• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ମା’ କାଳୀଙ୍କ ଆରାଧନା ପାଇଁ ଚଳଚଞ୍ଚଳ ଶକ୍ତିପୀଠ ଓ ପୂଜାମଣ୍ଡପ । ମଧ୍ୟ ରାତ୍ରରେ ରୀତିନୀତି ଅନୁଯାୟୀ ମାଆଙ୍କ ପୂଜାପାଠ କରାଯାଇଛି । ଆଜି ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମାଆ ଭଦ୍ରକାଳୀଙ୍କ ମହାକାଳୀ ବେଶରେ ଦର୍ଶନ ଦେଉଛନ୍ତି । ସାତ ଦିନ ଧରି ମାଆ ସପ୍ତମାତୃକା ବେଶରେ ଦର୍ଶନ ଦେବେ ।

ଚରମ୍ପାର ୯ଟି ମଣ୍ଡପରେ ମଧ୍ୟ ମାଆଙ୍କ ପୂଜାପାଠ କରାଯାଉଛି । ଭୁବନେଶ୍ୱର ସତ୍ୟନଗରରେ ବି ମା’କାଳୀଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଛି । ସେହିପରି ଯାଜପୁରରେ ଏଥର ୧୮ଟି ମଣ୍ଡପରେ ମାକାଳୀଙ୍କ ପୂଜା କରା ଯାଉଥିବା ବେଳେ କଟକର ବିଭିନ୍ନ ସ୍ଥାନରେ ବି କାଳୀପୂଜା ପାଇଁ ବ୍ୟାପକ ଆୟୋଜନ କରାଯାଇଛି ।

ଅନ୍ୟପଟେ କାଳୀପୂଜା ଲାଗି ଉତ୍ସବମୁଖର  ଭଦ୍ରକ ସହର । କାଳୀପୂଜା ଅବସରରେ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମାଆ ଭଦ୍ରକାଳୀଙ୍କ ପୀଠରେ ଚାଲିଛି ସପ୍ତଦିବସବ୍ୟାପୀ ମହାପୂଜା । ଅମାବାସ୍ୟା ତିଥି ଠାରୁ ମାଆ ଭଦ୍ରକାଳୀଙ୍କୁ ସପ୍ତମାତୃକା ବେଶରେ ସଜ୍ଜିତ କରି ପୂଜାର୍ଚ୍ଚନା କରା ଯାଉଥିବା ବେଳେ, ଆଜି ମହାକାଳୀ ବେଶରେ ଦର୍ଶନ ଦେଉଛନ୍ତି ମାଆ ।

ମାଙ୍କ ପୀଠରେ ମହାଯଜ୍ଞ, ଚଣ୍ଡିପାଠ, ହୋମଯଜ୍ଞ ଆୟୋଜନ କରାଯାଇଛି । ଅନ୍ୟପଟେ ମଣ୍ଡପରେ ସ୍ଥାପିତ ମୃଣ୍ମୟୀ ମୂର୍ତ୍ତି ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ରୀତିନୀତିରେ ମୃଣ୍ମୟୀ ମୂର୍ତ୍ତି ପୂଜା ସହ ଚକ୍ଷୁଦାନ ଓ ଜୀବନ୍ୟାସ ଦିଆଯାଇଛି । ବାଇପାସ ଓ ଚରମ୍ପା ଅଞ୍ଚଳରେ ସାତ ଦିନ ଧରି ଆୟୋଜିତ ହେବାକୁ ଥିବା ଏହି ମେଳା ଆଜିଠାରୁ ଜମିବ ।

ପୂଜା କମିଟି ଗୁଡିକ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନକୁ ସହଯୋଗ କରୁଛନ୍ତି । ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।