/odishatv-khabar/media/post_attachments/uploadimage/library/16_9/16_9_0/IMAGE_1699873516.jpg)
Pradeep Panigrahi
ଏଥର ସିଧା ମୁଖ୍ୟମନ୍ତ୍ରୀଙ୍କ ଅଫିସକୁ ଟାର୍ଗେଟ କରିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ସେ କହିଛନ୍ତି ଯେ ରାଜ୍ୟକୁ ଲୁଟୁଛନ୍ତି ‘ଗ୍ୟାଙ୍ଗ ଅଫ୍ ଫାଇଭ୍’ । ମୁଖ୍ୟମନ୍ତ୍ରୀଙ୍କ ଅଫିସ ହେଉଛି ଦୁର୍ନୀତିର ଏନ୍ତୁଡ଼ିଶାଳ । ସିଏମଓର ଅଫିସରମାନେ ହିଁ ଦୁର୍ନୀତିରେ ସଂପୃକ୍ତ । ସବୁଠୁ ବଡ଼ ସ୍କାମ୍ ହେଉଛି OPSC, SSC ଅଧ୍ୟକ୍ଷ, ସଦସ୍ୟ ନିଯୁକ୍ତିରେ ।
ନିଯୁକ୍ତି ସ୍କାମକୁ ନେଇ ବିଧାନସଭାରେ କାହିଁକି ସ୍ୱତନ୍ତ୍ର କମିଟି ହେଉନି ବୋଲି ପ୍ରଦୀପ ପ୍ରଶ୍ନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଆଇନ ଏବେ ତା ବାଟରେ ଯାଉନି । ନିଜ ସ୍ୱାର୍ଥ ପାଇଁ ତାର ଦିଗକୁ ମୋଡ଼ି ଦିଆଯାଉଛି । ପ୍ରଦୀପ ପାଣିଗ୍ରାହୀ ଆହୁରି ପଚାରିଛନ୍ତି ଯେ, ବିଜେଡିର ଦଳୀୟ ପାଣ୍ଠିକୁ ଏତେ ଟଙ୍କା ଆସୁଛି କେଉଁଠୁ । ଆଗରୁ ଏତେ ଟଙ୍କା ଆସୁନଥିଲା । ଏବେ କେମିତି ଆସୁଛି । ୨୦୧୭ରୁ ୨୦୨୨ ମଧ୍ୟରେ ୬୨୨ କୋଟି ଟଙ୍କା କେଉଁଠୁ ଆସିଲା ।
ପ୍ରଦୀପ ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେଉଥିବା ବେଳେ ସେ ଏନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଏଯାଏ ନିଷ୍ପତ୍ତି ନେଇନି । ଦିଲ୍ଲୀ ଯାଇ ବିଜେପି ନେତାଙ୍କୁ ଭେଟିବା ଖବର ବିଜେଡି କେଉଁଠୁ ପାଇଲା ବୋଲି ପ୍ରଦୀପ ପ୍ରଶ୍ନ କରିବା ସହିତ ଏଜେନ୍ସି ଲଗାଇ ଡାବା ମାରୁଥିବା କହିଛନ୍ତି । ତାଙ୍କର ଏହି ସବୁ ଅଭିଯୋଗ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନି ।
ଗଞ୍ଜାମ ରାଜନୀତିରେ ହଲ୍ଚଲ୍ । ଚର୍ଚ୍ଚା ହେଉଛି,ଖୁବ ଶୀଘ୍ର ବିଜେପିରେ ମିଶିପାରନ୍ତି ବିଜେଡିରୁ ବହିଷ୍କୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀ । ତେବେ ରୋଚକ କଥା ହେଉଛି ପ୍ରଦୀପଙ୍କ ଦଳବଦଳ ନହେଉଣୁ ଛାନିଆ ବିଜେଡି । ପ୍ରଦୀପ ଜନ ବିରୋଧୀ ଓ ତାଙ୍କ ନାଁରେ ଆର୍ଥିକ ହେରଫେର ମାମଲା ଥିବା ବେଳେ ବିଜେପି କେମିତି ତାଙ୍କୁ ଆପଣାଉଛି ବୋଲି ସାମ୍ବାଦିକ ସମ୍ମିଳନୀ କରି ଜଏନିଂ ଆଗରୁ ବିଜେଡି ନେତାଏ ପଚାରିଲେଣି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)