Advertisment

Budget 2022: ୩ ବର୍ଷରେ କାର୍ଯ୍ୟକ୍ଷମ ହେବ ୪୦୦ ନୂଆ ବନ୍ଦେ ଭାରତ ଏକ୍ସପ୍ରେସ୍‌

ସମସ୍ତ ଗମନାଗମନ ବ୍ୟବସ୍ଥା ପାଇଁ ପିଏମ୍ ଗତିଶକ୍ତି ଆରମ୍ଭ ହେବା ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ୪୦୦ ନୂଆ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ ୩ ବର୍ଷରେ କାର୍ଯ୍ୟକ୍ଷମ ହେବା ନେଇ ବଜେଟ୍‌ ଉପସ୍ଥାପନ ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Vande Bharat Express

Vande Bharat Express

ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରୁଛନ୍ତି। ଏହି ଅବସରରେ ସ୍ୱାସ୍ଥ୍ୟ ଭିତ୍ତିଭୂମି, ତ୍ୱରିତ ଟିକାକରଣକୁ ଗୁରୁତ୍ୱ ଦିଆଯାଇଥିବା ବେଳେ ଛାତ୍ରଛାତ୍ରୀଙ୍କ ପାଠପଢ଼ା କୃଷିକ୍ଷେତ୍ର ଓ ଗମନାଗମନ ଉପରେ ମଧ୍ୟ କେନ୍ଦ୍ର ସରକାର ଗୁରୁତ୍ୱ ଦେଇଛନ୍ତି।

Advertisment

ସମସ୍ତ ଗମନାଗମନ ବ୍ୟବସ୍ଥା ପାଇଁ ପିଏମ୍ ଗତିଶକ୍ତି ଆରମ୍ଭ ହେବା ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ଲୋକଙ୍କୁ ନିର୍ବିଘ୍ନ ଯାତାୟତ ପାଇଁ ସରକାର ପ୍ରାଧାନ୍ୟ ଦେଉଥିବା କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି। 

ଏହି ଅବସରରେ କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି, ‘କ୍ଷୁଦ୍ର ଚାଷୀ ଏବଂ ଉଦ୍ୟୋଗୀମାନଙ୍କ ପାଇଁ ରେଲ୍‌ୱେ ଦକ୍ଷ ସାମଗ୍ରୀର ବିକାଶ କରିବ। ଯାହା ଦ୍ୱାରା ସ୍ଥାନୀୟ ଉତ୍ପାଦ ଗୁଡ଼ିକର ଯୋଗାଣ ବୃଦ୍ଧି ପାଇଁ 'ଏକ ଷ୍ଟେସନ, ଏକ ଉତ୍ପାଦ' ଯୋଜନା ମଧ୍ୟ ଆରମ୍ଭ ହେବ। ଯାହାକି ଦେଶର ବିକାଶକୁ ତ୍ୱରାନ୍ୱିତ କରିବ। 

Advertisment
  • ପ୍ରଧାମନ୍ତ୍ରୀଙ୍କ ମହତ୍ତ୍ୱାକାଂକ୍ଷୀ ପ୍ରକଳ୍ପ ଗତି ଶକ୍ତି ଆଧାରରେ ୧୦୦ଟି ଗତିଶକ୍ତି ଟର୍ମିନାଲ୍ ନିର୍ମାଣ କରାଯିବ
  • ସମସ୍ତ ଗମନାଗମନ ବ୍ୟବସ୍ଥା ପାଇଁ ପିଏମ୍ ଗତି ଶକ୍ତି ଆରମ୍ଭ ହେବ
  • ଦେଶର ୪ଟି ସ୍ଥାନରେ ମଲ୍ଟି-ମୋଡାଲ ପାର୍କିଂ ବ୍ୟବସ୍ଥା ନିର୍ମାଣ ଲାଗି ଟେଣ୍ଡର ପ୍ରଦାନ କରାଯିବ
  • ରେଲ୍, ରୋଡ୍, ଏୟାରୱେଜ୍‌, ୱାଟରୱେଜ୍‌ ପାଇଁ ପିଏମ୍ ଗତିଶକ୍ତି ଆରମ୍ଭ ହେବ
  • ୪୦୦ ନୂଆ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ ୩ ବର୍ଷରେ କାର୍ଯ୍ୟକ୍ଷମ ହେବା ନେଇ ବଜେଟ୍‌ ଉପସ୍ଥାପନ ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି
  • ପୂର୍ବରୁ ଗୋଟିଏ ୧୬ କୋଚ୍ ବିଶିଷ୍ଟ ଟ୍ରେନ ପାଇଁ ୧୦୬ କୋଟି ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଏବେ ମାତ୍ର ୨୫ କୋଟି ଟଙ୍କାରେ ହୋଇପାରିବ ବୋଲି ଆକଳନ କରାଯାଇଛି 
  • ରେଳ ମାଧ୍ୟମରେ ଡାକ ସେବାକୁ ତ୍ୱରାନ୍ୱିତ କରିବା ଲାଗି ପୋଷ୍ଟାଲ ରେଲ୍‌ୱେର ବ୍ୟବସ୍ଥା କରାଯିବ। ଏଥିରେ ଡାକ ବିଭାଗର ପାର୍ସଲ ପରିବହନ କରାଯିବ।
  • ୫ଟି ନୂଆ ନଦୀ ସଂଯୋଗୀକରଣ ପ୍ରକଳ୍ପ ପାଇଁ ବଜେଟରେ ବ୍ୟବସ୍ଥା
  • ୨୦୨୨-୨୩ରେ ଆଉ ୨୫ ହଜାର କିମି ହାଇୱେ ନିର୍ମାଣ ଲକ୍ଷ୍ୟ

Budget 2022 Vande Bharat Express Train
Advertisment
Advertisment