Advertisment

‘ସଂଯୁକ୍ତ ସମାଜ ମୋର୍ଚ୍ଚା’ ଲଢିବ ପଞ୍ଜାବ ବିଧାନସଭା ନିର୍ବାଚନ

ଆସନ୍ତା ବିଧାନସଭା ନିର୍ବାଚନ ଲଢ଼ିବ ଚାଷୀ ସଂଗଠନ । ଏନେଇ ଆଜି ସଂଗଠନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ପଞ୍ଜାବର ସମସ୍ତ ୧୧୭ଟି ଆସନରେ ନିର୍ବାଚନ ଲଢ଼ିବାକୁ ଆଜି ୨୨ଟି ଚାଷୀ ସଂଗଠନ ଘୋଷଣା କରିଛନ୍ତି । ଆଉ ଦଳର ନାଁ ରଖାଯାଇଛି ‘ସଂଯୁକ୍ତ ସମାଜ ମୋର୍ଚ୍ଚା’ ।

author-image
Otv Khabar Bureau
Farmer Will Contest Punjab Elections

Farmer Will Contest Punjab Elections

ପଞ୍ଜାବ: ଆସନ୍ତା ବିଧାନସଭା ନିର୍ବାଚନ ଲଢ଼ିବ ଚାଷୀ ସଂଗଠନ । ଏନେଇ ଆଜି ସଂଗଠନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ପଞ୍ଜାବର ସମସ୍ତ ୧୧୭ଟି ଆସନରେ ନିର୍ବାଚନ ଲଢ଼ିବାକୁ ଆଜି ୨୨ଟି ଚାଷୀ ସଂଗଠନ ଘୋଷଣା କରିଛନ୍ତି । ଆଉ ଦଳର ନାଁ ରଖାଯାଇଛି ‘ସଂଯୁକ୍ତ ସମାଜ ମୋର୍ଚ୍ଚା’ । ଏନେଇ ଚଣ୍ଡିଗଡ଼ରେ ଆଜି ଘୋଷଣା ଚାଷୀ ନେତା ବଲବୀର ସିଂ ରାଜେଓ୍ୱାଲ କରିଛନ୍ତି । ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ଜନସମର୍ଥନକୁ ବଲବୀର ଆହ୍ୱାନ କରିଛନ୍ତି ।

Advertisment

ଏହି ନୂଆ ମୋର୍ଚ୍ଚା ଆସନ୍ତା ଫେବୃଆରୀ-ମାର୍ଚ୍ଚରେ ହେବାକୁ ଥିବା ପଞ୍ଜାବ ବିଧାନସଭା ନିର୍ବାଚନରେ ଲଢ଼ିବ ବୋଲି ଆଜି ଘୋଷଣା କରିଛି। ସଂଯୁକ୍ତ କିଷାନ ମୋର୍ଚ୍ଚାରେ ଥିବା ବାକି ୯ଟି ସଂଗଠନ ମଧ୍ୟରୁ ୩ଟି ଗ୍ରୁପ୍‌ ନିର୍ବାଚନ ଲଢ଼ିବାକୁ ରାଜି ଥିବା କହିଥିବା ବେଳେ ଅନ୍ୟ ୩ଟି ଦଳ ଏହା ଉପରେ ବିଚାର କରିବେ ବୋଲି କହିଛନ୍ତି। ବଳକା ୩ ସଂଗଠନ ରାଜନୀତିରୁ ନିଜକୁ ଦୂରେଇ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।

ନୂଆ କରି ଗଠନ ହୋଇଥିବା ସଂଯୁକ୍ତ ସମାଜ ମୋର୍ଚ୍ଚା(ଏସଏମଏମ) ନିର୍ବାଚନ ବେଳେ ଅରବିନ୍ଦ କେଜ୍ରିୱାଲଙ୍କ ଆପ୍‌ ସହ ମେଣ୍ଟ କରିପାରେ। ତେବେ ଏ ସମ୍ପର୍କରେ ଏସଏମଏମ କିମ୍ବା ଆପ୍‌ ପକ୍ଷରୁ କୌଣସି ଘୋଷଣା ହୋଇନାହିଁ। ଚଣ୍ଡିଗଡ଼ରେ ନୂଆ ରାଜନୀତି ଦଳ ଗଠନ ସମ୍ପର୍କରେ ସୂଚନା ଦେଇ ଚାଷୀ ନେତା ବଲବୀର ସିଂହ ରାଜେୱାଲ କହିଛନ୍ତି ଯେ, “ପଞ୍ଜାବ ବିଧାନସଭା ନିର୍ବାଚନ ଲଢ଼ିବାକୁ ସଂଯୁକ୍ତ ସମାଜ ମୋର୍ଚ୍ଚା ନାଁରେ ଗୋଟିଏ ସଂଗଠନ ଗଠନ କରାଯାଇଛି। ସଂଯୁକ୍ତ କିଷାନ ମୋର୍ଚ୍ଚାରେ ଥିବା ୨୨ଟି ସଂଗଠନ ଏପରି ନିଷ୍ପତ୍ତି ନେଇଛନ୍ତି। ଆମେ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାକୁ ଚାହୁଁଛୁ ଓ ମୋର୍ଚ୍ଚା ପ୍ରତି ଲୋକଙ୍କ ସମର୍ଥନ ଆଶା କରୁଛୁ।”

Advertisment

ବିକେୟୁ(କାଡିଆନ)ର ନେତା ହରମୀତ ସିଂହ କାଡିଆନ କହିଛନ୍ତି ଯେ, ସଂଯୁକ୍ତ କିଷାନ ମୋର୍ଚ୍ଚା ବିଭିନ୍ନ ସଂଗଠନକୁ ନେଇ ଗଠନ ହୋଇଥିବା ଗୋଟିଏ ବଡ଼ ଗ୍ରୁପ୍। ଆମେ ବିକ୍ଷୋଭ ଦ୍ୱାରା କୃଷି ଆଇନ ବିରୋଧୀ ଲଢ଼େଇ ଜିତିଛୁ। କିନ୍ତୁ ଆମେ ଆନ୍ଦୋଳନରୁ ଫେରିବା ପରେ ଆମ ଉପରେ ଚାପ ପଡ଼ିଥିଲା। ଯଦି ଆମେ ସେହି ଯୁଦ୍ଧକୁ ଜିତିବ ପାରିଲୁ, ତା’ହେଲେ ନିର୍ବାଚନ ମଧ୍ୟ ଜିତି ପାରିବୁ ବୋଲି ପଞ୍ଜାବବାସୀ କହିଥିଲେ। ଲୋକଙ୍କ ଦାବିକୁ ଦୃଷ୍ଟିରେ ରଖି ଆମେ ସଂଯୁକ୍ତ ସାମଜ ମୋର୍ଚ୍ଚା ଗଠନ କରିଛୁ। ଏହା ଗୋଟିଏ ମୋର୍ଚ୍ଚା। ଏହା ରାଜନୀତିକ ଦଳ ନୁହେଁ। କାରଣ ଭିନ୍ନଭିନ୍ନ ଆଦର୍ଶର ଲୋକମାନେ ପୁଣି ଏକାଠି ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ବଲବୀର ସିଂହ ରାଜେୱାଲ ହିଁ ସଂଯୁକ୍ତ ସମାଜ ମୋର୍ଚ୍ଚାର ନେତୃତ୍ୱ ନେବେ। ପ୍ରଥମେ ମୋର୍ଚ୍ଚା ଗ୍ରାମାଞ୍ଚଳରେ ନିଜକୁ ସଶକ୍ତ କରିବ। ସାଧାରଣ ଲୋକ ହିଁ ଆମର ଫୋକସରେ ରହିବେ। ଆମେ ସାଧାରଣ ଲୋକଙ୍କ ଦଳ ହୋଇ କାମ କରିବୁ ବୋଲି ସେ କହିଛନ୍ତି। ସରକାରଙ୍କ ଠାରୁ ଅଧିକାର ହାସଲ କରିବା ହିଁ ମୋର୍ଚ୍ଚାର ଏକମାତ୍ର ଲକ୍ଷ୍ୟ ଥିଲା। ସରକାର କୃଷି ଆଇନ ପ୍ରତ୍ୟାହାର କରିବା ପରେ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି। ଜାନୁଆରୀ ୧୫ରେ ମୋର୍ଚ୍ଚା ପକ୍ଷରୁ ବୈଠକ ବସିବ। ଏହି ସମୟରେ ଚାଷୀଙ୍କ ଅନ୍ୟାନ୍ୟ ଦାବି ସମ୍ପର୍କରେ ଆଲୋଚନା କରାଯିବ ବୋଲି ମୋର୍ଚ୍ଚା ପକ୍ଷରୁ କୁହାଯାଇଥିଲା।

Punjab Farmers Politics Elections
Advertisment
Advertisment