Advertisment

କମିଲା ସୁନା ଦର, ଜାଣନ୍ତୁ କେତେ ରହିଛି ଦାମ୍‌

କମିଛି ସୁନାର ଦାମ୍ । ଆଜି ସାମାନ୍ୟ କମିଛି ସୁନାର ଦାମ୍‌। ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ଏବଂ ୨୨ କ୍ୟାରେଟ ସୁନା ଦାମ୍‌ ୩୦ ଟଙ୍କା କମିଛି। ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି। ନୂଆଦିଲ୍ଲୀରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ମୂଲ୍ୟରେ ସୁନାର ଦାମ୍ ୪୭,୫୦୦ ଟଙ୍କା ଓ ୫୧,୮୦୦ ଟଙ୍କା ରହିଛି।

author-image
Pallipuspa Samal
gold rate today

gold rate today

ଗତକାଲି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ୪୪,୨୪୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୮,୨୯୦ ଟଙ୍କା ରହିଥିଲା। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍‌ ସୁନା ଦାମ୍‌ ୪୪,୨୧୦ ଏବଂ ୨୪ କ୍ୟାରେଟ୍‌ ସୁନା ଦାମ୍‌ ୪୮, ୨୬୦ ଟଙ୍କା ରହିଛି।

Advertisment

ନୂଆଦିଲ୍ଲୀରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ମୂଲ୍ୟ ୪୭,୫୦୦ ଟଙ୍କା ଓ ୫୧,୮୦୦ ଟଙ୍କା ରହିଛି । ସେହିପରି ମୁମ୍ବାଇରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ମୂଲ୍ୟ ୪୭, ୩୦୦ ଟଙ୍କା ଓ ୪୮,୩୦୦ ଟଙ୍କା ଥିବା ରେକର୍ଡ ହୋଇଛି । ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୫,୩ ୩୦ ଟଙ୍କା ଓ ୪୯, ୬୮୦ ଟଙ୍କା ରହିଛି।

ଏହାଛଡ଼ା ଦେଶର ବିଭିନ୍ନ ସ୍ଥାନରେ ଅଲଗା ଅଲଗା ଦର ଦାମ୍ ରହିଛି । ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୫,୮୨୪ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୪୯,୯୯୦ ଟଙ୍କା ଥିବା ରେକର୍ଡ ହୋଇଛି । ସେହିପରି କୋଲକାତାରେ ଯଥାକ୍ରମେ ୪୭,୫୦୦ ଟଙ୍କା ଓ ୫୦,୨୦୦ ଟଙ୍କା ରହିଛି । ଅନ୍ୟପଟେ ଆଜି ରୁପା ମୂଲ୍ୟ ମଧ୍ୟ କମ୍ ରହିଛି। ଆଜି ରୁପା କିଲୋଗ୍ରାମ ପ୍ରତି ୬୨,୩୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି ।

Advertisment

ଯଦି ଆପଣ ସୁନାର ଶୁଦ୍ଧତା ଚେକ୍‌ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍‌ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ ।

Gold Rate Today
Advertisment
Advertisment