/odishatv-khabar/media/post_attachments/uploadimage/library/16_9/16_9_0/Pizza_1642312894.jpg)
Pizza
ମୁମ୍ବାଇ: ଅନ୍ଲାଇନ୍ରେ ପିଜା ଅର୍ଡର କରୁଛନ୍ତି କି ? ହୋଇଯାଆନ୍ତୁ, ସାବଧାନ... କେତେବେଳେ ବି, କୌଣସି ପରିସ୍ଥିତିରେ ବି ଆପଣ ଠକାମିର ଶିକାର ହୋଇପାରନ୍ତି। ମୁମ୍ବାଇର ଜଣେ ମହିଳା ପିଜା ଅର୍ଡର କରିବା ପରେ ୧୧ ଲକ୍ଷରୁ ଅଧିକ ଟଙ୍କା ଅନଲାଇନ୍ରେ ଠକେଇର ଶିକାର ହୋଇଛନ୍ତି।
ଅନ୍ଧେରୀର ସମ୍ପୃକ୍ତ ମହିଳା ଗତବର୍ଷ ଜୁଲାଇରେ ଅନ୍ଲାଇନ୍ରେ ପିଜା ଅର୍ଡର କରିବା ବେଳେ ଆକାଉଣ୍ଟରୁ ୯ ହଜାର ୯୯୯ ଟଙ୍କା କଟି ଯାଇଥିଲା। ପରେ ଅକ୍ଟୋବର ମାସରେ ଅନ୍ଲାଇନ୍ରେ ଡ୍ରାଏ ଫ୍ରୁଟସ୍ ଅର୍ଡର କରିବା ବେଳେ ୧ ହଜାର ୪୯୬ ଟଙ୍କା ଆକାଉଣ୍ଟରୁ କଟି ଯାଇଥିଲା।
ବାରମ୍ବାର ଏଭଳି ଘଟିବାରୁ କଟିଥିବା ଟଙ୍କାକୁ ଫେରି ପାଇବା ପାଇଁ ମହିଳାଜ ଜଣକ କଷ୍ଟମର କେୟାର ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ। ଏନେଇ ମହିଳା ଜଣଙ୍କ ଗୁଗଲରୁ ଏକ ନମ୍ବର ପାଇ ସେଥିରେ ଯୋଗାଯୋଗ କରିଥିଲେ। ଏହାପରେ ଅନ୍ଲାଇନ୍ ଲୁଟେରାମାନେ ତାଙ୍କୁ ଟଙ୍କା ଫେରି ପାଇବେ ବୋଲି ମିଛ ପ୍ରତିଶ୍ରୁତି ଦେଇଥିଲେ। ଏକ ଆପ୍ ଡାଉନଲୋଡ କରିବା ପାଇଁ କହି ଠକମାନେ ଟଙ୍କା ଲୁଟି ଚାଲିଥିଲେ।
ହେଲେ ମହିଳା ଜଣକ ଜାଣିନଥିଲେ ସେ ଠକଙ୍କ ଜାଲରେ ପଡ଼ିଯାଇଛନ୍ତି। ମହିଳା ଜଣକ କିଛି ବୁଝିବା ପୂର୍ବରୁ ତାଙ୍କ ଆକାଉଣ୍ଟରୁ ୧୧ ଲକ୍ଷ ୭୮ ହଜାର ଟଙ୍କା କଟି ସାରିଥିଲା। ଗତ ନଭେମ୍ବର ୧୪ରୁ ଡିସେମ୍ବର ୧ ଭିତରେ ମହିଳା ଜଣଙ୍କ ନିଜ କଷ୍ଟ ଅର୍ଜିତ ଏହି ଟଙ୍କା ହରାଇଛନ୍ତି। ଟଙ୍କା ଫେରି ପାଇବା ପାଇଁ ଉକ୍ତ ମହିଳା ଏବେ ମୁମ୍ବାଇର ସାଇବର ପୋଲିସ ଷ୍ଟେସନରେ ଏତଲା ଦେଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)