/odishatv-khabar/media/post_attachments/uploadimage/library/16_9/16_9_0/IMAGE_1699862899.jpg)
salman khan fans burst fireworks at cinema hall during tiger-3 screening
ଦୀପାବଳି ଅବସରରେ ପ୍ରେକ୍ଷାଳୟରେ ସଲମାନ ଖାନ, କ୍ୟାଟ୍ରିନା କୈଫ୍ ଏବଂ ଇମ୍ରାନ ହାଶ୍ମୀଙ୍କ ଅଭିନୀତ 'ଟାଇଗର ୩' 'ମୁକ୍ତିଲାଭ କରିଥିଲା। ଏହି ଫିଲ୍ମ ପ୍ରଥମ ଦିନରେ ୪୪ କୋଟିରୁ ଅଧିକ ଟଙ୍କା ଆୟ କରିଛି। ଟାଇଗର 3 ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ। ଫିଲ୍ମ ରିଲିଜ୍ ହେବା ମାତ୍ରେ ଲୋକମାନେ ସଲମାନ ଏବଂ କ୍ୟାଟ୍ରିନାଙ୍କ ଆକ୍ସନ୍କୁ ଦେଖିବାକୁ ଦୌଡୁଛନ୍ତି।
ପ୍ରଶଂସକମାନେ ମଧ୍ୟ ଫିଲ୍ମର ସ୍କ୍ରିନିଂ ସମୟରେ ପ୍ରେକ୍ଷାଳୟରୁ ଭିଡିଓ ଏବଂ ଫଟୋ ଶେୟାର କରୁଛନ୍ତି। ଏହି ଭିଡିଓଗୁଡିକରେ, ପ୍ରଶଂସକମାନେ ହ୍ୱିସିଲ୍ ମାରିବ ସହିତ ମଜ୍ଜା ନେଉଥିବା ଦେଖାଯାଏ। କିନ୍ତୁ କିଛି ପ୍ରଶଂସକ ଏମିତି କାଣ୍ଡ କରିଛନ୍ତି ଯାହା ଅସୁବିଧାର କାରଣ ହୋଇଛି।
ମହାରାଷ୍ଟ୍ରର ମାଲେଗାଓଁରେ ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫ୍ଙ୍କ 'ଟାଇଗର ୩' ସ୍କ୍ରିନିଂ ସମୟରେ ସିନେମା ହଲ୍ରେ ବହୁତ ବଡ଼ ଆତସବାଜି ହୋଇଥିଲା। ପ୍ରଶଂସକମାନେ ସିନେମା ହଲ୍ରେ ଏତେଗୁଡ଼ିଏ ଆତସବାଜି କରିଥିଲେ ଯେ ଏହା ଏକ ଦିୱାଲୀ ପରି ପରିବେଶ ସୃଷ୍ଟି କରିଥିଲା।​ ତେବେ ସିନେମା ହଲ୍ରେ ଏହା ଏକ ଅଡୁଆ ପରିସ୍ଥିତି ସୃଷ୍ଟି କରିଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ମାଲେଗାଓଁ ପୋଲିସ ତଦନ୍ତ ଆରମ୍ଭ କରିଛି।
ଏହି ମାମଲା ମାଲେଗାଓଁର ମୋହନ ସିନେମା ହଲ୍ରେ ଘଟିଛି। ଦୀପାବଳି ରାତିରେ ୯ ରୁ ୧୨ ଶୋ ମଝିରେ ଏହି ଘଟଣା ଘଟିଛି। ପୋଲିସ ଏହି ଭିଡିଓ ହାସଲ କରି ଏହାର ତଦନ୍ତ ଆରମ୍ଭ କରିଛି। ତଦନ୍ତ ପରେ ହିଁ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଲୋକମାନେ କହିଛନ୍ତି ଯେ ଏହା ଦ୍ୱାରା ସିନେମା ହଲ୍ରେ ନିଆଁ ଲାଗିଯାଇଥାନ୍ତା, ଅନେକ ଲୋକ ପ୍ରାଣ ହରାଇଥାନ୍ତେ।
ଏହି ସମ୍ବେଦନଶୀଳ ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ଅଭିନେତା ସଲମାନ୍ ଖାନ୍ । ଟ୍ୱିଟ୍ କରି ପ୍ରଶଂସକଙ୍କୁ ଅନୁରୋଧ କରିଛନ୍ତି ଯେ ହଲ୍ରେ ବାଣ ଫୁଟାଇବା ବିପଦପୂର୍ଣ୍ଣ । ଆମେ ଅଯଥାରେ କାହାକୁ କ୍ଷତି ପହଞ୍ଚାଇବା ନାହିଁ । ତେଣୁ ସୁରକ୍ଷିତ ଭାବେ ଫିଲ୍ମ ଦେଖନ୍ତୁ ଏବଂ ଏହାର ମଜା ନିଅନ୍ତୁ ।
I'm hearing about fireworks inside theaters during Tiger3. This is dangerous. Let's enjoy the film without putting ourselves and others at risk. Stay safe.
— Salman Khan (@BeingSalmanKhan) November 13, 2023
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)