ଏହି ବିସ୍ଫୋରଣରେ ୩ ଜଣ ସହିଦ ହୋଇଥିବା ନେଇ ଆଶଙ୍କା କରାଯାଉଛି।
ଦିଲ୍ଲୀ ପୋଲିସକୁ ଗୁଇନ୍ଦା ବିଭାଗ ପକ୍ଷରୁ ଆଲର୍ଟ କରାଯାଇଛି । ମିଳିଥିବା ଖବର ଅନୁସାରେ ଇଣ୍ଟେଲିଜେନ୍ସ ବ୍ୟୁରୋ ଦିଲ୍ଲୀ ପୋଲିସକୁ ନଅ ପୃଷ୍ଠାର ଆଲର୍ଟ ମଧ୍ୟ ସେୟାର କରିଛି ।
କରୋନା ଟିକାକୁ ନେଇ ବଡ଼ ରାୟ ଦେଲେ ସୁପ୍ରିମକୋର୍ଟ। କହିଲେ, ଭ୍ୟାକ୍ସିନ ନେବା ପାଇଁ ବାଧ୍ୟ ନୁହନ୍ତି ଜନତା। ଏମିତିକି କରୋନା ଟିକାର ପ୍ରମାଣ ପତ୍ର କୌଣସି ସ୍ଥାନରେ ଦାଖଲ କରିବା ଜରୁରୀ ନୁହେଁ
ଖାଲି ଡେଲ୍ଟା ନୁହେଁ ବରଂ କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ୍କୁ ନେଇ ସାରା ଦେଶ ଆତଙ୍କିତ ହୋଇପଡିଛି । ଏମିତିକି ଦେଶରେ ପ୍ରାୟ ସ୍ଥାନରେ ବୁଷ୍ଟର ଡୋଜ ଟିକାକରଣ ମଧ୍ୟ କରାଯାଉଛି। ଏହାରି ଭିତରେ ସୁପ୍ରିମକୋର୍ଟ କେନ୍ଦ୍ରକୁ କହିଛନ୍ତି ଯେ, କୌଣସି ବ୍ୟକ୍ତିର ଇଚ୍ଛା ବିରୁଦ୍ଧରେ କିମ୍ବା ବାଧ୍ୟତାମୂଳକ ଭାବେ ଟିକା ଦିଆଯିବ ନାହିଁ । ଏମିତିକି ତାଙ୍କୁ ବାଧ୍ୟ ମଧ୍ୟ କରାଯିବ ନାହିଁ ।
କ୍ରିପ୍ଟୋକରେନ୍ସି(Cryptocurrency)ରେ ଆଜିକାଲି ଦ୍ରୁତ ପରିବର୍ତ୍ତନ ଦେଖିବାକୁ ମିଳୁଛି। ନୂଆ ଟୋକେନ୍ ଗତ ସପ୍ତାହକ ମଧ୍ୟରେ ଭଲ ରିଟର୍ଣ୍ଣ ଦେଇଥିବା ସୂଚନା ମିଳିଛି। ଯାହା ଅବିଶ୍ୱସନୀୟ।
କରୋନାର ଉପରମୁହାଁ ଦୈନିକ ସଂକ୍ରମଣ ଭିତରେ ଦିଲ୍ଲୀବାସୀଙ୍କ ପାଇଁ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଗତକାଲି ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବା ସହ ୧୮ ହଜାର ୨୮୬ ନୂଆ କେସ୍ ସାମ୍ନାକୁ ଆସିଥିଲା।
ପ୍ରଖ୍ୟାତ କଥକ ନୃତ୍ୟଶିଳ୍ପୀ ପଣ୍ଡିତ ବିର୍ଜୁ ମହାରାଜଙ୍କ ପରଲୋକ ହୋଇଛି। ପଦ୍ମ ବିଭୂଷଣ ସମ୍ମାନ ଓ ସଙ୍ଗୀତ ନାଟକ ଏକାଡେମୀ ସମ୍ମାନରେ ସମ୍ମାନିତ ହୋଇଥିଲେ।
ଏଇଟ୍ ସିଟର୍ ଯାଏଁ ସବୁ କାର୍ରେ ବାଧ୍ୟତାମୂଳକ ହେବ ୬ ଏୟାର ବ୍ୟାଗ୍ । ଆସନ୍ତା ଅକ୍ଟୋବର ପହିଲାରୁ ଲାଗୁ ହେବ ଏହି ନୂଆ ନିୟମ । ଅର୍ଥାତ୍ ଅକ୍ଟୋବର ପରଠାରୁ ବଜାରକୁ ଆସିବାକୁ ଥିବା ସବୁ ଏମ୍-ଓ୍ୱାନ୍ ବର୍ଗର ଯାନବାହନ ଅର୍ଥାତ ଆଠ ସିଟ୍ ଯାଏଁ କ୍ଷମତା ବିଶିଷ୍ଟ ସବୁ କାର୍ରେ ଲାଗିବ ଅତିକମ୍ରେ ୬ଟି ଏୟାର ବ୍ୟାଗ୍ ।
କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ୍ ଗଡ଼କରୀ ଟ୍ୱିଟ୍ କରି କହିଛନ୍ତି, ୨୦୧୯ ଜୁଲାଇରୁ ଦେଶରେ ଡ୍ରାଇଭର ଏୟାର ବ୍ୟାଗ୍କୁ ବାଧ୍ୟତାମୂଳକ କରାଯାଇଥିଲା । ୨୦୨୨ ଜାନୁଆରୀ ପହିଲାରୁ ସହ-ଯାତ୍ରୀ ଏୟାର ବ୍ୟାଗ୍ ବାଧ୍ୟତାମୂଳକ କରାଯାଇଛି ।
ଦିଲ୍ଲୀରୁ IED ମିଳିବା ପଛରେ ପାକିସ୍ତାନର ହାତ ଥିବା ସନ୍ଦେହ କରାଯାଉଛି। ଦିଲ୍ଲୀ ପୋଲିସ୍ ଓ ଗୁଇନ୍ଦା ବିଭାଗ ହାତରେ ଏଭଳି ତଥ୍ୟ ଲାଗିବା ପରେ ଖୋଳତାଡ଼ ଆରମ୍ଭ ହୋଇଛି।
ଅନ୍ଲାଇନ୍ରେ ପିଜା ଅର୍ଡର କରୁଛନ୍ତି କି ? ହୋଇଯାଆନ୍ତୁ, ସାବଧାନ... କେତେବେଳେ ବି, କୌଣସି ପରିସ୍ଥିତିରେ ବି ଆପଣ ଠକାମିର ଶିକାର ହୋଇପାରନ୍ତି।
ଦେଶରେ ଦୈନିକ ସଂକ୍ରମଣ ୩ ଲକ୍ଷ ଆଡ଼କୁ ମୁହାଁଇଥିବା ବେଳେ ମହାରାଷ୍ଟ୍ରରେ ସ୍ଥିତି ଉଦ୍ବେଗଜନକ ରହିଛି। ମହାରାଷ୍ଟ୍ରରେ ଆକ୍ଟିଭ୍ କେସ୍ ଅଢ଼େଇ ଲକ୍ଷ ପାର୍ କରିଛି।
ଆଜି ହେଉଛି ବୀରମାନଙ୍କର ଦିନ । ଭାରତୀୟ ସ୍ଥଳସେନା ଆଜି ପାଳୁଛି ୭୪ତମ ପ୍ରତିଷ୍ଠା ଦିବସ । ପ୍ରତିବର୍ଷ ଜାନୁଆରୀ ୧୫ ତାରିଖରେ ଭାରତରେ 'ସେନା ଦିବସ' ପାଳନ କରାଯାଇ ଆସୁଅଛି । ୧୯୪୯ ମସିହାର ଏହି ଦିନରେ ଭାରତୀୟ ସେନାର ପ୍ରଥମ ଭାରତୀୟ କମାଣ୍ଡର ଚିଫ୍ କେଏମ୍ କରିଅପ୍ପା ବିଧିବଦ୍ଧ ଭାବେ ଦାୟିତ୍ୱ ନେଇଥିଲେ । ସେବେ ଠାରୁ ଏହି ଦିନଟିକୁ ବୀର ଓ ସାହସୀ ଭାରତୀୟ ସେନାଙ୍କ ପାଇଁ ଉତ୍ସର୍ଗ କରାଯାଇଛି ।
ଆଜି ହେଉଛି ବୀରମାନଙ୍କର ଦିନ । ଭାରତୀୟ ସ୍ଥଳସେନା ଆଜି ପାଳୁଛି ୭୪ତମ ପ୍ରତିଷ୍ଠା ଦିବସ । ପ୍ରତିବର୍ଷ ଜାନୁଆରୀ ୧୫ ତାରିଖରେ ଭାରତରେ 'ସେନା ଦିବସ' ପାଳନ କରାଯାଇ ଆସୁଅଛି । ୧୯୪୯ ମସିହାର ଏହି ଦିନରେ ଭାରତୀୟ ସେନାର ପ୍ରଥମ ଭାରତୀୟ କମାଣ୍ଡର ଚିଫ୍ କେଏମ୍ କରିଅପ୍ପା ବିଧିବଦ୍ଧ ଭାବେ ଦାୟିତ୍ୱ ନେଇଥିଲେ । ସେବେ ଠାରୁ ଏହି ଦିନଟିକୁ ବୀର ଓ ସାହସୀ ଭାରତୀୟ ସେନାଙ୍କ ପାଇଁ ଉତ୍ସର୍ଗ କରାଯାଇଛି ।
ଏଣିକି ଜାନୁଆରୀ ୨୪ ପରିବର୍ତ୍ତେ ପ୍ରତ୍ୟେକ ବର୍ଷ ଜାନୁଆରୀ ୨୩ରୁ ଗଣତନ୍ତ୍ର ଦିବସ ପାଳନ କରାଯିବ। ନେତାଜୀ ସୁଭାଷ ବୋଷଙ୍କ ଜୟନ୍ତୀରୁ ଆରମ୍ଭ ହେବ ଏହି ଚାରିଦିନିଆ ସମାରୋହ ପାଳନ । ନେତାଜୀଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନ ଜଣାଇ ଗଣତନ୍ତ୍ର ଦିବସ ସମାରୋହରେ ତାଙ୍କ ଜୟନ୍ତୀକୁ ସାମିଲ କରିବା ପାଇଁ ମୋଦି ସରକାର ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।
ହ୍ରାସ ପାଇଲା ସୁନାର ଦାମ୍, ଭାରତୀୟ ବଜାରରେ ଆଜି ହ୍ରାସ ପାଇଛି ସୁନାର ଦାମ୍। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୬,୯୮୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୮,୯୮୦ ଟଙ୍କା ରହିଛି । ଦେଶରେ ସୁନାର ଦାମ୍ ଭିନ୍ନ ଭିନ୍ନ ରହିଛି । ସେହିପରି ଆଜି ରୁପା ମୂଲ୍ୟ ବଢ଼ିଛି। ଆଜି ରୁପା କିଲୋଗ୍ରାମ ପ୍ରତି ୬୨,୨୦୦ ଟଙ୍କା ରହିଛି ।
ବିନା କାରଣରେ ଆପଣ ଟ୍ରେନ୍ରେ ଚେନ୍ ପୁଲିଂ କରୁଛନ୍ତି, ତା’ହେଲେ ଏହାକୁ ବହୁତ ବଡ଼ ଅପରାଧ ବୋଲି ଧରି ନିଆଯାଇଥାଏ। କେବଳ ଜରୁରୀକାଳୀନ ପରିସ୍ଥିତିରେ ଟ୍ରେନ୍ରେ ଚେନ୍ ପୁଲିଂ କରାଯାଇଥାଏ।
ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁରରୁ ଲଢ଼ିବେ।
ଦିଲ୍ଲୀରେ ଓମିକ୍ରନର ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଯାଇଥିବା ସୂଚନା ମିଳିଛି। ଏନେଇ କ୍ଲିନିକାଲ ପ୍ରମାଣ ମିଳିଛି।
ମହଙ୍ଗା ପଡ଼ିଲା ସମାଜବାଦୀ ପାର୍ଟିର ସଭା। ଲକ୍ଷ୍ନୌରେ ସମାଜବାଦୀ ପାର୍ଟିର ମିଶ୍ରଣ ପର୍ବରେ ହଜାର ହଜାର ସଂଖ୍ୟାରେ ଲୋକଙ୍କ ଭିଡ଼ ଜମିଥିଲା।
ଉଡ଼ାଣ ଭରିବା ପାଇଁ ଏକାସଙ୍ଗେ ଗୋଟିଏ ରନ୍ୱେରେ ଆସିଗଲା ୨ଟି ବିମାନ। ଦୁଇ ବିମାନ ମଧ୍ୟରେ ଧକ୍କା ହୋଇଥାନ୍ତା, ହେଲେ ଉଚିତ୍ ସମୟରେ ସଠିକ୍ ନିଷ୍ପତ୍ତି ଯୋଗୁ ଏକ ବଡ଼ ଧରଣର ଅଘଟଣକୁ ଏଡ଼ାଇ ଦିଆଯାଇଛି।
ବିଦାୟୀ ବର୍ଷର ଡିସେମ୍ବର ୮ ତାରିଖରେ ଦେଶର ପ୍ରଥମ ସିଡିଏସ୍ ବିପିନ ରାୱତଙ୍କୁ ନେଇ ଯାଉଥିବା ବାୟୁସେନାର ଏମଆଇ-୧୭ଭି୫ ହେଲିକପ୍ଟର ତାମିଲନାଡୁର କୁନ୍ନୁର ଠାରେ କ୍ରାଶ ହୋଇଥିଲା ।
ପୁଣି ବଢିଲା ସୁନାର ଦର । ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୭,୧୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୯,୧୦୦ ଟଙ୍କା ରହିଛି । ନୂଆଦିଲ୍ଲୀରେ ସୁନାର ଦାମ୍ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟରେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୪୬,୯୬୦ ଟଙ୍କା ଓ ୫୧,୨୨୦ ଟଙ୍କା ରହିଛି ।
ବର୍ତ୍ତମାନର ପ୍ରଧାନମନ୍ତ୍ରୀ ବୋରିସ ଜନଶନ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏନେଇ ତାଙ୍କ ଉପରେ ଚାପ ପଡୁଛି।
ଦିଲ୍ଲୀ ଗାଜିପୁର ଅଞ୍ଚଳରେ ଏକ ସନ୍ଦିଗ୍ଧ ବ୍ୟାଗ୍ ମିଳିଛି। କିଏ ରଖିଲା ବ୍ୟାଗ୍ ? କେଉଁଠୁ ଆସିଲା ଓ କେଉଁଠିକି ଏହି ବ୍ୟାଗ୍ ଯାଇଥାନ୍ତା ? ଏନେଇ ସ୍ପେଶାଲ୍ ସେଲ୍ ଟିମ୍ ଛାନ୍ଭିନ୍ ଆରମ୍ଭ କରିଛି।