• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

୨୦୨୨-୨୩ରେ ଜାତୀୟ ରାଜପଥର ଆକାର ୨୫୦୦୦ କିଲୋମିଟରକୁ ବୃଦ୍ଧି କରାଯିବ ବୋଲି ବଜେଟରେ କହିଛନ୍ତି ଅର୍ଥମନ୍ତ୍ରୀ । ସଂସଦରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରି ସୀତାରମଣ କହିଛନ୍ତି , ଜାତୀୟ ରାଜପଥ ବିସ୍ତାର ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ଏବଂ ଆସନ୍ତା ଆର୍ଥିକ ବର୍ଷରେ ପ୍ରାୟ ୨୫୦୦୦ କିଲୋମିଟର ରାଜପଥ ଯୋଡିବାକୁ ଏକ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

ଏହା ସହିତ ପାହାଡ଼ିଆ ଅଞ୍ଚଳର ଉଚ୍ଚ ସ୍ଥାନକୁ ସଂଯୋଗ କରିବା ପାଇଁ ରୋପୱେଜର ବିକାଶ ଯୋଜନା ମଧ୍ୟ ପବ୍ଲିକ୍-ପ୍ରାଇଭେଟ ପାର୍ଟନରସିପ୍ (ପିପିପି) ମଡେଲ୍ ଅଧୀନରେ ପରିଚାଳିତ ହେବ । ୨୦୨୨-୨୩ବର୍ଷରେ ମଲ୍ଟି ମୋଡାଲ୍ ଲଜିଷ୍ଟିକ୍ ପାର୍କ ମଧ୍ୟ ସ୍ଥାପନ କରାଯିବ ବୋଲି ନିର୍ମଳା ସୀତାରମଣ କହିଛନ୍ତି ।

ଚଳିତ ବର୍ଷର ବଜେଟ୍ ସ୍ଥିର ଭାବରେ ଅଭିବୃଦ୍ଧି ଘଟାଇବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ । ସାଧାରଣ ପୁଞ୍ଜିନିବେଶ ଏବଂ ପୁଞ୍ଜି ବ୍ୟୟରୁ ଅର୍ଥନନୈତିକ ପୁନଃରୁଦ୍ଧାର ହୋଇଛି । ଅଭିବୃଦ୍ଧି, ଉତ୍ପାଦକତା ବୃଦ୍ଧି, ଶକ୍ତି ପରିବର୍ତ୍ତନ ଏବଂ ଜଳବାୟୁ ପରିବର୍ତ୍ତନର ଆହ୍ୱାନକୁ ପୂରଣ କରିବା ପାଇଁ ପଦକ୍ଷେପ ନିଆଯାଉଛି ।

ସେହିପରି ସମସ୍ତ ଗମନାଗମନ ବ୍ୟବସ୍ଥା ପାଇଁ ପିଏମ୍ ଗତିଶକ୍ତି ଆରମ୍ଭ ହେବା ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ଲୋକଙ୍କୁ ନିର୍ବିଘ୍ନ ଯାତାୟତ ପାଇଁ ସରକାର ପ୍ରାଧାନ୍ୟ ଦେଉଛନ୍ତି । ଅଭିବୃଦ୍ଧିର ସାତୋଟି ଇଞ୍ଜିନକୁ ଆଧାର କରି ପିଏମ ଗତି ଶକ୍ତି ମାଷ୍ଟରପ୍ଲାନ ଆଧାରିତ।