• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆଜି ସଂସଦରେ ବଜେଟ୍‌ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କରୋନା କାଳରେ ନିର୍ମଳା ଏଥର ଡିଜିଟାଲ ବଜେଟ ଉପସ୍ଥାପନ କରିବେ । ତେବେ ଆପଣ ଜାଣିଛନ୍ତି କି ପୂର୍ବରୁ ଭାରତରେ ଅର୍ଥମନ୍ତ୍ରୀ ନୁହେଁ ବରଂ ପ୍ରଧାନମନ୍ତ୍ରୀ ମଧ୍ୟ ବଜେଟ୍‌ ଉପସ୍ଥାପନ କରିଛନ୍ତି ।

ଜବାହାରଲାଲ ନେହରୁ, ଇନ୍ଦିରା ଗାନ୍ଧୀ ଓ ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ପଦରେ ଥାଇ ବଜେଟ୍‌ ଉପସ୍ଥାପନ କରିଛନ୍ତି । ସ୍ୱାଧୀନ ଭାରତର ପ୍ରଧାନମନ୍ତ୍ରୀ ଭାବେ ଜବାହାରଲାଲ ନେହେରୁ ପ୍ରଥମ ପ୍ରଧାନମନ୍ତ୍ରୀ ଭାବରେ ସଂସଦରେ ବଜେଟ୍‌ ଉପସ୍ଥାପନ କରିଥିଲେ। ୧୯୫୮ ମସିହାରେ ନେହେରୁ ସଂସଦରେ ବଜେଟ ଉପସ୍ଥାପନ କରିଥିଲେ । ସେତେବେଳେ ଅର୍ଥମନ୍ତ୍ରୀ ଟି.ଟି କୃଷ୍ଣାମାଚାରୀ ଇସ୍ତଫା ଦେଇଥିବାରୁ ଜବାହାରଲାଲ ନେହରୁଙ୍କୁ ବଜେଟ ଉପସ୍ଥାପନ କରିବାକୁ ପଡ଼ିଥିଲା ।

କେବଳ ଜବାହାରଲାଲ ନେହେରୁ ନୁହେଁ ବରଂ ଇନ୍ଦିରା ଗାନ୍ଧୀ ମଧ୍ୟ ସଂସଦରେ ବଜେଟ୍‌ ଉପସ୍ଥାପନ କରିଛନ୍ତି । ଇନ୍ଦିରା ଗାନ୍ଧୀଙ୍କ ମନ୍ତ୍ରିମଣ୍ଡଳରେ ଅର୍ଥମନ୍ତ୍ରୀ ଥିବା ମୋରାଜୀ ଦେଶାଇ ହଠାତ ଇସ୍ତଫା ଦେଇଥିବାରୁ ଇନ୍ଦିରା ଗାନ୍ଧୀ ୧୯୭୦-୭୧ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଥିଲେ ।

ସେହିପରି ରାଜବୀ ଗାନ୍ଧୀ ୧୯୮୭ ମସିହାରେ ସଂସଦରେ ବଜେଟ ଉପସ୍ଥାପନ କରିଥିଲେ । ସେତେବେଳର ଅର୍ଥମନ୍ତ୍ରୀ ଭି.ପି ସିଂ ସରକାରରୁ ବାହାରିଯିବା କାରଣରୁ ରାଜୀବ ଗାନ୍ଧୀଙ୍କୁ ସଂସଦରେ ବଜେଟ ଉପସ୍ଥାପନ କରିବାକୁ ପଡିଥିଲା । ତେବେ ଭାରତ ବର୍ଷରେ ଏହି ୩ ଜଣ ପ୍ରଧାନମନ୍ତ୍ରୀ ପଦରେ ଥାଇ ମଧ୍ୟ କେନ୍ଦ୍ରରେ ବଜେଟ୍‌ ଉପସ୍ଥାପନ କରିବାର ସୁଯୋଗ ପାଇଥିଲେ । ଏହାସହ ଅର୍ଥମନ୍ତ୍ରୀ ମୋରାଜୀ ଦେଶାଇ ନିଜ ଅର୍ଥମନ୍ତ୍ରୀ କାଳରେ ସଂସଦରେ ସର୍ବାଧିକ ୧୦ ଥର ବଜେଟ ଉପସ୍ଥାପନ କରିଛନ୍ତି । ଏହାପରେ ଦ୍ୱିତୀୟ ସ୍ଥାନରେ ପି.ଚିଦାମ୍ବରମଙ୍କ ସ୍ଥାନ ରହିଛି ।