• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ସାଧାରଣ ବଜେଟ୍ ଉପସ୍ଥାପନ କରୁଛନ୍ତି । କୃଷି କ୍ଷେତ୍ର ପାଇଁ ଅର୍ଥମନ୍ତ୍ରୀ ଅନେକ ଘୋଷଣା କରିଛନ୍ତି। ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ରେ କୃଷକଙ୍କ ଠାରୁ ରେକର୍ଡ କ୍ରୟ କରାଯିବ। ଏଥିସହ ଆସନ୍ତା ବର୍ଷରେ ରାସାୟନିକ ମୁକ୍ତ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

ସଂସଦରେ ବଜେଟ୍ ଭାଷଣ ଦେବାବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଏମଏସପିରେ କୃଷକଙ୍କଠାରୁ ରେକର୍ଡ କ୍ରୟ କରାଯିବ । ସିଲାବସରେ ଫାର୍ମିଂ ପାଠ୍ୟକ୍ରମ ଅନ୍ତର୍ଭୁକ୍ତ କରିବାକୁ ରାଜ୍ୟ ସରକାରଙ୍କୁ ଉତ୍ସାହିତ କରାଯିବ । ଗଙ୍ଗା କରିଡର (୫କିମି ଚଉଡା କରିଡର)ରେ ପ୍ରାକୃତିକ ଚାଷକୁ ପ୍ରୋତ୍ସାହିତ କରାଯିବ ।

ରବି ଋତୁ ଏବଂ ଖରିଫ ଋତୁରେ ଆନୁମାନିକ ଭାବେ ୧୬୩ ଲକ୍ଷ ଚାଷୀଙ୍କ ଠାରୁ ୧୨୦୮ ଲକ୍ଷ ମେଟ୍ରିକ୍ ଟନ୍ ଧାନ ଓ ଗହମ କିଣାଯିବ । ସରକାରଙ୍କ ଦ୍ୱାରା ୨.୩୭ ଲକ୍ଷ କୋଟିର MSP ଆଧାରିତ ପ୍ରତ୍ୟକ୍ଷ ଦେୟ ସିଧାସଳଖ କୃଷକଙ୍କ ଆକାଉଣ୍ଟରେ ପ୍ରଦାନ କରାଯିବ। ଏହି ସମୟରେ ଗଙ୍ଗା କୂଳରେ ରହୁଥିବା ଚାଷୀଙ୍କ ଜମି ଉପରେ ବିଶେଷ ଧ୍ୟାନ ଦିଆଯିବ । ଏଥିପାଇଁ ୫ କିମି କିଲୋମିଟର ଚଉଡା କରିଡର ନିର୍ମାଣ କରାଯିବ ।

ଏଥି ସହିତ କ୍ଷୁଦ୍ର ଶିଳ୍ପଗୁଡିକ (MSMEs) କୁ କ୍ରେଡିଟ୍ ଗ୍ୟାରେଣ୍ଟି ସ୍କିମ୍ ସାହାଯ୍ୟ ମିଳିବ । କ୍ଷୁଦ୍ର କୃଷକ ଏବଂ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ପାଇଁ ନୂତନ ଉତ୍ପାଦ ଏବଂ ଦକ୍ଷ ଲଜିଷ୍ଟିକ୍ ସେବା ପ୍ରସ୍ତୁତ କରିବ ରେଳବାଇ । Udyam, e-shram, NCS ଏବଂ Aseemର ପୋର୍ଟାଲଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ ହେବ । ଫଳରେସେମାନଙ୍କର ପ୍ରସାରକୁ ବ୍ୟାପକ କରାଯାଇପାରିବ । ଏହି ପୋର୍ଟାଲଗୁଡିକ ଜି-ସି, ବି-ସି ଏବଂ ବି-ବି ସେବା ଯୋଗାଇବ । ଯେଉଁଥିରେ ଋଣ ସୁବିଧା, ଉଦ୍ୟୋଗୀ, ସୁଯୋଗ ବୃଦ୍ଧି ହେବ ।

୪୪ ହଜାର ୬୦୫ କୋଟିର ଆନୁମାନିକ ମୂଲ୍ୟରେ କେନ୍ ବେତୱା ପ୍ରକଳ୍ପ କାର୍ଯ୍ୟକାରୀ ହେବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ । ଏହି ଯୋଜନା ଅନୁସାରେ ଦେଶର ୯.୮ ଲକ୍ଷ ହେକ୍ଟର କୃଷି ଜମିକୁ ଜଳସେଚନ ଯୋଗାଇବ । ୬୨ ଲକ୍ଷ ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦିଆଯିବ ।