/odishatv-khabar/media/post_attachments/uploadimage/library/16_9/16_9_0/IMAGE_1699881277.jpg)
Fire Football
ଦୀପାବଳିରେ ରେଢ଼ାଖୋଲରେ ନିଆରା ପରମ୍ପରା । ନିଆଁର ଫୁଟବଲ ଖେଳ । ସ୍ୱତନ୍ତ୍ର ଶୈଳୀରେ ପ୍ରସ୍ତୁତ ଏକ ଫୁଟବଲରେ ନିଆଁ ଲଗାଇ ସେହି ଫୁଟବଲରେ ଖେଳ ହୋଇଛି । ଏହା ମୁଖ୍ୟ ଉଦ୍ଦେଶ୍ୟ ହେଲା ନିଆଁ ପ୍ରତି ଭୟ ଦୂର କରିବା । ଦୀପାବଳି ସଂଧ୍ୟାରେ ରେଢାଖୋଲର ଯଦୁମଣିପାଟଣାର ଭୀମଭୋଇ ମିନି ଷ୍ଟାଡିୟମରେ ଏହି ଫୁଟବଲ ଖେଳ ହୋଇଥିଲା ।
ପ୍ରଥମେ ପଡ଼ିଆ ମଝିରେ ଏହି ସ୍ୱତନ୍ତ୍ର ପ୍ରକାର ଫୁଟବଲକୁ ପୂଜା କରାଯାଇଥାଏ । ତା’ପରେ ଖେଳାଳିମାନେ ସେହି ଫୁଟବଲକୁ ମୁଣ୍ଡିଆ ବି ମାରିଥାନ୍ତି । ତା’ପରେ ଆରମ୍ଭ ହୁଏ ଖେଳ । ଏମିତି ନିର୍ଦ୍ଦିଷ୍ଟ ଖେଳାଳି ସଂଖ୍ୟାର କିଛି ନିୟମ ନାହିଁ । ଅବଶ୍ୟ ନିଆଁ ଥାଏ ବୋଲି ସଂପୂର୍ଣ୍ଣ ସତର୍କତା ଅବଲମ୍ବନ କରାଯାଏ । ବାଲି, ପାଣି, କମ୍ବଳ, ଔଷଧ ସବୁ କିଛି ପ୍ରସ୍ତୁତ ଥାଏ ।
ଖେଳାଳିମାନେ କେବଳ ହାଲୁକା ଓ ସୂତାରେ ତିଆରି ପୋଷାକ ପିନ୍ଧନ୍ତି । ବଲକୁ ଉପରକୁ ଉଠାଇ ମାରିବା ମନା, କେବଳ ପଡ଼ିଆରେ ଗଡ଼ାଇ ଗଡ଼ାଇ ଖେଳିବେ । ଦୁଇଟି ଯାକ ଫୁଟବଲରୁ ନିଆଁ ଲିଭା ଯିବା ପରେ ଖେଳ ସରିଲା ବୋଲି ଘୋଷଣା କରାଯାଏ । ଆଶ୍ଚର୍ଯ୍ୟର କଥା ୧୯୮୨ରୁ ଏହି ପରମ୍ପରା ଚାଲୁଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଅଘଟଣ ଘଟିନି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)