Advertisment

ଓମିକ୍ରନ୍‌ ସମ୍ପର୍କରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନୂଆ ତଥ୍ୟକୁ ନେଇ ବଢ଼ିଲା ଚିନ୍ତା

କରୋନା ଭାଇରସ୍‌ର ନୂଆ ଭାରିଏଣ୍ଟ୍‌ ଓମିକ୍ରନ୍‌ ସମ୍ପର୍କରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO)ର ନୂଆ ତଥ୍ୟ ବିଶ୍ୱ ପାଇଁ ଚିନ୍ତାର କାରଣ ହୋଇଛି। ଓମିକ୍ରନ୍‌ ସଂକ୍ରମଣ ଯୋଗୁ ଶରୀରେ ଟିକାର ପ୍ରଭାବ ନଷ୍ଟ ହେଉଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
omicron variant

omicron variant

ନୂଆଦିଲ୍ଲୀ: କରୋନା ଭାଇରସ୍‌ର ନୂଆ ଭାରିଏଣ୍ଟ୍‌ ଓମିକ୍ରନ୍‌ ସମ୍ପର୍କରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO)ର ନୂଆ ତଥ୍ୟ ବିଶ୍ୱ ପାଇଁ ଚିନ୍ତାର କାରଣ ହୋଇଛି।  ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଗତ ରବିବାର ଦିନ ଦେଇଥିବା ସୂଚନା ଅନୁସାରେ, ଓମିକ୍ରନ୍‌ ସଂକ୍ରମଣ ଯୋଗୁ ଶରୀରେ ଟିକାର ପ୍ରଭାବ ନଷ୍ଟ ହେଉଛି। ଏହାସହ ସଂକ୍ରମଣ ଖୁବ୍ ଦ୍ରୁତ ଗତିରେ ବ୍ୟାପୁଛି।

Advertisment

ଡେଲ୍‌ଟା ଭାରିଏଣ୍ଟ ଅପେକ୍ଷା ଓମିକ୍ରନ୍‌ ଭାରିଏଣ୍ଟ୍‌ ଅଧିକ ବ୍ୟାପୁଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି। ଏହାସହ ଶରୀରେ ଟିକାର ପ୍ରଭାବକୁ ମଧ୍ୟ ହ୍ରାସ କରୁଛି। ହେଲେ ଡେଲ୍‌ଟା ଭାରିଏଣ୍ଟ ଭଳି ମାରାତ୍ମକ ଲକ୍ଷଣ ଦେଖାଉ ନାହିଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି।

ବର୍ଷ ଆରମ୍ଭରେ ଭାରତରେ ପ୍ରଥମେ ଚିହ୍ନଟ ହୋଇଥିବା ଡେଲ୍‌ଟା ଭାରିଏଣ୍ଟର ପ୍ରଭାବ ଅଧିକ ଥିଲା ଓ ଅଧିକସଂଖ୍ୟାକ ଲୋକ ଏଥିରେ ସଂକ୍ରମିତ ହୋଇଥିଲେ। ତେବେ କିଛି ସପ୍ତାହ ପୂର୍ବରୁ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ଓମିକ୍ରନ୍‌ ଡିସେମ୍ବର ୯ ସୁଦ୍ଧା ୬୩ଟି ଦେଶକୁ ବ୍ୟାପି ସାରିଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି। ଟିକାର ପ୍ରଭାବ ହ୍ରାସ କରୁଥିବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହୁଥିବାବେଳେ ଫାଇଜର ଓ  BioNTech କହିଛନ୍ତି ଯେ, ତାଙ୍କ ଟିକା ଓମିକ୍ରନର ମୁକାବିଲା କରିପାରୁଛି।

Advertisment

ଅନ୍ୟପକ୍ଷେ, ଓମିକ୍ରନ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ରିଟେନ ସରକାର ଦେଶରେ କୋଭିଡ୍ ଆଲର୍ଟ ଜାରି କରିଛନ୍ତି। 

Omicron Variant WHO COVID19 Omicron World Health Organization
Advertisment
Advertisment