• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଦିଲ୍ଲୀରେ ଦୀପାବଳି ବଢାଇଲା ପ୍ରଦୂଷଣ । ସୁପ୍ରିମକୋର୍ଟଙ୍କ କ୍ରାକର ବ୍ୟାନକୁ ମାନିଲେନି ଦିଲ୍ଲୀ ବାସିନ୍ଦା । ବିଳମ୍ବିତ ରାତି ଯାଏଁ ଦିଲ୍ଲୀରେ ଫୁଟିଲା ବାଣ । ରାଜଧାନୀର ବିଭିନ୍ନ ଅଞ୍ଚଳରେ ବାଣ ଫୁଟୁଥିବା ଦେଖିବାକୁ ମିଳିଛି । ଫଳରେ ବାଣ ଧୂଆଁରେ କୃତ୍ରିମ କୁହୁଡିର ଭ୍ରମ ସୃଷ୍ଟି ହୋଇଥିଲା ।

ବାଣଧୂଆଁରେ ବିଭିନ୍ନ ସ୍ଥାନରେ ଏୟାର କ୍ବାଲିଟି ଇଣ୍ଡେକ୍ସ ଆହୁରି ନିମ୍ନସ୍ତରକୁ ଚାଲିଯାଇଛି । ପ୍ରଦୂଷଣକୁ ଆଖିରେ ରଖି ଦିଲ୍ଲୀରେ ବାଣ ଫୁଟାଇବା ଉପରେ ନଭେମ୍ବର ୭ରେ ସୁପ୍ରିମକୋର୍ଟ ବ୍ୟାନ ଲଗାଇଥିଲେ । ମାତ୍ର ଗତକାଲି ଅପରାହ୍ନ ୪ଟା ପରଠାରୁ ବିଳମ୍ବିତ ରାତି ଯାଏଁ ଦିଲ୍ଲୀରେ ବାଣ ଫୁଟାଉଥିବା ଦେଖିବାକୁ ମିଳିଥିଲା ।

କିଛି ଦିନ ତଳେ ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟ ଭର୍ତ୍ସନା କରିଥିଲେ । ତୁରନ୍ତ ପାଳ ଜାଳିବା ବନ୍ଦ କରିବାକୁ ପଞ୍ଜାବ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ରାଜନୀତି ନ କରି ପାଳ ଜାଳିବା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ପଡ଼ୋଶୀ ରାଜ୍ୟ ପଞ୍ଜାବ ଓ ହରିଆଣାରେ ନଡ଼ା ପୋଡ଼ିବା ଯୋଗୁ ଦିଲ୍ଲୀରେ ଅସ୍ୱଭାବିକ ଭାବେ ପ୍ରଦୂଷଣ ବଢ଼ୁଥିବା କୋର୍ଟ କହିଥିଲେ ।

ଅନ୍ୟପଟେ ଦୀପାବଳିରେ ଦେଶର ବିଭିନ୍ନ ସ୍ଥାନରେ ଛୋଟ ବଡ଼ ଅଘଟଣ ଘଟିଛି । ଗୁଜୁରାଟର ଅହମ୍ମଦବାଦ ସମ୍ମିନାରୟଣ ପାର୍କ ନିକଟରେ ଏକ ଖୋଲା ପଡିଆରେ ଅଗ୍ନିକାଣ୍ଡ ଘଟିଛି । ତେବେ ଅଗ୍ନିକାଣ୍ଡରେ କାହାର କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି ।

ମୁମ୍ବାଇ କୁର୍ଲାର ନେହରୁନଗରରେ ବଡଧରଣର ଅଗ୍ନିକାଣ୍ଡ ଘଟିଛି । ଅଭ୍ୟୁଦୟ ବ୍ୟାଙ୍କ ବିଲଡିଂରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସଂପତ୍ତି ପୋଡ଼ି ପାଉଁଶ ହୋଇଯାଇଛି । ପଶ୍ଚିମବଙ୍ଗ ସିଲିଗୁଡ଼ି ସ୍ଥିତ ସେଠ୍ ସିରାଲ ମାର୍କେଟରେ ନିଆଁ ଲାଗି ଏକାଧିକ ଦୋକାନ ଘର ପୋଡିଯାଇଛି । ତେବେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବାର ଖବର ମିଳିଛି ।