• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଉତ୍ତରାଖଣ୍ଡର ଉତ୍ତରକାଶୀରେ ନିର୍ମାଣାଧିନ ଟନେଲ ଭୁଶୁଡ଼ିବା ଘଟଣା ପରେ ଓଡ଼ିଶାରେ ଚିନ୍ତା ପ୍ରକାଶ ପାଇଛି । କାରଣ ଏହି ଟନେଲରେ ଫସିଛନ୍ତି ୫ ଓଡ଼ିଆ ଶ୍ରମିକ । ଏହି ଟନେଲ ଟ୍ରାଜେଡିରେ ୫ ଓଡ଼ିଆ ଶ୍ରମିକ ଫସିଥିବା ସୂଚନା ମିଳିଛି । ଫସିଥିବା ୪୦ ଶ୍ରମିକଙ୍କ ମଧ୍ୟରେ ୫ ଜଣ ଓଡ଼ିଶାର ବୋଲି ଖବର ମିଳିଛି । ଗତକାଲି ଠାରୁ ଏହି ଶ୍ରମିକମାନେ ଫସି ରହିଥିବା ବେଳେ ସମସ୍ତେ ସୁରକ୍ଷିତ ଥିବା ଜଣାପଡ଼ିଛି। 

ଟନେଲରେ ଫସିଥିବା ୫ ଓଡ଼ିଆଙ୍କ ପରିଚୟ ମିଳିଛି । ସେମାନେ ହେଲେ ଶଙ୍କର୍ଷଣପୁରର ତପନ ମଣ୍ଡଳ, ନବରଙ୍ଗପୁରର ଭଗବାନ ଭତ୍ରା, ମୟୂରଭଂଜର ବିଶ୍ବେଶ୍ବର ନାୟକ, କୁଳଡ଼ିହାର ରାଜୁ ନାୟକ ଓ ବଡ଼କୁଦାର ଧିରେନ।

ଉଦ୍ଧାର କାର୍ଯ୍ୟରେ NDRF, SDRF, ITBP, BRO ଯବାନ ସାମିଲ ହୋଇଛନ୍ତି । ଶ୍ରମିକଙ୍କ ପାଖକୁ ପାଇପ ଯୋଗେ ଖାଦ୍ୟ, ଅମ୍ଳଜାନ ପଠାଯାଉଛି । ରାତିସାରା ଚାଲିଛି ଉଦ୍ଧାର କାର୍ଯ୍ୟ । ଏବେ ଟନେଲର ୨୦୫ ମିଟର ଦୂରତାରେ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ, ୨୭୦ ମିଟର ପାଖାପାଖି ଦୂରତାରେ ଫସିଛନ୍ତି ଶ୍ରମିକ ।

ତେବେ ସମସ୍ତ ୪୦ ଶ୍ରମିକ ସୁରକ୍ଷିତ ଅଛନ୍ତି। ସେମାନଙ୍କ ସହ ଉଦ୍ଧାରକାରୀ ଦଳ ଯୋଗାଯୋଗ କରିଥିବା ଜଣା ପଡ଼ିଛି । ଗତକାଲି ଭୋର ୪ଟା ବେଳେ ଏହି ଅଘଟଣ ଘଟିଥିଲା । ପ୍ରାୟ ସାଢ଼େ ୪ କିଲୋମିଟର ଲମ୍ବର ଏହି ଟନେଲର ୧୫୦ ମିଟର ଭାଗ ଦବି ଯାଇଥିଲା । ଏହି ଟନେଲ ସିଲକ୍ୟାରାରୁ ଦଣ୍ଡାଲଗାଓଁକୁ ସଂଯୋଗ କରିବା ପାଇଁ ନିର୍ମାଣ କରାଯାଉଥିଲା । ଚାରଧାମ ରୋଡ୍ ପ୍ରୋଜେକ୍ଟରେ ଏହି ଟନେଲ ନିର୍ମାଣ କରାଯାଉଛି, ଯାହା ଫଳରେ ଉତ୍ତରକାଶୀରୁ ଯମୁନୋତ୍ରୀ ଧାମର ଦୂରତା ୨୬ କିଲୋମିଟର ହ୍ରାସ ପାଇ ପାରିବ ।