Advertisment

ବଜେଟ୍‌ ପୂର୍ବରୁ ସାଧାରଣ ଜନତାଙ୍କ ପାଇଁ ଖୁସି ଖବର, କମିଲା ଏଲ୍‌ପିଜି ସିଲିଣ୍ଡର ଦାମ୍‌

ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରୁଛନ୍ତି। ବଜେଟ୍‌ ପୂର୍ବରୁ ସାଧାରଣ ଜନତାଙ୍କ ପାଇଁ ଖୁସି ଖବର। ବଜେଟ୍‌ ପୂର୍ବରୁ ସାଧାରଣ ଜନତାଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ପୁଣି ବଢିଲା ଏଲପିଜି ସିଲିଣ୍ଡର ଦାମ୍‌

LPG Commercial Cylinder Rate Reduced

ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରୁଛନ୍ତି। କାହାକୁ ସେ କ’ଣ ଦେବେ, ତା ଉପରେ ସାରା ଦେଶର ନଜର ରହିଥିବା ବେଳେ ବଜେଟ୍‌ ପୂର୍ବରୁ ସାଧାରଣ ଜନତାଙ୍କ ପାଇଁ ଖୁସି ଖବର। ବଜେଟ୍‌ ପୂର୍ବରୁ ସାଧାରଣ ଜନତାଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି।

Advertisment

ସରକାରୀ ତୈଳ କମ୍ପାନୀ ବଜେଟ୍ ଉପସ୍ଥାପନ ହେବାର କିଛି ସମୟ ପୂର୍ବରୁ ରୋଷେଇ ଗ୍ୟାସ୍‌ ଦର କମ୍‌ କରିବା ନେଇ ଘୋଷଣା କରିଛନ୍ତି। ଫଳରେ ଏବେ କମର୍ସିଆଲ୍‌ ଏଲ୍‌ପିଜି ସିଲିଣ୍ଡର ଗ୍ୟାସ୍‌ ଦାମ୍‌ ଶସ୍ତା ହୋଇଛି।

Live Updates: ବଜେଟ୍‌ ଉପସ୍ଥାପନ କରୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

Advertisment

ସୂଚନା ଅନୁସାରେ, ଗ୍ୟାସ ଦର ହ୍ରାସ ପରେ ଆଜିଠୁ ନୂଆ ଦର ଲାଗୁ ହୋଇଛି। ଏବେ ଦିଲ୍ଲୀରେ ୧୯ କିଲୋ କମର୍ସିଆଲ୍‌ ସିଲିଣ୍ଡର ଦାମ୍‌ ହ୍ରାସ ପାଇ ୧,୯୦୭ ଟଙ୍କା ହୋଇଛି। ଗ୍ୟାସ ଦର ହ୍ରାସ ପରେ ଦିଲ୍ଲୀରେ ବିନା ସବ୍‌ସିଡି ଡୋମେଷ୍ଟିକ୍‌ ସିଲିଣ୍ଡର ଦାମ୍‌ ୮୯୯ ଟଙ୍କା ୫୦ ପଇସା ହୋଇଛି। କୋଲକାତାରେ ଏହାର ଦାମ୍‌ ୯୨୬ ଟଙ୍କା ଥିବାବେଳେ ଚେନ୍ନାଇରେ ୯୧୫ ଟଙ୍କା ୫୦ ପଇସା ରହିଛି। 

ସୂଚନାଥାଉ କି, ଗତବର୍ଷ ଅକ୍ଟୋବରରୁ ବିନା ସବ୍‌ସିଡି ଏଲ୍‌ପିଜି ସିଲିଣ୍ଡର ଦାମ୍‌ରେ କୌଣସି ପରିବର୍ତ୍ତନ ହୋଇନଥିବା ଦେଖିବାକୁ ମିଳିଥିଲା।  

LPG Cylinder Price LPG Commercial Cylinder
Advertisment
Advertisment