ଏତେ ବଡ ଆୟୋଜନରେ ଜେନେରେଟର ପାଖରେ କାହିଁକି ନଥିଲା ଷ୍ଟାଣ୍ଡବାଏ ଜେନେରେଟର୍ । ତାହା ହିଁ ଏକ ବଡ଼ ପ୍ରଶ୍ନ । ଖେଳ ପୂର୍ବରୁ ବିଭିନ୍ନ କମିଟି ଗଠନ କରାଯାଇଛି । କମିଟିଗୁଡିକୁ ଭିନ୍ନ ଭିନ୍ନ କାମ ଦିଆଯାଇଛି । ଫ୍ଲଡଲାଇଟ୍ ଓ ବିଦ୍ୟୁତୀକରଣ ଦାୟିତ୍ୱରେ ମଧ୍ୟ ଏକ କମିଟି ରହିଛି । ଏହି କମିଟି ଖେଳ ପୂର୍ବରୁ କେବଳ ଲାଇଟ୍ ଜଳାଇ ଟେଷ୍ଟ କରିଥିଲା ନା ଅନ୍ୟାନ୍ୟ ବିଷୟର ବି ଯାଞ୍ଚ କରିଥିଲା ନା କର୍ମଚାରୀଙ୍କ ଉପରେ ସବୁ କିଛି ଛାଡି ଦେଇଥିଲା, ତାହା ସ୍ପଷ୍ଟ ହୋଇନାହିଁ । କେଉଁଠି ରହିଲା ଭୁଲ୍ ?
ମ୍ୟାଚ୍ ଦେଖିବାକୁ ସକାଳୁ ସକାଳୁ ଷ୍ଟାଡିୟମ ଭିତରେ ଓ ବାହାରେ ଲାଗିଛି ଖଚାଖଚ ଭିଡ଼। ପ୍ରିୟ ଖେଳାଳିଙ୍କୁ ଚିୟର ଅପ୍ ପାଇଁ ଦର୍ଶକ ମୁହଁରେ ରଙ୍ଗ ଲଗାଇ ଏବ ଟିମ୍ ଇଣ୍ଡିର ଜର୍ସି ପିନ୍ଧି ପ୍ରସ୍ତୁତ ରହିଛନ୍ତି ଫ୍ୟାନ୍ ଓ ଦର୍ଶକ।
ପ୍ରାୟ ୬ ବର୍ଷ ପରେ ବାରବାଟୀ ଷ୍ଟାଡିୟମରେ ଏକ ODI ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ। ଏପରି ପରିସ୍ଥିତିରେ, ସମସ୍ତଙ୍କ ନଜର ବାରବାଟୀର ପିଚ୍ ଉପରେ ରହିଛି।
ଆଜିର ମ୍ୟାଚ୍ ଦେଖିବାକୁ ଫ୍ୟାନ୍ସଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ରହିଛି। ଦିନ ୧୧ଟାରେ ଖୋଲିବ ବାରବାଟୀ ଷ୍ଟାଡ଼ିୟମ ଗେଟ୍। ଷ୍ଟାଡ଼ିୟମ ଭିତରକୁ ପାଣିବୋତଲ୍, ଫଳ, ଖାଦ୍ୟ ସାମଗ୍ରୀ, ହେଲମେଟ୍, ଲାଠି, ଲାଇଟର୍ କିମ୍ବା ଦିଆସିଲି ଭଳି ସାମଗ୍ରୀ କେହି ନେଇପାରିବେ ନାହିଁ।