• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସାଧାରଣ ଲୋକଙ୍କ ପାଇଁ ଖୁସି ଖବର । ମହାମାରୀର ତୃତୀୟ ଲହରୀ ମଧ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ତାଙ୍କର ଚତୁର୍ଥ ବଜେଟ୍ ଉପସ୍ଥାପନ କରିଛନ୍ତି । ଏହି ବଜେଟରୁ ଶିଳ୍ପ ଏବଂ ଅନ୍ୟାନ୍ୟ କ୍ଷେତ୍ର ସମେତ ସାଧାରଣ ଲୋକଙ୍କ ବହୁତ ଆଶା ରହିଛି । ସାଧାରଣ ଲୋକଙ୍କ ପାଇଁ ସରକାର ବଜେଟରେ କିଛି ବଡ ଘୋଷଣା କରିଛନ୍ତି । ଏଥିରେ PM Awas Yojana ଏବଂ Nal-Jal Yojana ପରି ବଡ ଆବଣ୍ଟନ ଅନ୍ତର୍ଭୁକ୍ତ ।

ଅର୍ଥମନ୍ତ୍ରୀ ବଜେଟରେ କହିଛନ୍ତି , ପିଏମ ଆୱାସ ଯୋଜନା ଅଧୀନରେ ୮୦ ଲକ୍ଷ ଘର ନିର୍ମାଣ ହେବ । ଏଥିପାଇଁ ୪୮,୦୦୦ କୋଟି ଟଙ୍କା ପାଣ୍ଠି ବ୍ୟୟବରାଦ କରାଯିବ । ସମସ୍ତ ପରିବାରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ଉପରେ ଫୋକସ୍ ସ୍କିମ୍ ନଲ୍-ଜଲ୍ ଯୋଜନା ପାଇଁ ଏହି ବଜେଟରେ ୬୦ ହଜାର କୋଟି ଟଙ୍କା ଆବଣ୍ଟନ କରାଯାଇଛି।

ସରକାର କମ୍ ଆୟ କରୁଥିବା ଲୋକଙ୍କୁ ଗୃହ ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ଆୱାସ ଯୋଜନା ଆରମ୍ଭ କରିଥିଲେ । ଏଥିପାଇଁ ମାର୍ଚ୍ଚ ୨୦୨୨ ସୁଦ୍ଧା ୨ କୋଟି ଘର ନିର୍ମାଣ ପାଇଁ ଏକ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ତେବେ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ PM Awas Yojana-Gramin ର ଲାଭ ଉପଲବ୍ଧ ହେବ । ଏହା ଅଧୀନରେ ଘର କିଣିବା ପାଇଁ ସରକାର ସବସିଡି ପ୍ରଦାନ କରୁଛନ୍ତି । ବିଭିନ୍ନ ଆୟ ଗୋଷ୍ଠୀ ପାଇଁ ସବସିଡି ପରିମାଣ ଭିନ୍ନ ଅଟେ ।

୨୦୨୨-୨୩ରେ ୩ କୋଟି ୮୦ ଲକ୍ଷ ଘରକୁ ପାନୀୟ ଜଳ ଯୋଗାଣ ହେବ । ନର୍ଥଇଷ୍ଟ ପାଇଁ ନୂଆ ଯୋଜନା ପିଏମ୍ ଡେଭଲପମେଣ୍ଟ ସ୍କିମ୍ ଆରମ୍ଭ ହେବ । ୧୧୨ ଆକାଂକ୍ଷୀ ଜିଲ୍ଲା ଲକ୍ଷ୍ୟରେ ୯୫% ସଫଳ ହୋଇଛନ୍ତି । କିଛି ଆକାଂକ୍ଷୀ ଜିଲ୍ଲା ଅନ୍ୟ ବିକଶିତ ଜିଲ୍ଲାକୁ ବି ପଛରେ ପକାଇ ଦେଇଛନ୍ତି । ତେବେ କିଛି ଜିଲ୍ଲାର କିଛି ବ୍ଲକ ଏବେ ବି ପଛୁଆ ରହିଛନ୍ତି । ସେହି ପଛୁଆ ବ୍ଲକର ବିକାଶ ପାଇଁ ବିଶେଷ କାର୍ଯ୍ୟକ୍ରମ ହାତକୁ ନିଆଯିବ ।