• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କାର୍ଡ ଟ୍ରାନ୍‌ଜାକ୍‌ସନକୁ ଅଧିକ ସୁରକ୍ଷିତ କରିବାକୁ ରିଜର୍ଭ ବ୍ୟାଙ୍କର ପଦକ୍ଷେପ । ଜାନୁଆରୀ ପହିଲାରୁ ଲାଗୁ ହେବ ଡେବିଟ୍ ଓ କ୍ରେଡିଟ୍ କାର୍ଡ ପାଇଁ ନୂଆ ନିୟମ । ଏଣିକି କାର୍ଡ ନମ୍ବର, CVV ଓ ଏକ୍ସପାରି ଡେଟ୍ ଭଳି ତଥ୍ୟକୁ ଷ୍ଟୋର କରି ରଖିପାରିବେ ନାହିଁ ବ୍ୟାବସାୟିକ ସଂସ୍ଥା । ଡାଟା ଚୋରୀ ଓ ଫ୍ରଡ୍ ରୋକିବାକୁ ଏହି ପଦକ୍ଷେପ ନେଇଛି ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ । ପୂର୍ବରୁ ସେଭ୍ ଥିବା ଗ୍ରାହକଙ୍କ କାର୍ଡ ସଂପର୍କିତ ସବୁ ତଥ୍ୟ ଡିଲିଟ୍ ଲାଗି ଆମାଜନ୍, ଫ୍ଲିପକାର୍ଟ, ଜମାଟୋ ଭଳି ସଂସ୍ଥାକୁ ନିର୍ଦ୍ଦେଶ ରହିଛି । କାର୍ଡ ସଂପର୍କିତ ତଥ୍ୟ ବଦଳରେ ଏଣିକି ଏକ ଟୋକନ୍ ଯୋଗାଇ ଦେବେ ଭିସା, ମାଷ୍ଟରକାର୍ଡ ଓ ରୁପେ ଭଳି କାର୍ଡ ନେଟଓ୍ୱର୍କ ।

କାର୍ଡ ସଂପର୍କିତ ତଥ୍ୟକୁ ଏକ କୋଡ୍‌ରେ ପରିଣତ କରିବା ହେଉଛି ଟୋକନାଇଜେସନ୍ । ଟୋକନାଇଜେସନ ଭାରତ ପାଇଁ ନୂଆ ନୁହେଁ । ଫୋନ୍ ପେ, ପେ ଟିଏମ୍ ଭଳି UPIରେ ଏହି ବ୍ୟବସ୍ଥା ପ୍ରଚଳିତ ରହିଛି । ଟୋକନ୍ ବ୍ୟବସ୍ଥା ଦ୍ୱାରା ଅନଲାଇନ୍ କାରବାର ଅଧିକ ସୁରକ୍ଷିତ ହେବ । କାର୍ଡ ସଂପର୍କିତ ତଥ୍ୟ ବଦଳରେ ବ୍ୟାବସାୟିକ କଂପାନି ଗ୍ରାହକଙ୍କ ଟୋକନ୍ ରେଫରେନ୍‌ସ ନମ୍ବର ସେଭ୍ କରି ରଖିପାରିବେ ।

ଫ୍ରଡ୍ ସାମ୍ନାକୁ ଆସିଲେ ପୁରୁଣା ଟୋକନ୍‌କୁ ଆଉ ବ୍ୟବହାର କରାଯାଇପାରିବନି, ଗ୍ରାହକ ନୂଆ ଟୋକନ୍ ପାଇଁ ଆବେଦନ କରିବେ । ଟୋକନ୍ କେବଳ ଦେଶରେ ଭାଲିଡ୍ ହେବ, ଏହାଦ୍ୱାରା ଅନ୍ତର୍ଜାତୀୟ  କାରବାର କରାଯାଇପାରିବ ନାହିଁ । କାର୍ଡ ନମ୍ବର ଭଳି ଟୋକନ୍ ନମ୍ବର ୧୬ ଅଙ୍କ ବିଶିଷ୍ଟ ହେବ । ତେବେ ଗ୍ରାହକଙ୍କୁ ତାହା ମନେ ରଖିବା ଆବଶ୍ୟକ ପଡିବ ନାହିଁ, ଏମିତିକି ଗ୍ରାହକ ସେମାନଙ୍କ ଟୋକନ ନମ୍ବର ଜାଣିପାରିବେ ନାହିଁ ।

ଭିସା, ମାଷ୍ଟରକାର୍ଡ ଓ ରୁପେ ଭଳି କାଡର୍ର୍ ନେଟଓ୍ୱର୍କ ଟୋକନ୍ ଜେନେରେଟ୍ କରି ସଂପୃକ୍ତ ବ୍ୟାଙ୍କକୁ ଜଣାଇବେ । ଜଣେ ବ୍ୟକ୍ତିଙ୍କ ଟୋକନ୍ ନମ୍ବର ଭିନ୍ନ ଭିନ୍ନ ବ୍ୟାବସାୟିକ ପ୍ରତିଷ୍ଠାନ ଲାଗି ଭିନ୍ନ ଭିନ୍ନ ହେବ । ଅର୍ଥାତ୍ ଗୋଟିଏ କାର୍ଡ ବ୍ୟବହାର କରି ଜଣେ ବ୍ୟକ୍ତି ୩ଟି କଂପାନିଠାରୁ ସାମଗ୍ରୀ କିଣିଲେ ସବୁ ଟ୍ରାନଜାକସନର ଟୋକନ ନମ୍ବର ଭିନ୍ନ ଭିନ୍ନ ରହିବ । ଗ୍ରାହକଙ୍କ ଟୋକନ୍ ରଖିବା ଲାଗି ବ୍ୟାଙ୍କମାନେ ଏକ ସ୍ୱତନ୍ତ୍ର ପୋର୍ଟାଲ କରିବେ । କାର୍ଡ ହୋଲଡର ନିଜ ଟୋକନ ନମ୍ବର ଡିଲିଟ୍ କରିପାରିବେ । ଯଦି କାହାରିକୁ ଟୋକନ ନମ୍ବର ନମିଳେ ତେବେ ସେ ବର୍ତ୍ତମାନ ଭଳି କାର୍ଡ ସଂପର୍କିତ ତଥ୍ୟ ଦେଇ ଅନ୍ଲାଇନରେ କିଣାକିଣି କରିପାରିବେ ।