ସରିବାକୁ ବସିଛି ବର୍ଷ ୨୦୨୧। ଆସିବାକୁ ବସିଲାଣି ୨୦୨୨। ନୂଆ ବର୍ଷ ଆସିବା ପୂର୍ବରୁ ସାରି ଦିଅନ୍ତୁ ଏହି ୩ଟି କାମ।
ଲଗାତାର ୪ ଦିନ ଧରି ରେଡ୍ ପରେ କାନପୁରର ବ୍ୟବସାୟୀ ପୀୟୁଷ ଜୈନଙ୍କୁ ଜିଏସ୍ଟି ଇଣ୍ଟେଲିଜେନ୍ସ ରବିବାର ଗିରଫ କରିଛି। ପୀୟୁଷଙ୍କ କାନପୁର ସ୍ଥିତ ଘରୁ ନଗଦ ୧୮୦ କୋଟି ଟଙ୍କା ମିଳିଥିଲା। ଏହାସହ ବିପୁଳ ପରିମାଣର ସୁନା ମଧ୍ୟ ଜବତ ହୋଇଛି।
ତେଲେଙ୍ଗାନା ଓ ଛତିଶଗଡ଼ ସୀମାରେ ଏକ ବଡ଼ ଧରଣର ଏନ୍କାଉଣ୍ଟର ହୋଇଛି। ଏଥିରେ ୬ ଜଣ ମାଓବାଦୀ ନିହତ ହୋଇଛନ୍ତି। ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଥିବା ସୂଚନା ମିଳିଛି।
ନୂଆ ବର୍ଷରେ ଚାଷୀଙ୍କୁ ବଡ ଉପହାର । ଜାନୁୟାରୀ ୧, ୨୦୨୦ରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ କୃଷକମାନଙ୍କୁ ଦଶମ କିସ୍ତି ପ୍ରଦାନ କରାଯିବ ।
ସାମାନ୍ୟ କମିଛି ସୁନା ଦର । ଆଜି ଭାରତୀୟ ବଜାରରେ ସୁନାର ଦାମ୍ ୨୨ କ୍ୟାରେଟ ସୁନା ୪୮,୨୬୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୪,୨୧୦ ଟଙ୍କା ରହିଛି । ନୂଆ ଦିଲ୍ଲୀରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ମୂଲ୍ୟରେ ସୁନାର ଦାମ୍ ୪୭,୫୦୦ ଟଙ୍କା ଓ ୫୧,୮୦୦ ଟଙ୍କା ରହିଛି ।
ସିନେମା ହଲ୍ ଉପରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ଦର ଚଡ଼କ। ୬୦ରୁ ଅଧିକ ଥିଏଟର ସିଲ୍ ହୋଇଥିବା ସୂଚନା ମିଳିଛି। ସରକାରଙ୍କ ଦର ଚାଟ୍କୁ ଖିଲାପ କରିବା ଅଭିଯୋଗରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
କୁରକୁରେ ଏବଂ ନୁଡୁଲ୍ସ କାରଖାନାରେ ବଏଲର ଫାଟି ବିସ୍ଫୋରଣ ହୋଇଛି । ଏଥିରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି ।
ଆସନ୍ତା ବିଧାନସଭା ନିର୍ବାଚନ ଲଢ଼ିବ ଚାଷୀ ସଂଗଠନ । ଏନେଇ ଆଜି ସଂଗଠନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ପଞ୍ଜାବର ସମସ୍ତ ୧୧୭ଟି ଆସନରେ ନିର୍ବାଚନ ଲଢ଼ିବାକୁ ଆଜି ୨୨ଟି ଚାଷୀ ସଂଗଠନ ଘୋଷଣା କରିଛନ୍ତି । ଆଉ ଦଳର ନାଁ ରଖାଯାଇଛି ‘ସଂଯୁକ୍ତ ସମାଜ ମୋର୍ଚ୍ଚା’ ।
କମିଛି ସୁନାର ଦାମ୍ । ଆଜି ସାମାନ୍ୟ କମିଛି ସୁନାର ଦାମ୍। ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ଏବଂ ୨୨ କ୍ୟାରେଟ ସୁନା ଦାମ୍ ୩୦ ଟଙ୍କା କମିଛି। ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି। ନୂଆଦିଲ୍ଲୀରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ମୂଲ୍ୟରେ ସୁନାର ଦାମ୍ ୪୭,୫୦୦ ଟଙ୍କା ଓ ୫୧,୮୦୦ ଟଙ୍କା ରହିଛି।
ପଞ୍ଜାବରେ କୃଷକଙ୍କ ରାଜନୈତିକ ମୋର୍ଚ୍ଚାର ନେତୃତ୍ୱ ନେବେ ଚାଷୀ ନେତା ବଲବୀର ସିଂ ରାଜେଓ୍ୱାଲ । ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ସେ ଜନସମର୍ଥନ ଆହ୍ୱାନ ଦେଇଛନ୍ତି ।
ଆତଙ୍କବାଦୀଙ୍କ ଉପରେ ସୁରକ୍ଷାକର୍ମୀଙ୍କ କଡ଼ା ପ୍ରହାର । ଜମ୍ମୁ କାଶ୍ମୀରରେ ୩୬ ଘଣ୍ଟା ମଧ୍ୟରେ ତୃତୀୟ ଏନକାଉଣ୍ଟର୍ ଆରମ୍ଭ ହୋଇଛି ।
ଓମିକ୍ରନ ସଂକ୍ରମଣ, କରୋନା କେସ୍ ବୃଦ୍ଧି ପାଉଥିବା ରାଜ୍ୟ ଓ ଟିକାକରଣ ହାର କମ୍ ଥିବା ୧୦ ରାଜ୍ୟକୁ ଯିବେ କେନ୍ଦ୍ରୀୟ ଟିମ୍। ଜାତୀୟ ଟିକାକରଣ ହାରଠାରୁ ଏହି ୧୦ ରାଜ୍ୟରେ ଟିକାକରଣ ହାର କମ୍ ରହିଥିବାରୁ ଏହାର ସ୍ଥିତି ଅନୁଧ୍ୟାନ କରିବେ କେନ୍ଦ୍ରୀୟ ଟିମ୍।
ଲୁଧିଆନା ସ୍ଥିତ କୋର୍ଟ ପରିସରରେ ହୋଇଥିବା ବିସ୍ଫୋରଣ ଘଟଣାରେ ସନ୍ଦିଗ୍ଧ ଆକ୍ରମଣକାରୀ ନିଜ ବିରୋଧରେ ରୁଜୁ ହୋଇଥିବା ଡ୍ରଗ୍ସ କେସ୍ର ରେକର୍ଡ ଅର୍ଥାତ୍ ପ୍ରମାଣ ନଷ୍ଟ କରି ଦେବାକୁ ଚାହୁଁଥିଲେ ବୋଲି ଜଣାପଡ଼ିଛି।
ଶୁକ୍ରବାର ଦିନ ତିହାର ଜେଲର ସେଲ୍ ନମ୍ବର ୩ରେ ପୁଣି ଜଣେ କଏଦୀଙ୍କ ମୃତ୍ୟୁ ହୋଇଛି । ସେ କୋଠରୀରେ ଚେତାଶୂନ୍ୟ ହୋଇ ପଡ଼ିଯାଇଥିଲେ । ଏଖବର ପାଇବା ପରେ କଏଦୀଙ୍କୁ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ ।
୨ରୁ ୩ ସପ୍ତାହ ଧରି ବିଶ୍ୱରେ ୧୦୦୦ରୁ ଅଧିକ ହାରରେ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ତେଣୁ ୨ ମାସ ଭିତରେ ୧୦ ଲକ୍ଷରୁ ଅଧିକ ଓମିକ୍ରନ ସଂକ୍ରମିତ ହୋଇପାରନ୍ତି ବୋଲି କେରଳର କୋଭିଡ୍ ଏକ୍ସପର୍ଟ କମିଟି ସଦସ୍ୟ କହିଛନ୍ତି।
ଦିନକରେ ଓମିକ୍ରନ୍ କେସ୍ ୧୬% ବୃଦ୍ଧି ପାଇଥିବା ଜଣାପଡ଼ିଛି। ଶୁକ୍ରବାର ସାରା ଦେଶରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୫୮ ଥିଲା,ତେବେ ଗୋଟିଏ ଦିନରେ ଏହି ସଂଖ୍ୟା ବୃଦ୍ଧି ପାଇ ଏବେ ୪୧୫ରେ ପହଞ୍ଚିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଲି ଆୟୋଜନ ନକରିବାକୁ ନିବେଦନ କରିଛନ୍ତି ଯଦି, ଏବେ ରାଲି ବନ୍ଦ ହେଉନି। ତେବେ ଆଗାମୀ ପରିସ୍ଥିତି ଦ୍ୱିତୀୟ ଲହର ଭଳି ହୋଇପାରେ।
କମିଲା ସୁନା ଦର। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ୪୪,୦୬୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୮,୧୦୦ ଟଙ୍କା ହୋଇଛି। ନୂଆଦିଲ୍ଲୀରେ ସୁନାର ଦାମ୍ ୪୭,୩୦୦ ଟଙ୍କା ଓ ୫୧,୬୦୦ ଟଙ୍କା ରହିଛି। ଅନ୍ୟପଟେ ରୁପା ମୂଲ୍ୟ ମଧ୍ୟ କମ୍ ରହିଛି। ଆଜି ରୁପା କିଲୋଗ୍ରାମ ପ୍ରତି ୬୧,୯୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।
ପଞ୍ଜାବ ଲୁଧିଆନାର ଜିଲ୍ଲା କୋର୍ଟ ପରିସରରେ ବୋମା ବିସ୍ଫୋରଣ ଘଟିଛି । କୋର୍ଟ କମ୍ପ୍ଲେକ୍ସରେ ଥିବା ତୃତୀୟ ମହଲାରେ ଏହି ବିସ୍ଫୋରଣ ହୋଇଥିବା ଜଣାପଡିଛି । ବିସ୍ଫୋରଣରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଗରୁରୁତର ହୋଇଥିବା ସୂଚନା ମିଳିଛି ।
ଅଧିକ ସୁରକ୍ଷିତ ହେବ ଡେଭିଡ୍ ଓ କ୍ରେଡିଟ୍ କାର୍ଡ ଅନଲାଇନ ଟ୍ରାନଜାକ୍ସନ । ଏଥିପାଇଁ ନୂଆବର୍ଷରୁ ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ କଣ ଏହି ନିୟମ, ଏହାଦ୍ୱାରା କେତେ ଉପକୃତ ହେବେ ଗ୍ରାହକ, ଦେଖନ୍ତୁ ଏହି ରିପୋର୍ଟ...
କମିଲା ସୁନା ଦର। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ୨୩୦ ଟଙ୍କା କମି ୪୮,୩୧୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୨୩୦ ଟଙ୍କା କମି ୪୪,୨୫୦ ଟଙ୍କା ହୋଇଛି। ଆଜି ରୁପା ମୂଲ୍ୟ ମଧ୍ୟ କମ୍ ରହିଛି। ରୂପା କିଲୋଗ୍ରାମ ପ୍ରତି ୫୦୦ ଟଙ୍କା କମି ୬୧,୪୦୦ ଟଙ୍କା ରହିଛି ।
ସଉଦା ହେଉ କି ସପିଂ, ସବୁଠି ହେଉଛି ଅନଲାଇନ କାରବାର। ଯଦି ଆପଣ ଏପରି ନେଣଦେଣ କରୁଥାନ୍ତି, ତେବେ ହୋଇଯାଆନ୍ତୁ ସାବଧାନ। କାରଣ ଏପରି ଛୋଟିଆ ଭୁଲ୍ ଆପଣଙ୍କୁ କରି ଦେବ ବରବାଦ୍...
ଟିକିଏ ନଜର ହଟିଲେ ଆଖି ପିଛୁଳାକେ ଗାଡ଼ି ଉଡ଼ାଇ ନେଇଯାଉଛନ୍ତି ଚୋର । ରାଜଧାନୀ ଦିଲ୍ଲୀରେ ଗାଡ଼ି ଚୋରି ରାକେଟ୍ର ଦୌରାତ୍ମ୍ୟ । ପିକ୍ ପକେଟିଂ ମାମଲାରେ ମଧ୍ୟ ତିନି ନମ୍ବରରେ ରହିଛି ।
ପରିବାର ଲୋକ ବି ଭୋଟ୍ ଦେଲେନି । ମାତ୍ର ଗୋଟିଏ ଭୋଟ୍ ପାଇଛନ୍ତି ଗୁଜରାଟର ସନ୍ତୋଷ । ପରାଜୟ ପାଇଁ ନୁହେଁ ବରଂ ପରିବାର ସଦସ୍ୟଙ୍କ ଅସହଯୋଗ ପାଇଁ ଆଜି ସେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ।
ପ୍ରଥମ ଥର ପାଇଁ ନୂଆ ଆଇଟି ନିୟମ, ୨୦୨୧ ଅଧୀନରେ ଥିବା ଡିଜିଟାଲ୍ ମିଡିଆ ଏଥିକ୍ସ କୋଡ୍ ଅନ୍ତର୍ଗତ ଜରୁରୀକାଳୀନ କ୍ଷମତା ବା ଏମର୍ଜେନ୍ସି ପାଓ୍ୱାର୍ ପ୍ରୟୋଗ କରି, ଏଭଳି ଭାରତ-ବିରୋଧୀ ଅପପ୍ରଚାର ଚଳାଇଥିବା ଅନ୍ଲାଇନ୍ ପ୍ଲାଟ୍ଫର୍ମକୁ ବ୍ୟାନ୍ କରାଯାଇଛି ।