• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଛତିଶଗଡରେ ଆସନ୍ତା ୧୭ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ । ଓଡିଶା ସୀମାନ୍ତ ଗରିଆବନ୍ଧ ଜିଲ୍ଲାର ବିନ୍ଦ୍ରାନବାଗଡ ବିଧାନସଭା ଆସନ ପାଇଁ ଏହି ଦିନ ମତଦାନ ହେବ । ଏହି ଅଞ୍ଚଳର ଲୋକ ମୁଖ୍ୟତଃ ଓଡିଆ ଭାଷାଭାଷୀ, ତେଣୁ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣରେ ଏମାନଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଭୋଟରଙ୍କୁ ନିଜ ସପକ୍ଷରେ ଆଣିବା ପାଇଁ ସବୁ ପ୍ରକାର କୌଶଳ ହାତେଇଛନ୍ତି ଦୁଇ ପ୍ରମୁଖ ଦଳର ପ୍ରାର୍ଥୀ ।

ଭୋଟ୍ ଛତିଶଗଡରେ, କିନ୍ତୁ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଓଡିଆ । ଓଡ଼ିଶାର ପଡୋଶୀ ଛତିଶଗଡରେ ଏବେ ଚାଲିଛି ବିଧାନସଭା ନିର୍ବାଚନ । ଆଉ ସୀମାନ୍ତ ଅଞ୍ଚଳରେ ଏହାର ବେଶ ପ୍ରଭାବ ଦେଖିବାକୁ ମିଳୁଛି । ନୂଆପଡା, କଳାହାଣ୍ଡି ଏବଂ ନବରଙ୍ଗପୁର ସୀମାକୁ ଲାଗିଛି ଛତିଶଗଡର ଗରିଆବନ୍ଧ ଜିଲ୍ଲା ।

ଜିଲ୍ଲାର ବିନ୍ଦ୍ରାନବାଗଡ ବିଧାନସଭା ଆସନରେ ଆସନ୍ତା ୧୭ ତାରିଖରେ ମତଦାନ ହେବ ।  ଏହି ସୀମାନ୍ତ ଜିଲ୍ଲାରେ ୨ ଲକ୍ଷରୁ ଅଧିକ ଭୋଟର ଥିବା ବେଳେ ସେଥିରୁ ୬୦ ପ୍ରତିଶତ ଓଡିଆ ଭାଷାଭାଷୀ ଅଛନ୍ତି । ଆଉ ଏମାନେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ଏହି ଭୋଟ ହାତେଇବା ପାଇଁ ଦୁଇ ପ୍ରମୁଖ ଦଳ କଂଗ୍ରେସ ଏବଂ ବିଜେପି ଜୋର ସୋରରେ ଲାଗି ପଡିଛନ୍ତି ।

ଗରିଆବନ୍ଧ ଜିଲ୍ଲାର ଏକ ଛୋଟ ସହର ଦେବଭୋଗ୍ । ରାଜା ରାଜୁଡା ଅମଳରୁ ଏଠି ଭଗବାନ ଜଗନ୍ନାଥଙ୍କ ମନ୍ଦିର ରହିଛି । ଓଡିଆ ଭାଷାଭାଷୀ ସିନା ଛତିଶଗଡରେ ରହୁଛନ୍ତି କିନ୍ତୁ ତାଙ୍କର ଓଡିଶା ଲୋକଙ୍କ ସହ ରୋଟିବେଟିର ସମ୍ପର୍କ ରହିଛି । ଓଡିଶାର ସଂସ୍କୃତି, ପରମ୍ପରା ସେଠାକାର ଲୋକ ଅନୁସରଣ କରନ୍ତି ।

ଗତ ନିର୍ବାଚନରେ ବିଜେପି ବିଜୟୀ ହୋଇଥିଲା । ସ୍ଥାନୀୟ ଲୋକଙ୍କର ଅନେକ ସମସ୍ୟା ରହିଛି । ବାରମ୍ବାର ଅଭିଯୋଗ କରୁଛନ୍ତି ଯେ ଓଡିଆ ଭାଷାକୁ ଏହି ଅଞ୍ଚଳର ଦ୍ବିତୀୟ ଭାଷାର ମାନ୍ୟତା ଦିଆଯାଉ । ଏହା ସହ ଏଠାରେ ପିଲାମାନଙ୍କ ପାଇଁ ଓଡିଆ ଭାଷାରେ ପାଠ ପଢାର ବ୍ୟବସ୍ଥା କରାଯାଉ । କିନ୍ତୁ ଏନେଇ ପ୍ରଶାସନ କୌଣସି ପଦକ୍ଷେପ ନେଉ ନାହିଁ ।