• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସିଡିଏସ୍ ବିପିନ ରାୱତଙ୍କ ଚପର କ୍ରାସ୍ ଘଟଣାରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି । ହଠାତ ପାଗରେ ପରିବର୍ତ୍ତନ ଯୋଗୁଁ ଚପର କ୍ରାସ୍ ହୋଇଥିବା ସୂଚନା । ପାଗରେ ହଠାତ୍ ପରିବର୍ତ୍ତନ ପରେ ମେଘଖଣ୍ଡ ଭିତରକୁ ପଶିଯାଇଥିଲା ଚପର । ଏଭଳି ପରିସ୍ଥିତିରେ ଘାବରେଇ ଯାଇଥିଲେ ପାଇଲଟ । ଆଉ ନିୟନ୍ତ୍ରଣ ହରାଇ ବସିଥିଲେ । ପାଇଲଟ ନିୟନ୍ତ୍ରଣ ହରାଇବାରୁ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଭଳି ତଥ୍ୟ କୋର୍ଟ ଅଫ୍ ଇନକ୍ୱାରୀ ତରଫରୁ ଆସିବା ପରେ ଏନେଇ ତର୍ଜମା କରାଯାଉଛି । 

ବିଦାୟୀ ବର୍ଷର ଡିସେମ୍ବର ୮ ତାରିଖରେ ଦେଶର ପ୍ରଥମ ସିଡିଏସ୍‌ ବିପିନ ରାୱତଙ୍କୁ ନେଇ ଯାଉଥିବା ବାୟୁସେନାର ଏମଆଇ-୧୭ଭି୫ ହେଲିକପ୍ଟର ତାମିଲନାଡୁର କୁନ୍ନୁର ଠାରେ କ୍ରାଶ ହୋଇଥିଲା । ଏଥିରେ ସିଡିଏସ୍‌ ରାୱତ ଓ ତାଙ୍କ ପତ୍ନୀ ମଧୁଲିକାଙ୍କ ସମେତ ୧୪ ଜଣ ପ୍ରାଣ ହରାଥିଲେ । ତେବେ ସିଡିଏସ୍‌ଙ୍କ ହେଲିକପ୍ଟର କେମିତି କ୍ରାଶ ହୋଇଥିଲା, ତା’ର ତଦନ୍ତ ରିପୋର୍ଟ ଆଜି ସାମ୍ନାକୁ ଆସିଛି । କୋର୍ଟ ଅଫ ଇନକ୍ୱାରୀର ପ୍ରାଥମିକ ରିପୋର୍ଟରେ ଖରାପ ପାଗ ହିଁ ଦୁର୍ଘଟଣାର ମୁଖ୍ୟ କାରଣ ବୋଲି କୁହାଯାଇଛି । ରିପୋର୍ଟରେ ଯାନ୍ତ୍ରିକ ତ୍ରୁଟି, ଅସାବଧାନତା କିମ୍ବା ଷଡ଼ଯନ୍ତ୍ର ଅଭିଯୋଗକୁ ଖଣ୍ଡନ କରାଯାଇଛି । ରିପୋର୍ଟରେ କୁହାଯାଇଛି ଯେ ହଠାତ୍‌ ପାଗରେ ପରବର୍ତ୍ତନ ଆସିବାରୁ ହେଲିକପ୍ଟରଟି ମେଘ ଖଣ୍ଡ ମଧ୍ୟରେ ପ୍ରବେଶ କରି ଯାଇଥିଲା । ମେଘ ଖଣ୍ଡ ଯୋଗୁ ପାଇଲଟ ଜଣଙ୍କ ଆଉ କିଛି ଦେଖିପାରି ନଥିଲେ। ଫଳରେ ସେ ସଂପୂର୍ଣ୍ଣ ଭାବେ ହଡ଼ବଡ଼େଇ ଯାଇଥିଲେ।

ଯାହାଫଳରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତିନି ସେବା ସ୍ତରୀୟ ତଦନ୍ତ ବେଳେ ହେଲିକପ୍ଟର ଡାଟା ରେକର୍ଡ ଓ କକପିଟ୍‌ ଭଏସ୍ ରେକର୍ଡର ତର୍ଜମା କରାଯାଇଥିଲା। ହେଲିକପ୍ଟର ଦୁର୍ଘଟଣା ପଛରେ କୌଣସି ଯାନ୍ତ୍ରିକ ତ୍ରୁଟି, ଷଡ଼ଯନ୍ତ୍ର କିମ୍ବା ଅବହେଳା ନାହିଁ ବୋଲି ଜଣାପଡ଼ିଛି । ଏୟାର ଚିଫ୍ ଏୟାର ମୁଖ୍ୟ ମାର୍ଶଲ ଭିଆର ଚୌଧୁରୀ ଓ ଏୟାର ମାର୍ଶଲ ମନଭେନ୍ଦ୍ର ସିଂହ ଏହି ରିପୋର୍ଟକୁ ଜାନୁଆରୀ ୫ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ପ୍ରଦାନ କରିଥିଲେ । ଏଥିରେ କୁହାଯାଇଛି ଯେ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରଟି ପାଇଲଟଙ୍କ ନିୟନ୍ତ୍ରଣରେ ଥିଲା। କିନ୍ତୁ ମେଘଖଣ୍ଡ ଯୋଗୁ ସେ ଏହା ଉପରୁ ନିୟନ୍ତ୍ରଣ ହରାଇଥିଲେ। ଏହାପରେ ଏହା କ୍ରାଶ ହୋଇଥିଲା ।