/odishatv-khabar/media/post_attachments/uploadimage/library/16_9/16_9_0/IMAGE_1699868582.jpg)
OSSC DEO Recruitment 2023 Notification
ଓଡ଼ିଶାରେ ସରକାରୀ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ଓଡିଶା କର୍ମଚାରୀ ଚୟନ ଆୟୋଗ(OSSC) ନିକଟରେ ଏକ ନୂତନ ଚାକିରି ବିଜ୍ଞପ୍ତି ପ୍ରକାଶ କରିଛି। ଏହି ବିଜ୍ଞପ୍ତି ଅନୁସାରେ ଓଡ଼ିଶାରେ ଜୁନିୟର ଟାଇପିଷ୍ଟ୍, ଜୁନିୟର ଷ୍ଟେନୋଗ୍ରାଫର୍, ଜୁନିୟର କ୍ଲର୍କ, ଜୁନିୟର କପିଷ୍ଟ୍, ଡାଟାଏଣ୍ଟ୍ରୀ ଅପରେଟର ଆଦି ପଦବୀ ପୂରଣ ହେବ।
Advertisment
ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ OSSCର ଅଫିସିଆଲ୍ ୱେବସାଇଟ୍ https://www.ossc.gov.in କୁ ଯାଇ ଅନ୍ଲାଇନ୍ ଆବେଦନ କରିପାରିବେ। ଯେଉଁ ପ୍ରାର୍ଥୀମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ OSSC DEO Recruitment 2023 Notification ରେ କ୍ଲିକ୍ କରି ଦେଖିପାରିବେ।
ଗୁରୁତ୍ୱପୂର୍ଣ୍ଣ ତାରିଖ:
- ଅନ୍ଲାଇନ୍ ଆବେଦନ ଆରମ୍ଭ - ୧୮ ନଭେମ୍ବର ୨୦୨୩
- ଅନ୍ଲାଇନ୍ ଆବେଦନ ଶେଷ - ୧୭ ଡିସେମ୍ବର ୨୦୨୩
Advertisment
ଖାଲି ପଦବୀ:
- ଜୁନିଅର ଷ୍ଟେନୋଗ୍ରାଫର୍ – ୭୦ଟି ପୋଷ୍ଟ୍
- ଜୁନିଅର ଟାଇପିଷ୍ଟ – ୦୭ଟି ପୋଷ୍ଟ୍
- ଜୁନିଅର କ୍ଲର୍କ – ୩୨ଟି ପୋଷ୍ଟ୍
- ଜୁନିଅର କପିଷ୍ଟ୍ – ୦୨ଟି ପୋଷ୍ଟ୍
- ଡାଟା ଏଣ୍ଟ୍ରି ଅପରେଟର୍ (DEO) – ୦୭ଟି ପୋଷ୍ଟ୍
- ମୋଟ ପଦବୀ – ୧୨୪ଟି ପୋଷ୍ଟ୍
ଶିକ୍ଷାଗତ ଯୋଗ୍ୟତା:
- ଜୁନିଅର ଷ୍ଟେନୋଗ୍ରାଫର / ଜୁନିଅର ଗ୍ରେଡ୍ ଷ୍ଟେନୋଗ୍ରାଫର୍ – ଯୁକ୍ତ ୨ ପାଶ୍ ସହିତ କମ୍ପ୍ୟୁଟର ଜ୍ଞାନ
- ଜୁନିଅର ଟାଇପିଷ୍ଟ / ଜୁନିଅର ଗ୍ରେଡ୍ ଟାଇପିଷ୍ଟ – ଦଶମ ପାଶ୍ ଟାଇପିଂ ଜ୍ଞାନ
- ଜୁନିଅର କ୍ଲର୍କ – ଯୁକ୍ତ ୨ ପାଶ୍
- ଡାଟା ଏଣ୍ଟ୍ରି ଅପରେଟର (DEO) – ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଯେକୌଣସି ବିଷୟରେ ଯୁକ୍ତ ତିନି ପାଶ୍ ସହିତ କମ୍ପ୍ୟୁଟର ଜ୍ଞାନ
ବୟସ ସୀମା:
- ସର୍ବନିମ୍ନ ବୟସ –୧୮ ଓ ୨୧ ବର୍ଷ
- ସର୍ବାଧିକ ବୟସ – ୩୮ ବର୍ଷ
ବୟସ କୋହଳ:
- OBC – ୦୩ ବର୍ଷ
- ST / SC / PWD/ Ex- Serviceman – ୦୫ ବର୍ଷ
- PWD + SC / ST – ୧୫ ବର୍ଷ
ଚୟନ ପ୍ରକ୍ରିୟା:
- ପ୍ରାଥମିକ ପରୀକ୍ଷା
- ମୁଖ୍ୟ ଲିଖିତ ପରୀକ୍ଷା
- କମ୍ପ୍ୟୁଟର ଦକ୍ଷତା ପରୀକ୍ଷା
- ଡକ୍ୟୁମେଣ୍ଟ୍ ଯାଞ୍ଚ
ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍:
- HSC ସାର୍ଟିଫିକେଟ୍ ଏବଂ ମାର୍କ ସିଟ୍
- ଯୁକ୍ତ ୨, ଯୁକ୍ତ ୩ ସାର୍ଟିଫିକେଟ୍ ଏବଂ ମାର୍କସିଟ୍, କମ୍ପ୍ୟୁଟର ସାର୍ଟିଫିକେଟ୍
- ପରିଚୟ ପତ୍ର
- ଜାତି ପ୍ରମାଣପତ୍ର
- ଆଧାର କାର୍ଡ
- ଆବାସିକ ପ୍ରମାଣପତ୍ର
- ପାସ୍ପୋର୍ଟ ଆକାରର ଫଟୋଗ୍ରାଫ୍
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)