Advertisment

ଦୀପାବଳିରେ ବିଷାକ୍ତ ହେଲା ଟ୍ୱିନ ସିଟି; ରେକର୍ଡ ଛୁଇଁଲା ପ୍ରଦୂଷଣ ମାତ୍ରା

ଦୀପାବଳିରେ କଟକଣା ନମାନି ସମସ୍ତେ ବାଣ ଫୁଟାଇବା ପରେ ସାରା ରାଜ୍ୟ ବିଶେଷ କରି ଭୁବନେଶ୍ୱର ଓ କଟକରେ ବଢ଼ିଥିଲା ବାୟୂ ପ୍ରଦୂଷଣ ।

author-image
Manoranjan Behera
Air Pollution

Air Pollution

ଦୀପାବଳିରେ ବିଷାକ୍ତ ହେଲା ଟ୍ୱିନ ସିଟି । କଟକ ଓ ଭୁବନେଶ୍ୱରରେ ପ୍ରଦୂଷଣ ସ୍ଥିତି ସାଙ୍ଘାତିକ । କାଲି ଦୀପାବଳି ରାତି ଗୋଟାଏରେ ପ୍ରଦୂଷଣ ମାତ୍ରା ରେକର୍ଡ଼ ଛୁଇଁଥିଲା । ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଅଞ୍ଚଳରେ ରାତି ଗୋଟାଏରେ ପ୍ରଦୂଷଣ ମାତ୍ରା ୯୯୯ ଥିବା ବେଳେ ପଟିଆ ଅଞ୍ଚଳରେ ୬୭୬ ରେକର୍ଡ ହୋଇଛି ।

Advertisment

ସେହିଭଳି କଟକରେ ରାତି ଗୋଟାଏରେ ପ୍ରଦୂଷଣ ସ୍ତର ୮୮୨ ରେକର୍ଡ ହୋଇଥିଲା । ଦୀପାବଳିରେ କଟକଣା ନମାନି ସମସ୍ତେ ବାଣ ଫୁଟାଇବା ପରେ ସାରା ରାଜ୍ୟ ବିଶେଷ କରି ଭୁବନେଶ୍ୱର ଓ କଟକରେ ବଢ଼ିଥିଲା ବାୟୂ ପ୍ରଦୂଷଣ । ଆଜି ସକାଳୁ ସକାଳୁ ରାଜଧାନୀରେ ବାଣ ଧୂଆଁ ସୃଷ୍ଟି କରିଥିଲା କୁହୁଡିର ଭ୍ରମ ।

ଶନିବାର ଅପେକ୍ଷା ଗତକାଲି ଦୀପାବଳିରେ ରାଜ୍ୟର ବିଭିନ୍ନ ସହରରେ ପ୍ରଦୂଷଣ ମାତ୍ରା ବଢ଼ିଥିଲା। ୧୧ ତାରିଖରେ ବାଲେଶ୍ଵରରେ ହାରାହାରି ପ୍ରଦୂଷଣ ୧୨୩ ଥିଲା ବେଳେ ୧୨ ତାରିଖ ଦିନ ୧୯୩.୭୯ ରହିଥିଲା । ସେହିପରି ଅନୁଗୋଳରେ ପ୍ରଦୂଷଣ ୧୧ ତାରିଖରେ ୧୩୦ ଥିବା ବେଳେ ୧୨ ତାରିଖରେ ୧୯୪ ରହିଥିଲା। ତାଳଚେରରେ ପ୍ରଦୂଷଣ ମାତ୍ରା ୧୧ ତାରିଖରେ ୧୧୭ ରହିଥିବା ବେଳେ ଗତକାଲି ଦୀପାବଳିରେ ଏହା ୨୧୪.୯୫କୁ ବୃଦ୍ଧି ପାଇଥିଲା।

Advertisment

ଭୁବନେଶ୍ୱରର ଲିଙ୍ଗରାଜ ଅଞ୍ଚଳରେ ୧୧ ତାରିଖରେ ପ୍ରଦୂଷଣ ମାତ୍ରା ୧୩୦.୫୧ ଥିବା ବେଳେ ଦୀପାବଳି ଦିନ ଏହା ୨୪୩.୨୩ ରହିଥିଲା। ପଟିଆ ଅଞ୍ଚଳରେ ପ୍ରଦୂଷଣ ମାତ୍ରା ୧୦୬ରୁ ବଢ଼ି ୨୧୧ ହୋଇଥିଲା।

Air Pollution Fire Crackers Diwali Twin City
Advertisment
Advertisment