• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବଜେଟ୍ ଅଧିବେଶନର ପ୍ରଥମ ଦିନରେ ଲୋକସଭାରେ ଉପସ୍ଥାପନ ହୋଇଛି ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୨୧-୨୨ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଏହି ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି । ୨୦୨୧-୨୨ ଆର୍ଥିକ ବର୍ଷରେ ଦେଶର ଡିଜିପି ଅଭିବୃଦ୍ଧି ୯.୨ ପ୍ରତିଶତ ରହିବ । ସେହିପରି ୨୦୨୨-୨୦୨୩ ଆର୍ଥିକ ବର୍ଷରେ ଦେଶର ଘରୋଇ ଉତ୍ପାଦ ଅର୍ଥାତ୍ ଜିଡିପିର ଅଭିବୃଦ୍ଧି ହାର ୮ରୁ ୮.୫ ପ୍ରତିଶତ ମଧ୍ୟରେ ହେବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପାର୍ଲାମେଣ୍ଟରେ ଉପସ୍ଥାପନ କରିଥିବା ୨୦୨୧-୨୦୨୨ ଅର୍ଥନୈତିକ ସର୍ଭେ ରିପୋର୍ଟରେ ଏହି ଆକଳନ କରାଯାଇଛି ।

ଦେଶର ଜିଡିପି ଚଳିତ ଆର୍ଥିକ ବର୍ଷରେ ୯.୨ ପ୍ରତିଶତ ବୃଦ୍ଧି ଘଟିବା ନେଇ ପୂର୍ବରୁ ନ୍ୟାସନାଲ ଷ୍ଟାଟିଷ୍ଟିକାଲ ସର୍ଭେ ଅଫିସ ପକ୍ଷରୁ ଆକଳନ କରାଯାଇଥିଲା । ସେ ଦୃଷ୍ଟି ଉଭୟ ସର୍ଭେ ମଧ୍ୟରେ ବିଶେଷ ପାର୍ଥକ୍ୟ ନାହିଁ । ଦେଶର ମାକ୍ରୋ ଇକୋନୋମିକ୍ ଇଣ୍ଡିକେଟର ସ୍ଥିର ରହିଛ । ସେଦୃଷ୍ଟିରୁ ଧାର୍ଯ୍ୟ ଲକ୍ଷ୍ୟ ହାସଲରେ କୌଣସି ଅସୁବିଧା ହେବ ନାହିଁ ବୋଲି ସର୍ଭେରେ କୁହାଯାଇଛି । କୃଷି କ୍ଷେତ୍ର ୨୦୨୦-୨୧ରେ ୩.୬ ପ୍ରତିଶତ ବଢିଥିବା ବେଳେ ୨୦୨୧-୨୨ରେ ୩.୯ ପ୍ରତିଶତ ବଢିବା ଆଶା କରାଯାଉଛି । କରୋନା ମାଡରେ ବିପର୍ଯ୍ୟସ୍ତ ସେବା କ୍ଷେତ୍ର ଗତବର୍ଷ ୮.୪ ପ୍ରତିଶତ ଅଭିବୃଦ୍ଧି ହାସଲ କରିଥିବା ବେଳେ ଚଳିତ ଆର୍ଥିକ ବର୍ଷରେ ଏହା ୮.୨ ପ୍ରତିଶତ ହେବ ଆକଳନ କରାଯାଇଛି ।

ସେହିପରି ଶିଳ୍ପ କ୍ଷେତ୍ରରେ ଅଭିବୃଦ୍ଧି ହାର ୧୧.୮ ପ୍ରତିଶତ ରହବ ବୋଲି ଆକଳନ କରାଯାଇଛି । ଦେଶର ଷ୍ଟାଟ-ଅପ୍ କ୍ଷେତ୍ରରେ ଆଖି ଦୃଶିଆ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି । ୨୦୧୬-୧୭ ବର୍ଷରେ ଷ୍ଟାଟ-ଅପ୍ ସଂଖ୍ୟା ମାତ୍ର ୭୩୩ ଥିବା ବେଳେ ୨୦୨୧-୨୨ରେ ଏହା ୧୪ ହଜାରକୁ ବୃଦ୍ଧି ପାଇଛି । ଗତ ଆର୍ଥିକ ବର୍ଷ ତୁଳନାରେ ଟିକସ ଆଦାୟ ପରିମାଣ ପ୍ରାୟ ୬୭ ପ୍ରତିଶତ ବୃଦ୍ଧି ଘଟିଛି ।

ସୂଚନାଯୋଗ୍ୟ ଆଜି ସଂସଦରେ ବଜେଟ୍ ଅଧିବେଶନ ଆରମ୍ଭ ହୋଇସାରିଛି ଏବଂ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣ ସହ ଏହା ଆରମ୍ଭ ହୋଇଛି । ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ଲୋକସଭାରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ ହୋଇଛି। ଆର୍ଥିକ ବର୍ଷରେ ସରକାରଙ୍କ କାର୍ଯ୍ୟର ଅର୍ଥନୀତିର ପ୍ରଭାବର ଏକ ପ୍ରକାର ରିପୋର୍ଟ କାର୍ଡ ହେଉଛି ଆର୍ଥିକ ସର୍ଭେ ରିପୋର୍ଟ ।