Advertisment

Barabati ODI Match: ବ୍ରିଟିଶ ବାହିନୀ ପାଇଁ ରୋହିତ ବାହିନୀ ପ୍ରସ୍ତୁତ, ବାରବାଟୀ ବାଜି ଜିତିବ କିଏ ?

ପ୍ରାୟ ୬ ବର୍ଷ ପରେ ବାରବାଟୀ ଷ୍ଟାଡିୟମରେ ଏକ ODI ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ। ଏପରି ପରିସ୍ଥିତିରେ, ସମସ୍ତଙ୍କ ନଜର ବାରବାଟୀର ପିଚ୍ ଉପରେ ରହିଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Barabati ODI Match

Barabati ODI Match

ଷ୍ଟାଡିୟମ ପ୍ରସ୍ତୁତ, ପିଚ ପ୍ରସ୍ତୁତ ଦର୍ଶକ ମାନେ ବି ଫୁଲ ଏକ୍ସାଇଟେଡ୍। ବାରବାଟୀରେ ବ୍ରିଟିଶ ବାହିନୀକୁ ହରାଇ ବିଜୟ ତ୍ରିରଙ୍ଗା ଉଡାଇବା ଲକ୍ଷରେ ଟିମ୍ ଇଣ୍ଡିଆ। ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା କଟକ ମାଟିରେ ଆରମ୍ଭ ହେବ ଏହି ହାଇଭୋଲଟେଜ ଟକରା ଟକରୀ। ବାରବାଟୀରେ ଭାରତୀୟ ଟିମକୁ ହରାଇବା ଇଂଲଣ୍ଡ ପାଇଁ ହେବ କାଠିକର ପାଠ। କାରଣ ଏଠାରେ ରୋହିତ ବାହିନୀଙ୍କୁ ମିଳିବ ଫ୍ୟାନଙ୍କ ଫୁଲ ସପୋର୍ଟ।

Advertisment

ପ୍ରାୟ ୬ ବର୍ଷ ପରେ ବାରବାଟୀ ଷ୍ଟାଡିୟମରେ ଏକ ODI ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ। ଏପରି ପରିସ୍ଥିତିରେ, ସମସ୍ତଙ୍କ ନଜର ବାରବାଟୀର ପିଚ୍ ଉପରେ ରହିଛି। ଏହା ବ୍ୟାଟସମ୍ୟାନଙ୍କୁ ସୁହାଇବ ନା ବୋଲରଙ୍କୁ। ତେବେ ଯଦି ଆମେ ବାରବାଟୀ ପିଚର ଇତିହାସକୁ ଦେଖିବା ଏହା ପ୍ରାୟତଃ ଏକ ବ୍ୟାଟସମ୍ୟାନଙ୍କୁ ସୁହାଇଥାଏ। ତେଣୁ ଆଜି ଷ୍ଟାଡିୟମରେ ଚୌକା ଓ ଛକାର ବର୍ଷା ଦେଖିବାକୁ ମିଳିବ। ସେହିପରି, ସ୍ପିନରମାନଙ୍କ ଯାଦୁ ମଧ୍ୟ ଏହି ପିଚରୁ ଦେଖିବାକୁ ମିଳିପାରେ ।

ତେବେ ବାରବାଟୀରେ ଏପର୍ଯ୍ୟନ୍ତ ଖେଳାଯାଇଥିବା ୨୧ଟି ODI ମଧ୍ୟରୁ ୨ଟି ମ୍ୟାଚ୍ ବାତିଲ ହୋଇଛି, ଆଉ ବାକି ୧୯ଟି ମ୍ୟାଚରେ ଲକ୍ଷ୍ୟ ପିଛା କରୁଥିବା ଦଳ ୧୧ଥର ଏବଂ ପ୍ରଥମେ ବ୍ୟାଟିଂ କରୁଥିବା ଦଳ ୮ ଥର ବିଜୟୀ ହୋଇଛନ୍ତି।

Advertisment

ତେବେ ପ୍ରଥମ ଦିନିକିଆରେ ଟିମ୍ ଇଣ୍ଡିଆ ଟାର୍ଗେଟର ପିଛା କରି ମ୍ୟାଚ୍ ଜିତିଥିଲା। ତେଣୁ ଅନୁମାନ କରାଯାଉଛି ବାରବାଟୀରେ ମଧ୍ୟ ଭାରତୀୟ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଚାହିଁବ। ଆଉ ଧୂଆଁଧାର ବ୍ୟାଟିଂ କରି ଏକ ବିଶାଳ ରନ ସ୍କୋର ଠିଆ କରିବାର ଲକ୍ଷ୍ୟ ରଖିବ।

ଏବେ ଭାରତୀୟ ଖେଳାଳୀ ଚମତ୍କାର ଫର୍ମରେ ଅଛନ୍ତି। ପ୍ରଥମ ଦିନିକିଆରେ ଆଘାତ କାରଣରୁ ବିରାଟ କୋହଲି ବାଦ ପଡିଥିବା ବେଳେ ୨ୟ ଦିନିକିଆର ପ୍ଲେଇଂ ୧୧ରେ ଖେଳିବା ନେଇ ଆଶା ସଞ୍ଚାର ହୋଇଛି। ଏପଟେ ଟିମରେ ରୋହିତ ଶର୍ମାଙ୍କ ପରି ମହାନ ବ୍ୟାଟର ରହିଛନ୍ତି।ଯୁବ ପାୱାରହିଟର ଶୁବମନ ଗିଲ୍, ଶ୍ରେୟସ ଆୟର, ହାର୍ଦ୍ଦିକ ପାଣ୍ଡ୍ୟା ଓ ରିଷଭ ପନ୍ତଙ୍କୁ ନେଇ ଭାରତୀୟ ମଧ୍ୟକ୍ରମ ବ୍ୟାଟିଂ ଶକ୍ତିଶାଳୀ ରହିଛି। ବୋଲିଂରେ ଅର୍ଶଦୀପ ଓ ହର୍ଷିତ ରାଣା ଚମତ୍କାର ଫର୍ମରେ ରହିଛନ୍ତି। ସ୍ପିନ୍ ବିଭାଗରେ କୁଲଦୀପ ଯାଦବ ଓ ବରୁଣ ଚକ୍ରବର୍ତ୍ତୀଙ୍କୁ ସାମ୍ନା କରିବା ଇଂଲିସ ଟିମ ପାଇଁ ଚ୍ୟାଲେଞ୍ଜ ହୋଇପାରେ। ଏବେ କେବଳ ଆଉ କିଛି ଘଣ୍ଟାର ଅପେକ୍ଷା ।

Barabati ODI Match: ସୁପର୍ ସଣ୍ଡେରେ ହେବ ସୁପର୍ ମୁକାବିଲା; ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ।

Team India India Vs England ODI Barabati ODI
Advertisment
Advertisment