Advertisment

ମନ କିଣିପାରୁନି ‘ଟାଇଗର ୩’; ଜାଣନ୍ତୁ ଏହା ପଛରେ ଥିବା ୫ କାରଣ

ଦର୍ଶକଙ୍କ ଆଶା ପୂରଣ କରିପାରିଲା ନାହିଁ ‘ଟାଇଗର ୩’। ୟଶରାଜ୍ ଫିଲ୍ମକୁ ସ୍ପାଇ ୟୁନିଭର୍ସ କରିବାରେ ପ୍ରେରଣା ଦେଇଥିବା ‘ଟାଇଗର’ ଏହାର ମୂଳଦୁଆ ଥିଲା। କିନ୍ତୁ ସେହି ମୂଳଦୁଆକୁ ‘ଟାଇଗର ୩’ ଆସୁ ଆସୁ ବହୁତ ଦୁର୍ବଳ କରିଦେଲା।

author-image
Pramod Behera
ଅଦ୍ୟତନ ହୋଇଛି
'Tiger 3' can't buy heart; Know the 5 reasons behind it

'Tiger 3' can't buy heart; Know the 5 reasons behind it

ଦର୍ଶକଙ୍କ ଆଶା ପୂରଣ କରିପାରିଲା ନାହିଁ ‘ଟାଇଗର ୩’। ଫିଲ୍ମ ଆସିବା ପୂର୍ବରୁ ମନରେ ଅନେକ ପ୍ରକାର ସନ୍ଦେହ ଥିଲା। ଟ୍ରେଲର ଏବଂ ଟିଜରରେ ମଧ୍ୟ କିଛି ନୂଆ ଦେଖାଯାଇ ନ ଥିଲା। ୟଶରାଜ୍ ଫିଲ୍ମକୁ ସ୍ପାଇ ୟୁନିଭର୍ସ କରିବାରେ ପ୍ରେରଣା ଦେଇଥିବା ‘ଟାଇଗର’ ଏହାର ମୂଳଦୁଆ ଥିଲା। କିନ୍ତୁ ସେହି ମୂଳଦୁଆକୁ ‘ଟାଇଗର ୩’ ଆସୁ ଆସୁ ବହୁତ ଦୁର୍ବଳ କରିଦେଲା।

Advertisment

ବର୍ତ୍ତମାନ ୟଶ୍‌ ରାଜ୍‌ ଫିଲ୍ମସ୍ ପାଖରେ ‘ୱାର୍’ ଏବଂ ‘ପଠାନ’ ପରି ଦୁଇଟି ଫ୍ରାଞ୍ଚାଇଜ୍ ରହିଛି। ଏହା ବ୍ୟତୀତ ଦୀପିକା ଏବଂ କ୍ୟାଟ୍ରିନାଙ୍କୁ ନେଇ ଭିନ୍ନ ଧରଣର ଫିଲ୍ମ ମଧ୍ୟ ନିର୍ମାଣ କରାଯାଇପାରେ। ଏଭଳି ପରିସ୍ଥିତିରେ ପ୍ରଡକ୍ସନ୍ ହାଉସ୍ ‘ଟାଇଗର ୩’ ମାଧ୍ୟମରେ ‘ଟାଇଗର’ର ଅବସର କରିପାରେ ବୋଲି ଲାଗୁଛି। ତେବେ ଆସନ୍ତୁ ‘ଟାଇଗର ୩’ କମଜୋର ହେବା ପଛର ୫ଟି କାରଣ ଜାଣିନେବା।

ସିମ୍ପଲ୍ ଆକ୍ସନ୍ ସିନ୍:

‘ଟାଇଗର’ ହେଉଛି ସଲମାନ ଖାନଙ୍କ ଏକ ଫ୍ରାଞ୍ଚାଇଜ୍ ଯାହା ଏହାର ଆକ୍ସନ ପାଇଁ ଜଣାଶୁଣା। କିନ୍ତୁ ସଲମାନ୍ ଖାନଙ୍କୁ ‘ଟାଇଗର ୩’ ରେ ହାତ ଖୋଲିବାର ସୁଯୋଗ ମିଳି ନାହିଁ। କ୍ୟାଟ୍ରିନା କୈଫ୍‌ ଏହି ଫିଲ୍ମରେ ତାଙ୍କ ଅପେକ୍ଷା ଅଧିକ ଆକ୍ସନ ଦେଇଛନ୍ତି।

Advertisment

ଟାଇଗରକୁ ଅଣଦେଖା:

‘ଟାଇଗର ୩’ର ଆରମ୍ଭ ହିଁ ଜୋୟାଙ୍କ ପଛ କାହାଣୀରୁ ହେଉଛି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ଏହା ଯେ ଟାଇଗରର କୌଣସି ପଛ କାହାଣୀ ନାହିଁ। ତା’ର ବ୍ୟାକ୍‌ଗ୍ରାଉଣ୍ଡ ବିଷୟରେ କିଛି କହିବାକୁ ନାହିଁ। ଏହିପରି ଭାବରେ, ଇମ୍ରାନ୍ ହାଶମୀଙ୍କୁ ଜଣେ ଭିଲେନ୍ ଭାବରେ ଉପସ୍ଥାପନ କରିବାକୁ ଜୋୟାଙ୍କୁ ସାମ୍ନାକୁ ଅଣାଯାଇଛି ଏବଂ ଟାଇଗରକୁ ଅଣଦେଖା କରାଯାଇଛି।

ପଠାନର କମଜୋରି ଏଣ୍ଟ୍ରୀ:

ଯେପରି ସଲମାନ ଖାନ ‘ପଠାନ’ରେ ଏଣ୍ଟ୍ରୀ କରି ଏକ ବୋବାଲ ସୃଷ୍ଟି କରିଥିଲେ, ସେହିପରି ଶାହରୁଖ ଖାନ ଏକ ବୋବାଲ ସୃଷ୍ଟି କରିବାରେ ବିଫଳ ହେଲେ। ଶାହରୁଖ ଖାନଙ୍କ ଆକ୍ସନ ଏଠାରେ ଖୁବ୍ ଦୁର୍ବଳ ଲାଗେ। ସେହିପରି କମିକ୍ ଟାଇମିଙ୍ଗ ମଧ୍ୟ ଅତ୍ୟନ୍ତ ଖରାପ ଏବଂ ଆକ୍ସନ୍ ସିନ୍‌ଗୁଡ଼ିକ ବହୁତ ଥିମା ଲାଗେ। କିଛି ନୂଆପଣ ନଥିବା ବେଳେ କିଛି ଅଜବଗଜବ ରହିଛି।

ଗୋଟିଏ କାହାଣୀ କହେ ପଠାନ୍ ଏବଂ ଟାଇଗର:

‘ଟାଇଗର ୩’ ର କାହାଣୀ ଏବଂ ‘ପଠାନର କାହାଣୀ ମଧ୍ୟରେ ସେମିତି କିଛି ଅଧିକ ପାର୍ଥକ୍ୟ ନାହିଁ। ବଲିଉଡ୍‌ ‌ପାଇଁ କୈମିଓର ଅର୍ଥ ସତେ ଯେପରି ପରସ୍ପରକୁ ବଞ୍ଚାଇବା ହୋଇଯାଇଛି। ‘ଟାଇଗର ୩’ ଏବଂ ‘ପଠାନ’ରେ ଏହାକୁ ସମାନ ଭାବେ ଦେଖାଇଛି। ସେହିପରି ଉଭୟ ଚଳଚ୍ଚିତ୍ରର କାହାଣୀ ମଧ୍ୟରେ ବି ଅଧିକ ପାର୍ଥକ୍ୟ ନାହିଁ। କାହାଣୀରେ ନୂତନତାର ଘୋର ଅଭାବ ରହିଛି।

ପ୍ରଭାବହୀନ ସଙ୍ଗୀତ:

ଅରଜିତ ସିଂହଙ୍କ ସ୍ୱର ସଲମାନ ଖାନଙ୍କ ପାଇଁ କୌଣସି ଚମତ୍କାର କରିପାରିଲା ନାହିଁ। ଫିଲ୍ମରେ ଦୁଇଟି ଗୀତ ଅଛି ଏବଂ ଉଭୟ ପ୍ରଭାବହୀନ। ଏହିପରି, ଟାଇଗର ତିଆରି କରିବାବେଳେ ଲାଗୁଛି ଯେ ନିର୍ମାତା ଅଧିକ ପରିଶ୍ରମ କରିନାହାଁନ୍ତି ଏବଂ ସବୁକିଛି ସଲମାନ ଖାନଙ୍କ ଷ୍ଟାର୍‌ ପାୱାର ଉପରେ ଛାଡିଦିଆଯାଇଛି। ଏହା ହିଁ ମହଙ୍ଗା ପ୍ରମାଣିତ ହୋଇଛି।

Salman Khan Katrina Kaif Bollywood Tiger 3 Imran Hasmi
Advertisment
Advertisment