• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଓଡ଼ିଆ ଅଭିନେତ୍ରୀ ମୌସୁମୀ ନାୟକ ଗିରଫ । ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଭୁବନେଶ୍ୱର ଇନଫୋସିଟି ଥାନା ପୋଲିସ । ଲେଖିକା ବନସ୍ମିତା ପତିଙ୍କ ଅଭିଯୋଗ ଆଧାରରେ ମୌସୁମୀଙ୍କୁ ଗିରଫ କରାଯାଇଛି । ବିବାଦ ପଛରେ ରହିଛି ୫ଲକ୍ଷ ୮୦ ହଜାର ଟଙ୍କାର କାରବାର । 

ସୂଚନା ଅନୁସାରେ, ମୌସୁମୀ ଏହି ଟଙ୍କା ବନସ୍ମିତାଙ୍କୁ ଦେଇଥିଲେ । ଯେଉଁ ଟଙ୍କାକୁ ବନସ୍ମିତା ଟ୍ରେଡିଂ ଆକାଉଣ୍ଟରେ ଲଗାଇଥିଲେ, କିନ୍ତୁ ମୌସୁମୀଙ୍କୁ ଫେରାଇ ନଥିଲେ । ଏହାକୁ ନେଇ ଇନଫୋସିଟି ଥାନାରେ କମ୍ପ୍ରମାଇଜ୍ ପିଟିସନ୍ ହୋଇଥିଲା । ମୌସୁମୀ ବନସ୍ମିତାଙ୍କର ମର୍ଯ୍ୟାଦା ହାନି କରିବେ ନାହିଁ ବୋଲି ଏହି ପିଟିସନରେ ଉଲ୍ଲେଖ ଥିଲା ।

କିନ୍ତୁ ପରବର୍ତ୍ତୀ ସମୟରେ ଲେଖିକା ବନସ୍ମିତା ପତିଙ୍କ ବିରୋଧରେ ମୌସୁମୀ ସାମାଜିକ ଗଣମାଧ୍ୟମରେ ମର୍ଯ୍ୟାଦା ହାନି କରିବା ଭଳି ମନ୍ତବ୍ୟ ଦେଇଥିଲେ । ଧମକପୂର୍ଣ୍ଣ କଲ୍ ମଧ୍ୟ କରିଥିଲେ । ଏହି ଆଧାରରେ ଅଭିନେତ୍ରୀ ମୌସୁମୀ ନାୟକଙ୍କୁ ଧାରା ୩୮୫, ୨୯୪, ୫୦୬ରେ ଗିରଫ କରାଯାଇଛି । ସେପଟେ ମୌସୁମୀ ମଧ୍ୟ ଚନ୍ଦକା ଥାନାରେ ବନସ୍ମିତାଙ୍କ ବିରୋଧରେ ପାଲଟା FIR ଦେଇଛନ୍ତି ।