ଆଜି ହେଉଛି ବୀରମାନଙ୍କର ଦିନ । ଭାରତୀୟ ସ୍ଥଳସେନା ଆଜି ପାଳୁଛି ୭୪ତମ ପ୍ରତିଷ୍ଠା ଦିବସ । ପ୍ରତିବର୍ଷ ଜାନୁଆରୀ ୧୫ ତାରିଖରେ ଭାରତରେ 'ସେନା ଦିବସ' ପାଳନ କରାଯାଇ ଆସୁଅଛି । ୧୯୪୯ ମସିହାର ଏହି ଦିନରେ ଭାରତୀୟ ସେନାର ପ୍ରଥମ ଭାରତୀୟ କମାଣ୍ଡର ଚିଫ୍ କେଏମ୍ କରିଅପ୍ପା ବିଧିବଦ୍ଧ ଭାବେ ଦାୟିତ୍ୱ ନେଇଥିଲେ । ସେବେ ଠାରୁ ଏହି ଦିନଟିକୁ ବୀର ଓ ସାହସୀ ଭାରତୀୟ ସେନାଙ୍କ ପାଇଁ ଉତ୍ସର୍ଗ କରାଯାଇଛି ।
ବଦଳିବ ଭାରତୀୟ ସେନା ୟୁନିଫର୍ମ । ସୌର୍ଯ୍ୟ ଓ ସାହସିକତା ପ୍ରଦର୍ଶନ କରିବା ଭଳି ଡିଜାଇନ୍ । ଅଦମ୍ୟ ସାହସର ପ୍ରତୀକ ହେବ ନୂଆ ୟୁନିଫର୍ମ । ଭାରତୀୟ ବୀର ଯବାନଙ୍କ ଅଦମ୍ୟ ବୀରତ୍ୱକୁ ପ୍ରଦର୍ଶନ କରିବା ଭଳି ପ୍ରସ୍ତୁତ ହେଉଛି ନୂଆ ଡିଜାଇନ୍ର ୟୁନିଫର୍ମ । ଆସନ୍ତା ଆର୍ମି ଡେ’ ଅର୍ଥାତ ଚଳିତ ମାସ ୧୫ ତାରିଖରେ ଏହି ନୂଆ ଡିଜିଟାଲ କମ୍ବାଟ୍ ୟୁନିଫର୍ମ ପିନ୍ଧିବେ ଭାରତୀୟ ସେନାର ଯବାନ ।