Advertisment

ବଢ଼ୁଛି କରୋନା କେସ୍‌ ଓ ଓମିକ୍ରନ୍‌ ସଂକ୍ରମଣ, ୧୦ ରାଜ୍ୟକୁ ଯିବେ କେନ୍ଦ୍ରୀୟ ଟିମ୍

ଓମିକ୍ରନ ସଂକ୍ରମଣ, କରୋନା କେସ୍‌ ବୃଦ୍ଧି ପାଉଥିବା ରାଜ୍ୟ ଓ ଟିକାକରଣ ହାର କମ୍‌ ଥିବା ୧୦ ରାଜ୍ୟକୁ ଯିବେ କେନ୍ଦ୍ରୀୟ ଟିମ୍। ଜାତୀୟ ଟିକାକରଣ ହାରଠାରୁ ଏହି ୧୦ ରାଜ୍ୟରେ ଟିକାକରଣ ହାର କମ୍‌ ରହିଥିବାରୁ ଏହାର ସ୍ଥିତି ଅନୁଧ୍ୟାନ କରିବେ କେନ୍ଦ୍ରୀୟ ଟିମ୍।

author-image
Rajalaxmi Sahoo
High Covid Cases In 10 States

High Covid Cases In 10 States

ନୂଆଦିଲ୍ଲୀ: ଓମିକ୍ରନ ସଂକ୍ରମଣ, କରୋନା କେସ୍‌ ବୃଦ୍ଧି ପାଉଥିବା ରାଜ୍ୟ ଓ ଟିକାକରଣ ହାର କମ୍‌ ଥିବା ୧୦ ରାଜ୍ୟକୁ ଯିବେ କେନ୍ଦ୍ରୀୟ ଟିମ୍। ବିଭିନ୍ନ ବିଭାଗର ବିଶେଷଜ୍ଞଙ୍କୁ ନେଇ କେନ୍ଦ୍ରୀୟ ଟିମ୍ ୧୦ଟି ରାଜ୍ୟ ଗସ୍ତ କରିବେ। କେରଳ, ମହାରାଷ୍ଟ୍ର, ତାମିଲନାଡୁ, ପଶ୍ଚିମବଙ୍ଗ, ମିଜୋରାମ,କର୍ଣ୍ଣାଟକ, ବିହାର, ୟୁପି, ଝାଡ଼ଖଣ୍ଡ ଏବଂ ପଞ୍ଜାବ ଗସ୍ତ କରିବ କେନ୍ଦ୍ରୀୟ ଟିମ୍।

Advertisment

ଜାତୀୟ ଟିକାକରଣ ହାରଠାରୁ ଏହି ୧୦ ରାଜ୍ୟରେ ଟିକାକରଣ ହାର କମ୍‌ ରହିଥିବାରୁ ଏହାର ସ୍ଥିତି ଅନୁଧ୍ୟାନ କରିବେ କେନ୍ଦ୍ରୀୟ ଟିମ୍। ସେହିପରି କିଛି ରାଜ୍ୟରେ ଓମିକ୍ରନ୍ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାର କାରଣ ଖୋଜିବା ପାଇଁ କେନ୍ଦ୍ରୀୟ ଟିମ୍ ଗସ୍ତ କରିବେ।

ଦ୍ରୁତ ଟିକାକରଣ ଏବଂ ସଂକ୍ରମଣ ରୋକିବା ପାଇଁ ରାଜ୍ୟ ଏବଂ ଜିଲ୍ଲା ପ୍ରଶାସନ କ’ଣ ପଦକ୍ଷେପ ନେଉଛନ୍ତି କେନ୍ଦ୍ରୀୟ ଟିମ୍ ତାର ଅନୁଧ୍ୟାନ କରିବା କାର୍ଯ୍ୟକ୍ରମ ରହିଛି। ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ମିଶି ସେଣ୍ଟ୍ରାଲ୍ ଟିମ୍ କାମ କରିବା ସହ ସଂକ୍ରମଣ ରୋକିବା ପାଇଁ କ’ଣ ପଦକ୍ଷେପ ନିଆଯିବ ସେନେଇ ମଧ୍ୟ କେନ୍ଦ୍ରୀୟ ଟିମ୍ ପରାମର୍ଶ ଦେବେ। ୩ରୁ ୫ ଦିନ ମଧ୍ୟରେ ଏହି ଟିମ୍ କାମ କରିବେ। ପ୍ରତିଦିନ ସନ୍ଧ୍ୟା ୭ଟା ସୁଦ୍ଧା କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ ଟିମ୍।

Advertisment
COVID19 Omicron Omicron Variant
Advertisment
Advertisment