ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ଅବସରରେ ଅନେକ ଜିନିଷ ଶସ୍ତା ହୋଇଥିବା ବେଳେ ଆଉ କିଛି ଜିନିଷ ମହଙ୍ଗା ହୋଇଛି। ଏହାସହ ବଜେଟ୍ରେ କିଛି ନୂଆ ମଧ୍ୟ ଘୋଷଣା ହୋଇଛି।
୨୦୨୨-୨୩ବର୍ଷରେ ମଲ୍ଟି ମୋଡାଲ୍ ଲଜିଷ୍ଟିକ୍ ପାର୍କ ମଧ୍ୟ ସ୍ଥାପନ କରାଯିବ ବୋଲି ନିର୍ମଳା ସୀତାରମଣ କହିଛନ୍ତି ।
ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ର ବଜେଟ୍ ଉପସ୍ଥାପନ ବେଳେ କ୍ରିପ୍ଟୋ କରେନ୍ସି(Cryptocurrency)କୁ ଟିକସଭୁକ୍ତ କରାଯିବା ନେଇ ଘୋଷଣା କରିଛନ୍ତି।
ସାଧାରଣ ନାଗରିକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ୨୦୨୨-୨୩ ବର୍ଷରୁ ଇ-ପାସପୋର୍ଟ ବ୍ୟବସ୍ଥା କରାଯିବ । ଭବିଷ୍ୟତରେ ସୁବିଧା ପାଇଁ ଇ-ପାସପୋର୍ଟରେ ଏକ ଆଧୁନିକ ଚିପ୍ ସଂଯୋଗ କରାଯିବ ।
ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ଅବସରରେ କେନ୍ଦ୍ର ଅର୍ଥମନ୍ତ୍ରୀ ହୀରା ଗହଣା ଉପରେ କଷ୍ଟମ୍ସ ଡ୍ୟୁଟି ୫%କୁ ହ୍ରାସ ନେଇ ଘୋଷଣା କରିଛନ୍ତି।
ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୩,୮୨୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୭,୮୩୦ ଟଙ୍କା ରହିଛି। ଆଜି ରୁପା କିଲୋଗ୍ରାମ ପ୍ରତି ୪୦୦ ଟଙ୍କା କମି ୬୦,୯୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।
ଭାରତ ନେଟ୍ ପ୍ରୋଜେକ୍ଟ ଜରିଆରେ ୨୦୨୫ ସୁଦ୍ଧା ସବୁ ଗାଁକୁ ଅପ୍ଟିକାଲ ଫାଇବର ବିଛାଯିବ। ୨୦୨୨-୨୩ରେ 5G ସ୍ପେକ୍ଟ୍ରମ ନିଲାମ ପାଇଁ ଆହ୍ୱାନ କରାଯିବ।
ବଜେଟ୍ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଟିକସ ବ୍ୟବସ୍ଥା ସମ୍ପର୍କରେ ଘୋଷଣା କରିଛନ୍ତି। କୌଣସି ଟିକସଦାତା ଆୟ ଘୋଷଣାରେ ତ୍ରୁଟି କରିଥିଲେ ସୁଧାରି ପାରିବେ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି।
ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ । ଡିଜିଟାଲ କରେନ୍ସି ବ୍ୟବସ୍ଥା ଆରମ୍ଭ କରିବ RBI
ପିଏମ ଆୱାସ ଯୋଜନା ଅଧୀନରେ ୮୦ ଲକ୍ଷ ଘର ନିର୍ମାଣ ହେବ । ଏଥିପାଇଁ ୪୮,୦୦୦ କୋଟି ଟଙ୍କା ପାଣ୍ଠି ବ୍ୟୟବରାଦ କରାଯିବ ।
ସମସ୍ତ ଗମନାଗମନ ବ୍ୟବସ୍ଥା ପାଇଁ ପିଏମ୍ ଗତିଶକ୍ତି ଆରମ୍ଭ ହେବା ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ୪୦୦ ନୂଆ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ୩ ବର୍ଷରେ କାର୍ଯ୍ୟକ୍ଷମ ହେବା ନେଇ ବଜେଟ୍ ଉପସ୍ଥାପନ ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି।
ଏଥି ସହିତ କ୍ଷୁଦ୍ର ଶିଳ୍ପଗୁଡିକ (MSMEs) କୁ କ୍ରେଡିଟ୍ ଗ୍ୟାରେଣ୍ଟି ସ୍କିମ୍ ସାହାଯ୍ୟ ମିଳିବ । କ୍ଷୁଦ୍ର କୃଷକ ଏବଂ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ପାଇଁ ନୂତନ ଉତ୍ପାଦ ଏବଂ ଦକ୍ଷ ଲଜିଷ୍ଟିକ୍ ସେବା ପ୍ରସ୍ତୁତ କରିବ ରେଳବାଇ । Udyam, e-shram, NCS ଏବଂ Aseemର ପୋର୍ଟାଲଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ ହେବ
ସ୍କୁଲ୍ ପିଲାଙ୍କ ପାଇଁ ପିଏମ୍ ଇ-ବିଦ୍ୟା କାର୍ଯ୍ୟକ୍ରମ ଆରମ୍ଭ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଠପଢ଼ା ଟିଭି ଜରିଆରେ ହେବ।
ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରୁଛନ୍ତି। ବଜେଟ୍ ପୂର୍ବରୁ ସାଧାରଣ ଜନତାଙ୍କ ପାଇଁ ଖୁସି ଖବର। ବଜେଟ୍ ପୂର୍ବରୁ ସାଧାରଣ ଜନତାଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି।
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବର୍ତ୍ତମାନ୨୦୨୨ ବଜେଟ୍ ଉପସ୍ଥାପନ କରୁଛନ୍ତି । କରୋନା ଅବଧିରେ ଉପସ୍ଥାପିତ ବଜେଟକୁ ନେଇ ସବୁ ମହଲରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି ।
ସିନେମା ଷ୍ଟାଇଲରେ କଣ୍ଟ୍ରାକ୍ଟରଙ୍କ ଘର ଲୁଟିଲେ । ‘ସ୍ପେସାଲ ୨୬’ ପରି ନକଲି ଟିମ୍ ଆସି ଲୁଟିନେଲେ ଲକ୍ଷ ଲକ୍ଷ ଟଙ୍କା ଓ ସୁନାଗହଣା ।
ଜବାହାରଲାଲ ନେହରୁ, ଇନ୍ଦିରା ଗାନ୍ଧୀ ଓ ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ପଦରେ ଥାଇ ବଜେଟ୍ ଉପସ୍ଥାପନ କରିଛନ୍ତି । ସ୍ୱାଧୀନ ଭାରତର ପ୍ରଧାନମନ୍ତ୍ରୀ ଭାବେ ଜବାହାରଲାଲ ନେହେରୁ ପ୍ରଥମ ପ୍ରଧାନମନ୍ତ୍ରୀ ଭାବରେ ସଂସଦରେ ବଜେଟ୍ ଉପସ୍ଥାପନ କରିଥିଲେ।
ଚର୍ଚ୍ଚାରେ ଦେଶର ଏହି ନେତା...ଯେଉଁମାନେ କି ପ୍ରଧାନମନ୍ତ୍ରୀ ପଦରେ ଥାଇ ମଧ୍ୟ ସଂସଦରେ କରିଥିଲେ ବଜେଟ୍ ଉପସ୍ଥାପନ। କେନ୍ଦ୍ରରେ ସର୍ବାଧିକ ଥର ବଜେଟ୍ ଉପସ୍ଥାପନ କରି ରେକର୍ଡ କରିଛନ୍ତି ମୋରାଜୀ ଦେଶାଇ...
ଆଉ ମାତ୍ର ୨ ବର୍ଷ ମଧ୍ୟରେ ଭାରତରେ ମିଶିବ POK? କେନ୍ଦ୍ରମନ୍ତ୍ରୀ କହିଲେ, ପିଆଜ କି ପିଜ୍ଜା ଦର କମାଇବା ଆମର ଖାଲି ଲକ୍ଷ୍ୟ ନୁହେଁ POK କୁ ଭାରତରେ ମିଶାଇବା ପାଇଁ କରାଯାଉଛି ରଣନୀତି, ଜାଣନ୍ତୁ ଆଉ କଣ କହିଲେ କେନ୍ଦ୍ରମନ୍ତ୍ରୀ...
ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିବେ। କାହାକୁ ସେ କ’ଣ ଦେବେ, ତା ଉପରେ ରହିଛି ସାରା ଦେଶର ନଜର।
ପ୍ରେସିଡେଣ୍ଟସ୍ ବଡି ଗାର୍ଡର ଅଶ୍ୱାରୋହୀ ଦଳର ବିଶାଳ ଶୋଭାଯାତ୍ରାରେ ବିଶ୍ୱର ସବୁଠୁ ବଡ଼ ଗଣତାନ୍ତ୍ରିକ ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ନୂଆଦିଲ୍ଲୀର ରାଇସିନା ହିଲ୍ରୁ ସାଉଥ୍ ବ୍ଲକ୍ ଓ ନର୍ଥ ବ୍ଲକ୍ ଦେଇ ବିଜୟ ଚୌକ ଆଉ ଲେଠୁ ଦେଇ ସଂସଦ ଭବନ ପର୍ଯ୍ୟନ୍ତ ଏହି ସମାରୋହ ହୋଇଥିଲା। ବଜେଟ୍ ଅଧିବେଶନର ଅବ୍ୟବହିତ ପୂର୍ବରୁ ଆଜି ମହାମହିମ ରାଷ୍ଟ୍ରପତିଙ୍କୁ ଏମିତି ଉଚ୍ଛ୍ୱସିତ ପରିବେଶରେ ପାଛୋଟି ଆଣାଯାଇଥିଲା ପାର୍ଲାମେଣ୍ଟର ସେଣ୍ଟ୍ରାଲ ହଲ୍କୁ
ଆପଣ କ୍ରିପ୍ଟୋକରେନ୍ସିରେ ନିବେଶ କରିବାକୁ ଚାହୁଁଛନ୍ତି କି? ଜାଣିଛନ୍ତି କି କ୍ରିପ୍ଟୋକରେନ୍ସିରେ କେମିତି ହେଉଛି କାରବାର? ବ୍ୟାଙ୍କ ଏବଂ ମ୍ୟୁଚୁଆଲ୍ ଫଣ୍ଡଠାରୁ କ୍ରିପ୍ଟୋକରେନ୍ସିରେ କେମିତି ମିଳୁଛି ଅଧିକ ରାଶି ରିଟର୍ଣ୍ଣ? କଣ ରହିଛି ଏହା ପଛର ଗୁଢ଼ ରହସ୍ୟ? ଏଥର ବଜେଟ୍ ୨୦୨୨-୨୩ରେ ଭାରତ ସରକାର କ୍ରିପ୍ଟୋ କରେନ୍ସି କାରବାରକୁ କରିବେ କି ବୈଧ୍ୟ ଘୋଷଣା?
ସଂସଦରେ ୨୦୨୧-୨୨ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ୨୦୨୨-୨୩ ଆର୍ଥିକ ବର୍ଷରେ ଦେଶର ମୋଟ ଘରୋଇ ଉତ୍ପାଦ ଅର୍ଥାତ୍ ଜିଡିପି ୮ରୁ ୮.୫ ପ୍ରତିଶତ ବଢିବା ନେଇ ଏଥିରେ ଆକଳନ କରାଯାଇଛି।
ବିଶ୍ୱରେ ସର୍ବାଧିକ ମୋବାଇଲ ଉତ୍ପାଦନ ଏବେ ଭାରତରେ ହେଉଛି । ଆଗକୁ ହାଇେୱେ, ରେଲୱେ, ଏୟାରୱେଜ୍ ଏକାଠି କାମ କରିବେ । ଏବେ ଦେଶର ଜାତୀୟ ରାଜପଥ ୧.୪୦ ଲକ୍ଷ କିଲୋମିଟରକୁ ବୃଦ୍ଧି ପାଇଛି ।
ଆଗାମୀ ଆର୍ଥିକ ବର୍ଷ ଅର୍ଥାତ ୨୦୨୨-୨୩ରେ ଡିଜିପି ଅଭିବୃଦ୍ଧି ୮-୮.୫ ପ୍ରତିଶତ ରହିବ ବୋଲି ଆକଳନ କରାଯାଉଛି ।