Advertisment

Viral Video: ଅଜବ ପୋକ; ଚାଲୁ ଚାଲୁ ହୋଇଯାଉଛି କାଠ ଖଣ୍ଡ

ଏ ବିଚିତ୍ରମୟ ଦୁନିଆରେ ଅନେକ ବିଚିତ୍ର ଜୀବ ଦେଖାଯାଆନ୍ତି। ବର୍ତ୍ତମାନ ସୋସିଆଲ୍ ମିଡିଆରେ ଏମିତି ଏକ କୀଟର ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଆପଣ ଦେଖିଲେ ଏହାକୁ କହିବେ ଏକ କାଠ ଖଣ୍ଡ।

author-image
Pramod Behera
buff tip insects looks like a piece of wood

buff tip insects looks like a piece of wood

ଆପଣ ଅନେକ ପ୍ରକାରର କୀଟ ଦେଖିଥିବେ। ଅନେକ ଦେଖିବାକୁ ଭୟଙ୍କର ହୋଇଥିବା ବେଳେ ଆଉ କିଛି ଭାରି କୌତୁକିଆ ଆଉ ସୁନ୍ଦର ମଧ୍ୟ ହୋଇଥାନ୍ତି। ହେଲେ ଏ ବିଚିତ୍ରମୟ ଦୁନିଆରେ ଅନେକ ବିଚିତ୍ର ଜୀବ ମଧ୍ୟ ଦେଖାଯାଆନ୍ତି। ବର୍ତ୍ତମାନ ସୋସିଆଲ୍ ମିଡିଆରେ ଏମିତି ଏକ କୀଟର ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଆପଣ ଦେଖିଲେ ଏହାକୁ କହିବେ ଏକ କାଠ ଖଣ୍ଡ।

Advertisment

ଏହି କୀଟଟି ହେଉଛି ବଫ୍ ଟିପ୍। ଏହା ମୁଖ୍ୟତଃ ୟୁରୋପ ଏବଂ ଏସିଆର ପୂର୍ବ ସାଇବେରିଆରେ ଦେଖିବାକୁ ମିଳେ। ଏହା ଏମିତି ଏକ କୀଟ, ଯାହାର ରଙ୍ଗ ଏବଂ ଗଠନ ଖୁବ୍ ଆଶ୍ଚର୍ଯ୍ୟଜନକ। ଯେତେବେଳେ ଏହି କୀଟ ଗଛ ଉପରେ ରହିଥାଏ, ଏହା ଏକ କାଠ ଖଣ୍ଡ ପରି ଦେଖାଯାଏ, ଯେଉଁ କାରଣରୁ ଏହା ଶିକାରୀ କବଳରୁ ରକ୍ଷା ପାଇପାରେ।

ଯଦି ଏହି କୀଟ କୌଣସି ଶୁଖିଲା ପତ୍ର କି ବୁଦା ମଧ୍ୟରେ ଥାଏ, ତେବେ ଆପଣ ମଧ୍ୟ ଏହାକୁ ପାଇପାରିବେ ନାହିଁ। ଏହାର ଅର୍ଥ ହେଉଛି ଏହି ପୋକର ଗଠନ ହେଉଛି ଏହାର ଶକ୍ତି। ବର୍ତ୍ତମାନ ଏହାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି।

Advertisment

ଏହି କୀଟର ଭିଡିଓ ସୋସିଆଲ ମିଡିଆ ସାଇଟ୍‌ 'ଇନଷ୍ଟାଗ୍ରାମ'ରେ @henaturewolf ନାମକ ଜଣେ ଉପଭୋକ୍ତା ଦ୍ୱାରା ଶେୟାର କରାଯାଇଛି, ଯେଉଁଥିରେ ଆପଣ ଦେଖିପାରିବେ ଯେ ଏହି କୀଟଟି କିପରି ଅବିକଳ ଏକ କାଠର ଖଣ୍ଡ ପରି ଦେଖାଯାଉଛି। ଏହି କୀଟ ଉପରେ ଯେତେବେଳେ ବିପଦ ଆସେ, ଏହା ଏହାର ଆକୃତି ଏବଂ ଗଠନ ହେତୁ ଶିକାରୀ ଠାରୁ ନିଜକୁ ରକ୍ଷା କରିବାରେ ସକ୍ଷମ ହୁଏ। ଏହା ଏକ ରୂପା-ଧୂସର ରଙ୍ଗର କୀଟ ହୋଇଥିବା ବେଳେ ଏହାର ଡେଣା ପ୍ରାୟ ୫୦ ମିମି।

ଏହି କୀଟ ପ୍ରାୟତଃ ବଗିଚାରେ ଦେଖାଯାଏ, ଯାହା ଶିକାରୀକୁ ଦେଖିବା ମାତ୍ରେ ଗଛର ଶୁଖିଲା ପତ୍ର କିମ୍ବା ଶାଖା-ପ୍ରଶାଖାରେ ଲୁଚି ଯାଏ। ବଫ୍ ଟିପ୍ କୀଟକୁ ଦେଖିଲେ ଏହା ବୁଝିହୋଇଯାଏ ଯେ ପ୍ରକୃତି ସମସ୍ତଙ୍କୁ କିଛି ବିଶେଷ ଗୁଣ ଦେଇଛି, ଯାହା ସେମାନଙ୍କୁ ଅନ୍ୟ ଜୀବମାନଙ୍କଠାରୁ ଭିନ୍ନ କରିଥାଏ।

ଏହି କୀଟ ଆଲୋକ ଆଡକୁ ଆକର୍ଷିତ ହେଉଥିବାରୁ ଏହା ରାତିରେ ଦେଖିବାକୁ ମିଳେ। ଏହା ଖୁବ୍ ଧୀରେ ଧୀରେ ଗତି କରେ। ଏହାର ବୈଜ୍ଞାନିକ ନାଁ ହେଉଛି ଫଲେରା ବୁସେଫଲା।

Social Media Viral Video Ajab Gajab Ajab Gajab News
Advertisment
Advertisment