Advertisment

ସୁନା କିଣିବାକୁ ଚାହୁଁଛନ୍ତି, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦାମ୍‌

ଏବେ ଚାଲିଛି ବିବାହର ଋତୁ । ଏବେ ସୁନା କିଣିବା ପାଇଁ ହେଉଛି ପ୍ରକୃଷ୍ଟ ସମୟ । ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୩, ୮୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୪୭, ୮୨୦ ଟଙ୍କା ରହିଥିବା ଜଣାଯାଇଛି ।

author-image
Pallipuspa Samal
ଅଦ୍ୟତନ ହୋଇଛି
Gold rate today

Gold rate today

ଦେଶର ରାଜଧାନୀ ନୂଆ ଦିଲ୍ଲୀରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୪୭,୨୬୦ ଟଙ୍କା ଓ ୫୧, ୫୬୦ ଟଙ୍କା ରହିଛି । ସେହିପରି ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୪୬,୭୮୦ ଟଙ୍କା ଓ ୪୭,୭୮୦ ଟଙ୍କା ଥିବା ରେକର୍ଡ ହୋଇଛି । ଏହାଛଡ଼ା ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପ୍ରତି ୪୫,୧୧୦ ଟଙ୍କା ଓ ୪୯,୩୬୦ ଟଙ୍କା ରହିଛି ।

Advertisment

ଦେଶର ପ୍ରମୁଖ ସହରରେ ଅଲଗା ଅଲଗା ସୁନାର ମୂଲ୍ୟ ରହିଛି । କୋଲକାତାରେ ୨୨ କ୍ୟାରେଟ ମୂଲ୍ୟ ୪୭,୨୬୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ ମୂଲ୍ୟରେ ୪୫, ୪୮୫ ଟଙ୍କା ରହିଛି । ଚେନ୍ନାଇ ସହରରେ ୨୨ କ୍ୟାରେଟ ମୂଲ୍ୟ ୪୫, ୪୮୫ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୪୯, ୬୨୦ ଟଙ୍କା ଥିବା ରେକର୍ଡ ହୋଇଛି।

ଏହା ଛଡ଼ା ରୂପାର ଦାମ୍ ବୃଦ୍ଧି ପାଇଛି । ଚେନ୍ନାଇରେ ରୁପା କେଜି ଦାମ୍‌ ୬୫,୧୦୦ ଟଙ୍କା ରହିଥିବା ବେଳେ ଦିଲ୍ଲୀ ଓ ମୁମ୍ବାଇରେ ୬୧,୨୦୦ ଟଙ୍କା ରହିଛି । କଲିକତା ଏବଂ ବାଙ୍ଗାଲୋରରେ ରୁପା କେଜି ଦାମ୍‌ ୬୧,୨୦୦ ଟଙ୍କା ରହିଥିବା ବେଳେ ହାଇଦ୍ରାବାଦରେ ୬୫,୧୦୦ ଟଙ୍କା ରହିଛି ।

Advertisment
gold rate todaygold rate today

ଯଦି ଆପଣ ସୁନାର ଶୁଦ୍ଧତା ଚେକ୍‌ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍‌ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ ।

Gold Rate Today
Advertisment
Advertisment