• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ୨୦୨୨-୨୩ରେ 5G ସେବା ପାଇଁ ସ୍ପେକ୍ଟ୍ରମ୍ ଆହ୍ୱାନ କରାଯିବ

  • ଭାରତ ନେଟ୍ ପ୍ରୋଜେକ୍ଟ ଜରିଆରେ ୨୦୨୫ ସୁଦ୍ଧା ସବୁ ଗାଁକୁ ଅପ୍ଟିକାଲ ଫାଇବର

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍ ଉପସ୍ଥାପନ କରୁଛନ୍ତି । ଚଳିତ ବଜେଟରେ 5G ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଚଳିତ ବର୍ଷ ୫ଜିର ଅପେକ୍ଷା ଶେଷ ହେବାକୁ ଯାଉଛି ବୋଲି ସେ କହିଛନ୍ତି । ୨୦୨୨ ମସିହାରେ 5G ସ୍ପେକ୍ଟ୍ରମ ନିଲାମ ହେବ।

୨୦୨୨ରେ 5G ର ସ୍ପେକ୍ଟ୍ରମ୍ ନିଲାମ ସହିତ ଏହାର ସେବା ୨୦୨୨-୨୩ ଆର୍ଥିକ ବର୍ଷରେ ଜାରି କରାଯିବ । 5G ଅପେକ୍ଷାରେ ଥିବା ଲୋକଙ୍କ ପାଇଁ ଏହା ଏକ ବଡ ଖବର । ଏଥିପାଇଁ ସମସ୍ତ ଗ୍ରାମ ଏବଂ ଲୋକଙ୍କ ପାଇଁ ଇଣ୍ଟରନେଟ୍ ସୁବିଧା ରହିବା ଉଚିତ୍ । ଭାରତ ନେଟ୍ ପ୍ରୋଜେକ୍ଟ ଜରିଆରେ ୨୦୨୫ ସୁଦ୍ଧା ସବୁ ଗାଁକୁ ଅପ୍ଟିକାଲ ଫାଇବର ପହଞ୍ଚାଯିବ ।

ପିପିପି ମଡେଲ ଅଧୀନରେ ଗ୍ରାମ ତଥା ଦୁର୍ଗମ ଅଞ୍ଚଳରେ ଫାଇବର ଅପ୍ଟିକ୍ସ ମାଧ୍ୟମରେ ଇଣ୍ଟରନେଟ ଯୋଗାଇ ଦିଆଯିବ ବୋଲି ବଜେଟରେ କୁହାଯାଇଛି । ଯାହାଦ୍ୱାରା ସମସ୍ତେ ଉନ୍ନତ ସଂଯୋଗ ପାଇପାରିବେ ।

ସୂଚନାଯୋଗ୍ୟ ଟେଲିକମ୍ କମ୍ପାନୀଗୁଡିକ କ୍ରମାଗତ ଭାବରେ 5G ପରୀକ୍ଷା କରୁଛନ୍ତି । ଏହି ପରୀକ୍ଷଣରେ ଆଶ୍ଚର୍ଯ୍ୟଜନକ ସ୍ପିଡ୍ ଦେଖିବାକୁ ମିଳୁଛି । 5G ର ଗତି 4G ଠାରୁ 8 ରୁ 10 ଗୁଣ ଅଧିକ ଦ୍ରୁତ ଅଟେ ।

ବର୍ତ୍ତମାନ ବଜେଟରେ ଘୋଷଣା ହେବା ପରେ ଏହା ସ୍ପଷ୍ଟ ହୋଇଛି , ଚଳିତ ବର୍ଷ 5G ଲୋକଙ୍କ ନିକଟରେ ପହଞ୍ଚିବ । ଏହା ପୂର୍ବରୁ ରିପୋର୍ଟରେ କୁହାଯାଇଥିଲା ପ୍ରଥମେ ଭାରତର ୧୩ଟି ପ୍ରମୁଖ ସହରରେ ଉପଲବ୍ଧ ହେବ 5G ସେବା , ଯେଉଁଠାରେ କମ୍ପାନୀଗୁଡିକ ପୂର୍ବରୁ ପରୀକ୍ଷା କରିସାରିଛନ୍ତି ।