• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଉତ୍ତରାଖଣ୍ଡର ଉତ୍ତରକାଶୀରେ ନିର୍ମାଣାଧିନ ଟନେଲ ଭୁଶୁଡ଼ିବା ଘଟଣା। ରାତିସାରା ଜୋରସୋରରେ ଚାଲିଛି ଉଦ୍ଧାର କାର୍ଯ୍ୟ । ଏବେ ଟନେଲର ୨୦୫ ମିଟର ଦୂରତାରେ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ, ୨୭୦ ମିଟର ପାଖାପାଖି ଦୂରତାରେ ଫସିଛନ୍ତି ଶ୍ରମିକ ।

ତେବେ ସମସ୍ତ ୪୦ ଶ୍ରମିକ ସୁରକ୍ଷିତ ଅଛନ୍ତି । ସେମାନଙ୍କ ସହ ଉଦ୍ଧାରକାରୀ ଦଳ ଯୋଗାଯୋଗ କରିଥିବା ଜଣା ପଡ଼ିଛି । ଶ୍ରମିକଙ୍କ ପାଇଁ ଖାଦ୍ୟ ଓ ଅମ୍ଲଜାନ ପଠାଯାଇଛି । ଗତକାଲି ଭୋର ୪ଟା ବେଳେ ଏହି ଅଘଟଣ ଘଟିଥିଲା ।

ପ୍ରାୟ ସାଢ଼େ ୪ କିଲୋମିଟର ଲମ୍ବର ଏହି ଟନେଲର ୧୫୦ ମିଟର ଭାଗ ଦବି ଯାଇଥିଲା । ଏହି ଟନେଲ ସିଲକ୍ୟାରାରୁ ଦଣ୍ଡାଲଗାଓଁକୁ ସଂଯୋଗ କରିବାପାଇଁ ନିର୍ମାଣ କରାଯାଉଥିଲା । ଚାରଧାମ ରୋଡ୍ ପ୍ରୋଜେକ୍ଟରେ ଏହି ଟନେଲ ନିର୍ମାଣ କରାଯାଉଛି, ଯାହା ଫଳରେ ଉତ୍ତରକାଶୀରୁ ଯମୁନୋତ୍ରୀ ଧାମର ଦୂରତା ୨୬ କିଲୋମିଟର ହ୍ରାସ ପାଇ ପାରିବ ।