Advertisment

ବେକାବୁ କରୋନା: ମହାରାଷ୍ଟ୍ରରେ ସାଂଘାତିକ ସ୍ଥିତି, ଆକ୍ଟିଭ୍ କେସ୍ ଅଢ଼େଇ ଲକ୍ଷ ପାର୍

ଦେଶରେ ଦୈନିକ ସଂକ୍ରମଣ ୩ ଲକ୍ଷ ଆଡ଼କୁ ମୁହାଁଇଥିବା ବେଳେ ମହାରାଷ୍ଟ୍ରରେ ସ୍ଥିତି ଉଦ୍‌ବେଗଜନକ ରହିଛି। ମହାରାଷ୍ଟ୍ରରେ ଆକ୍ଟିଭ୍ କେସ୍ ଅଢ଼େଇ ଲକ୍ଷ ପାର୍ କରିଛି।

author-image
Rajalaxmi Sahoo
Corona Cases In Maharashtra

Corona Cases In Maharashtra

ଦେଶରେ ବେକାବୁ ହେଲାଣି କରୋନା। ଦୈନିକ ସଂକ୍ରମଣ ୩ ଲକ୍ଷ ଆଡ଼କୁ ମୁହାଁଇଥିବା ବେଳେ ମହାରାଷ୍ଟ୍ରରେ ସ୍ଥିତି ଉଦ୍‌ବେଗଜନକ ରହିଛି। ମହାରାଷ୍ଟ୍ରରେ ଆକ୍ଟିଭ୍ କେସ୍ ଅଢ଼େଇ ଲକ୍ଷ ପାର୍ କରିଛି। ଏବେ ମହାରାଷ୍ଟ୍ରରେ ଆକ୍ଟିଭ୍ କେସ୍ ୨ ଲକ୍ଷ ୬୪ ହଜାର ୪୪୧ ରହିଛି। ଗତକାଲି ମହାରାଷ୍ଟ୍ରରେ ୪୨ ହଜାର ୪୬୨ ନୂଆ ମାମଲା ସାମ୍ନାକୁ ଆସିଛି। ଏଥିସହ ୨୩ ଜଣଙ୍କର ମୃତ୍ୟୁ ଘଟିଛି। 

Advertisment

ମହାରାଷ୍ଟ୍ରରେ ସମ୍ମୁଖ ଯୋଦ୍ଧାଙ୍କୁ ସଂକ୍ରମଣ ବି ଚିନ୍ତା ବଢ଼ାଇଲାଣି। ଗତକାଲି ୮୧ ଜଣ ପୋଲିସ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ମୁମ୍ବାଇରେ ୧୦ ହଜାରରୁ ଅଧିକ ପଜିଟିଭ୍ କେସ୍ ସାମ୍ନାକୁ ଆସିଥିବା ବେଳେ ପୁଣେରେ ଦିନକରେ ବାହାରିଛନ୍ତି ୫ ହଜାର ୭୦୫ ପଜିଟିଭ୍। ସେହିପରି କର୍ଣ୍ଣାଟକରେ ଦିନକରେ ୩୨ହଜାରରୁ ଅଧିକ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି। କେବଳ ବେଙ୍ଗାଲୁରୁରେ ୨୪ ଘଣ୍ଟାରେ ବାହାରିଛନ୍ତି ୨୨ ହଜାରରୁ ଅଧିକ ପଜିଟିଭ୍।

କରୋନା ସଂକ୍ରମଣ ବୃଦ୍ଧି ଭିତରେ ଦିଲ୍ଲୀରେ ଓମିକ୍ରନର ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଯାଇଥିବା ଦିଲ୍ଲୀ ILBSର କ୍ଲିନିକାଲ ଭାଇରୋଲୋଜି ବିଭାଗ ସୂଚନା ଦେଇଛି। ଦିଲ୍ଲୀରେ ଗତକାଲି ୨୦ ହଜାର ୭୧୮ ପଜିଟିଭ୍ ବାହାରିଥିବା ବେଳେ ୩୦ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ଆକ୍ଟିଭ୍ କେସ୍ ୯୩ ହଜାର ପାର୍ କରିଛି। ଦିଲ୍ଲୀରେ ପଜିଟିଭିଟି ହାର ମଧ୍ୟ ୩୦% ଟପିଛି।

Advertisment

କେରଳରେ ଦିନକରେ ୧୭ ହଜାରରୁ ଅଧିକ ସଂକ୍ରମଣ ମାମଲା ସାମ୍ନାକୁ ଆସିଥିବା ବେଳେ ୧୦୬ ଜଣଙ୍କର ଜୀବନ ନେଇଛି କରୋନା। ପଶ୍ଚିମବଙ୍ଗରେ ମଧ୍ୟ ସ୍ଥିତି ଉଦ୍‌ବେଗଜନକ ରହିଛି। ପଶ୍ଚିମବଙ୍ଗରେ ଗତକାଲି ୧୯ ହଜାର କେସ୍ ସାମ୍ନାକୁ ଆସିଥିବା ବେଳେ ଆକ୍ଟିଭ୍ କେସ୍ ସଂଖ୍ୟା ଦେଢ଼ ଲକ୍ଷ ଟପିଛି। ପଶ୍ଚିମବଙ୍ଗରେ ପଜିଟିଭିଟି ହାର ୨୯.୫୨% ରହିଛି। ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ କଟକଣାକୁ ବଢ଼ାଇ ଝାଡ଼ଖଣ୍ଡ ସରକାର ଦେଇଛନ୍ତି।  ଝାଡ଼ଖଣ୍ଡରେ ଏବେ ଆକ୍ଟିଭ୍ କେସ୍ ସଂଖ୍ୟା ୩୩ ହଜାର ପାର୍ କରିଛି। 

COVID19 Corona Cases In Maharashtra
Advertisment
Advertisment