/odishatv-khabar/media/post_attachments/uploadimage/library/16_9/16_9_0/ss_1639367666.jpg)
Harnaaz Sandhu Crowned Miss Universe 2021
ନୂଆଦିଲ୍ଲୀ: ଭାରତର ହରନାଜ କୌର ସାନ୍ଧୁ ମିସ୍ ୟୁନିଭର୍ସ-୨୦୨୧ ଟାଇଟଲ୍ ଜିତିଛନ୍ତି। ୮୦ ସୁନ୍ଦରୀଙ୍କୁ ପଛରେ ପକାଇ ହରନାଜ ଏହି ବ୍ରହ୍ମାଣ୍ଡ ସୁନ୍ଦରୀ ମୁକୁଟ ପିନ୍ଧିଛନ୍ତି। ଏହି ଟାଇଟଲ୍ ଜିତି ହରନାଜ ଦେଶକୁ ଗୌରାବନ୍ୱିତ କରିଛନ୍ତି। ପଞ୍ଜାବର ୨୧ ବର୍ଷୀୟ ହରନାଜ ୭୦ତମ ମିସ୍ ୟୁନିଭର୍ସ ହୋଇଛନ୍ତି। ୨୦୨୦ର ମିସ୍ ୟୁନିଭର୍ସ ମେକ୍ସିକୋର ଆଣ୍ଡ୍ରେଆ ମେଜା ତାଙ୍କୁ ବିଜୟ ମୁକୁଟ ପିନ୍ଧାଇଥିଲେ।
ଡିସେମ୍ବର ୧୨ରେ ଅନୁଷ୍ଠିତ ମିସ୍ ୟୁନିଭର୍ସ-୨୦୨୧ କାର୍ଯ୍ୟକ୍ରମରେ ପାରାଗୁୟେର ୨୨ ବର୍ଷୀୟ ନାଦିଆ ଫରେରା ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଦକ୍ଷିଣ ଆଫ୍ରିକାର ୨୪ ବର୍ଷୀୟ ଲାଲେଲା ମସ୍ୱାନେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।
A post shared by Harnaaz Kaur Sandhu (@harnaazsandhu_03)
ସବୁଠାରୁ ବଡ଼ କଥା, ୨୧ ବର୍ଷ ପରେ ଭାରତକୁ ମିସ୍ ୟୁନିଭର୍ସ ଟାଇଟଲ୍ ମିଳିଛି। ଗତ ୨୦୦୦ ମସିହାରେ ଲାରା ଦତ୍ତା ମିସ୍ ୟୁନିଭର୍ସ ହୋଇଥିଲେ। ହରନାଜଙ୍କ ପୂର୍ବରୁ ୨୦୦୦ ମସିହାରେ ଭାରତରୁ ଲାରା ଦତ୍ତା ମିସ୍ ୟୁନିଭର୍ସ ଟାଇଟଲ୍ ଜିତିଥିଲେ। ଏହାପୂର୍ବରୁ ୧୯୯୪ରେ ଅଭିନେତ୍ରୀ ସୁସ୍ମିତା ସେନ୍ ମିସ୍ ୟୁନିଭର୍ସ ଟାଇଟଲ୍ ନିଜ ନାଁରେ କରିଥିଲେ। ପଞ୍ଜାବ ଚଣ୍ଡୀଗଡ଼ର ହରନାଜ ଜଣେ ମଡେଲ୍। ସେ ପବ୍ଲିକ୍ ଆଡ୍ମିନ୍ଷ୍ଟ୍ରେସନ୍ରେ MA ପଢ଼ୁଛନ୍ତି।
ମାତ୍ର ୧୭ ବର୍ଷ ବୟସରେ ହରନାଜ ମଡେଲିଂ କରିବା ଆରମ୍ଭ କରିଥିଲେ। ୨୦୧୭ରେ ସେ ଟାଇମ୍ସ ଫ୍ରେଶ୍ ଫେସ୍ ଜିତି ଥିବାବେଳେ ୨୦୨୧ରେ LIVA Miss Diva Universe ଟ୍ରଫି ଜିତିଥିଲେ। ସେ ପଞ୍ଜାବୀ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)