୍ତି ।
ଦରବୃଦ୍ଧି ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟସ୍ତରରେ ଗଠନ ହୋଇଛି ପ୍ରାଇସ ଷ୍ଟାବିଲାଇଜେସନ ଫଣ୍ଡ। କୌଣସି ସାମଗ୍ରୀର ଦରଦାମ ହଠାତ ଅହେତୁକ ବଢିଗଲେ ଏଥିରୁ ଅର୍ଥ ଖର୍ଚ୍ଚ କରି ଖାଉଟୀଙ୍କୁ ଆଶ୍ୱସ୍ତି ଦେବା ବ୍ୟବସ୍ଥା ହୋଇଛି।