Advertisment

ପଞ୍ଚଭୂତରେ ଲୀନ ହେବେ ଲାନ୍ସ ନାଏକ ସାଇ ତେଜା, ଅନ୍ତିମ ଯାତ୍ରାରେ ପାର୍ଥିବ ଶରୀର

ସିଡିଏସ୍ ଜେନେରାଲ୍ ବିପିନ ରାୱତଙ୍କ ସହ ପ୍ରାଣ ହରାଇଥିବା ଲାନ୍ସ ନାୟକ ସାଇ ତେଜାଙ୍କ ପୈତୃକ ଗାଁରେ ଶେଷକୃତ୍ୟ ସମ୍ପୂର୍ଣ୍ଣ କରାଯିବ । ତେଜାଙ୍କ ପାର୍ଥୀବ ଶରୀରକୁ ତାଙ୍କ ଗାଁ ଆଗୁଭା ରେଗଡାକୁ ନିଆଯାଇଛି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Coonoor Helicopter Crash Lance Naik Bogla Sai Teja will cremated today his body reached his native v

Coonoor Helicopter Crash Lance Naik Bogla Sai Teja will cremated today his body reached his native v

ହାଇଦ୍ରାବାଦ୍‌ : ତାମିଲନାଡୁ କୁନ୍ନୁରରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ୍ ଜେନେରାଲ୍ ବିପିନ ରାୱତଙ୍କ ସହ ପ୍ରାଣ ହରାଇଥିବା ଲାନ୍ସ ନାୟକ ସାଇ ତେଜାଙ୍କ  ପୈତୃକ ଗାଁରେ ଶେଷକୃତ୍ୟ ସମ୍ପୂର୍ଣ୍ଣ କରାଯିବ । ତେଜାଙ୍କ ପାର୍ଥୀବ ଶରୀରକୁ ତାଙ୍କ ଗାଁ ଆଗୁଭା ରେଗଡାକୁ ନିଆଯାଇଛି । ବହୁ ସଂଖ୍ୟକ ଲୋକ ଲାନ୍ସ ନାଏକ ସାଇ ତେଜାଙ୍କ ଶେଷ ଦର୍ଶନ ପାଇଁ ସେଠାରେ ପହଞ୍ଚିଛନ୍ତି ।

Advertisment
Coonoor Helicopter Crash Lance Naik Bogla Sai Teja will cremated today his body reached his native v

ଆନ୍ଧ୍ରପ୍ରଦେଶର ଏଭୁଗା ରେଗାଡା ଗାଁ ପର୍ଯ୍ୟନ୍ତ ପାର୍ଥିବ ଶରୀରର ଅନ୍ତିମ ଯାତ୍ରା ଯିବାର କାର୍ଯ୍ୟକ୍ରମ ଅଛି । ଲାନ୍ସ ନାୟକ ସାଇ ତେଜାଙ୍କ ଶେଷ ଯାତ୍ରା ସମୟରେ ପ୍ରାୟ ୨୫ କିଲୋମିଟର ଦୂରତା ଅତିକ୍ରମ କରିବାର ଆୟୋଜନ କରାଯାଇଛି ।

Advertisment
Coonoor Helicopter Crash Lance Naik Bogla Sai Teja will cremated today his body reached his native v 

ସୂଚନା ଅନୁସାରେ, ସିଡିଏସ୍‌ ବିପିନ ରାୱତଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ଥିଲେ ଲାନ୍ସ ନାଏକ ସାଇ ତେଜା। ୨୭ ବର୍ଷୀୟ ଲାନ୍ସ ନାଏକଙ୍କ ଘର ଆନ୍ଧ୍ର ପ୍ରଦେଶ ଚିତ୍ତୋର ଜିଲ୍ଲା କାଣ୍ଟେଭାରିପଲ୍ଲୀ ଗାଁରେ। ତାଙ୍କର ୫ ବର୍ଷର ପୁଅ ଓ ୩ ବର୍ଷର ଝିଅ ଅଛି। ସେମାନେ ଏତେ ଛୋଟ ଯେ, ଘଟଣାକୁ ହୃଦୟଙ୍ଗମ କରିବା ପାଇଁ ସେମାନଙ୍କ ପାଖରେ ସେତିକି ଶକ୍ତି ନାହିଁ। ଲାନ୍ସ ନାଏକ ସାଇ ତେଜାଙ୍କ ମୃତ୍ୟୁ ଖବର ପରେ ପରିବାରଠୁ ଆରମ୍ଭ କରି ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Funeral Helicopter Crash CDS General Bipin Rawat Lance Naik Boggala Sai Teja Eguva Regada Village
Advertisment
Advertisment