/odishatv-khabar/media/post_attachments/uploadimage/library/16_9/16_9_0/IMAGE_1643705322.jpg)
Budget 2022
ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ଅବସରରେ ଅନେକ ଜିନିଷ ଶସ୍ତା ହୋଇଥିବା ବେଳେ ଆଉ କିଛି ଜିନିଷ ମହଙ୍ଗା ହୋଇଛି। ଏହାସହ ବଜେଟ୍ରେ କିଛି ନୂଆ ମଧ୍ୟ ଘୋଷଣା ହୋଇଛି।
Advertisment
- ୨୦୨୨-୨୩ ଆର୍ଥିକ ବର୍ଷରେ ଦେଶରେ 5G ସେବା ପାଇଁ ସ୍ପେକ୍ଟ୍ରମ୍ ନିଲାମ କରାଯିବ
- ୨୦୨୫ ସୁଦ୍ଧା ସବୁ ଗାଁରେ ଅପ୍ଟିକାଲ୍ ଫାଇବର ପହଞ୍ଚିବ
- ୨୦୨୨-୨୩ରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଡିଜିଟାଲ କରେନ୍ସି ଆରମ୍ଭ ହେବ
- ଆସନ୍ତାବର୍ଷଠୁ ଇ-ପାସ୍ପୋର୍ଟରେ ଚିପ୍ ଓ ଅତ୍ୟାଧୁନିକ ଟେକ୍ନୋଲୋଜି ଯୋଡ଼ା ହେବ
- ଇଲେକ୍ଟ୍ରିକ୍ ଭେଇକିଲ୍ ବା ବିଦ୍ୟୁତ୍ ଚାଳିତ ଗାଡ଼ି ପାଇଁ ବ୍ୟାଟେରିଂ ସ୍ୱାପିଂ ପଲିସି ଆସିବ
- ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ପିଏମ୍ ଇ-ବିଦ୍ୟା କାର୍ଯ୍ୟକ୍ରମ। ଟିଭି ଜରିଆରେ ପାଠ ପଢ଼ିବେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପିଲା
- ଆଞ୍ଚଳିକ ଭାଷାରେ ପିଲାଙ୍କ ଅତିରିକ୍ତ ଶିକ୍ଷା ପାଇଁ ୨ଶହ ଚ୍ୟାନେଲ ହେବ
- ୪ଶହ ନୂଆ ବନ୍ଦେ ଭାରତ ଟ୍ରେନ୍ ଗଡ଼ିବ
- ନ୍ୟାସନାଲ ମେଣ୍ଟାଲ ହେଲ୍ଥ ପ୍ରୋଗ୍ରାମ୍ ଆରମ୍ଭ ହେବ ଏବଂ ୨୩ଟି ମେଣ୍ଟାଲ ହେଲ୍ଥ ଇନଷ୍ଟିଚ୍ୟୁସନ ପ୍ରତିଷ୍ଠା ହେବ
- ମେଣ୍ଟାଲ୍ ହେଲ୍ଥ କାଉନସେଲିଂ ପାଇଁ ନ୍ୟାସନାଲ ମେଣ୍ଟାଲ୍ ହେଲ୍ଥ ପ୍ରୋଗ୍ରାମ ଆରମ୍ଭ ହେବ
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)