• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିବେ। କାହାକୁ ସେ କ’ଣ ଦେବେ, ତା ଉପରେ ରହିଛି ସାରା ଦେଶର ନଜର। ଚାକିରିଆ ଓ ମଧ୍ୟବିତ୍ତବର୍ଗକୁ ଟିକସ ରିହାତି ମିଳିବା ନେଇ ଆଶା କରାଯାଉଛି। ସେହିପରି କ୍ରିପ୍ଟୋ କରେନ୍ସି ନେଇ ଟିକସ ବ୍ୟବସ୍ଥା କ’ଣ ରହିବ ତ” ଉପରେ ବି ନଜର ରହିଛି।

ପାରମ୍ପରିକ କୃଷି ଓ ଭିତ୍ତିଭୂମି ସାଙ୍ଗକୁ କରୋନା ମାଡ଼ରେ ବିପର୍ଯ୍ୟନ୍ତ ଶିକ୍ଷା ଓ ସେବା କ୍ଷେତ୍ର ଉପରେ ଅର୍ଥମନ୍ତ୍ରୀଙ୍କର ସ୍ୱତନ୍ତ୍ର ନଜର ରହିବ। ଭାରତକୁ ଇଣ୍ଡଷ୍ଟ୍ରିଆଲ୍‌ ହବ୍‌ରେ ପରିଣତ କରିବାକୁ ସରକାରଙ୍କ ଲକ୍ଷ୍ୟ ଥିବାରୁ ଦକ୍ଷତା ବିକାଶ, ଷ୍ଟାଟ୍-ଅପ୍, ସେମି କଣ୍ଡକ୍ଟର ଓ ବୈଦୁତ୍ୟିକ ଯାନ ଲାଗି ବ୍ୟାଟେରୀ ନିର୍ମାଣ ଭଳି ନୂଆ ଓ ରପ୍ତାନୀଭିତ୍ତିକ ଶିଳ୍ପ ଉପରେ ପ୍ରାଧାନ୍ୟ ଦିଆଯିବା ଆଶା କରାଯାଉଛି। ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଫେବୃଆରୀ ୧୧ ଯାଏ ଚାଲିବ।  ଏହାପରେ ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୪ରୁ ଆରମ୍ଭ ହୋଇ ଏପ୍ରିଲ ୮ ତାରିଖରେ ଶେଷ ହେବ। 

ଜାଣନ୍ତୁ, କ’ଣ ରହିଛି ବଜେଟ୍‌ ଆଶା...

  • ଭିତ୍ତିଭୂମି ସୁଦୃଢ଼ ଉପରେ ଅଧିକ ଗୁରୁତ୍ୱ ଦିଆଯାଇପାରେ
  • ପାରମ୍ପରିକ କୃଷି, ଶିକ୍ଷା, ସେବା କ୍ଷେତ୍ର ଫୋକସ୍‌ରେ ରହିପାରେ
  • ଆୟକର ସ୍ଲାବ୍‌ରେ ହୋଇପାରେ ପରିବର୍ତ୍ତନ
  • ଗ୍ରାମୀଣ ଅର୍ଥ ବ୍ୟବସ୍ଥା ଉପରେ ବି ଗୁରତ୍ୱ ଦିଆଯାଇପାରେ
  • କ୍ରିପ୍ଟୋ କରେନ୍ସି ଉପରେ ହୋଇପାରେ ଠୋସ୍ ନିଷ୍ପତ୍ତି
  • କର୍ମ ନିଯୁକ୍ତି ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଇପାରେ
  • ରେଳ ବଜେଟ୍‌ରେ ଓଡ଼ିଶାକୁ ଅଧିକ ପାଣ୍ଠି ମିଳିବା ଆଶା
  • ଖୋର୍ଦ୍ଧା-ବଲାଙ୍ଗିର, ତାଳଚେର-ବିମଳାଗଡ଼ ରେଳ ପ୍ରକଳ୍ପ ଉପରେ ନଜର ରହିଛି