• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭାରତରେ ଇଣ୍ଟରନେଟ୍‌ ସବୁଠୁ ଶାସ୍ତା । ସାରା ବିଶ୍ୱର ଇଣ୍ଟରନେଟ୍‌ ଶୁଳ୍କ ସହ ଭାରତର ଇଣ୍ଟରନେଟ୍‌ ଶୁଳ୍କକୁ ଯଦି ଦେଖିବା ତେବେ ଭାରତରେ ଏହା ସବୁଠୁ ଶାସ୍ତା । ଡିଜିଟାଲ ଇଣ୍ଡିଆ ପାଇଁ ଶସ୍ତା ଇଣ୍ଟରନେଟ ଲାଭଦାୟକ ହେବ । ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ୬୩୦ ବିଲିୟନ ଡଲାରକୁ ବୃଦ୍ଧି ପାଇଛି । ବିଶ୍ୱରେ ଭାରତ ଏବେ ଦ୍ରୁତ ବିକଶିତ ଆର୍ଥିକ ଶକ୍ତି ହୋଇପାରିଛି ।

ବିଶ୍ୱରେ ସର୍ବାଧିକ ମୋବାଇଲ ଉତ୍ପାଦନ ଏବେ ଭାରତରେ ହେଉଛି । ଆଗକୁ ହାଇେୱେ, ରେଲୱେ, ଏୟାରୱେଜ୍ ଏକାଠି କାମ କରିବେ । ଏବେ ଦେଶର ଜାତୀୟ ରାଜପଥ ୧.୪୦ ଲକ୍ଷ କିଲୋମିଟରକୁ ବୃଦ୍ଧି ପାଇଛି । ଲଦାଖରେ ବିଶ୍ୱର ସର୍ବାଧିକ ଉଚ୍ଚତାରେ ଚଳାଚଳ କ୍ଷମ ରାସ୍ତା କରାଯାଇଛି ।  ନୂଆ ରେଳ ଲାଇନ ଓ ବିଦ୍ୟୁତକରଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲୁଛି । ପ୍ରତିରକ୍ଷା ଉତ୍ପାଦନରେ ଆତ୍ମନିର୍ଭର ବଢୁଛି । ମେକ୍ ଇନ୍ ଇଣ୍ଡିଆକୁ ପ୍ରାଥମିକତା ଦିଆଯାଉଛି । ୨୮ଶହରୁ ଅଧିକ ପ୍ରତିରକ୍ଷା ଉପକରଣ ସୂଚୀ ଜାରି କରାଯାଇଛି । ଏହି ୨୮ଶହ ଉପକରଣ ବିଦେଶରୁ ନକିଣି, ଦେଶରେ ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି ।

ଅନ୍ୟପଟେ ଦେଶରେ କୃଷି କ୍ଷେତ୍ର ୨୦୨୦-୨୧ରେ ୩.୬ ପ୍ରତିଶତ ବଢିଥିବା ବେଳେ ୨୦୨୧-୨୨ରେ ୩.୯ ପ୍ରତିଶତ ବଢିବା ଆଶା କରାଯାଉଛି । କରୋନା ମାଡ଼ରେ ବିପର୍ଯ୍ୟସ୍ତ ସେବା କ୍ଷେତ୍ର ଗତବର୍ଷ ୮.୪ ପ୍ରତିଶତ ଅଭିବୃଦ୍ଧି ହାସଲ କରିଥିବା ବେଳେ ଚଳିତ ଆର୍ଥିକ ବର୍ଷରେ ଏହା ୮.୨ ପ୍ରତିଶତ ହେବ ଆକଳନ କରାଯାଇଛି ।

ସେହିପରି ଶିଳ୍ପ କ୍ଷେତ୍ରରେ ଅଭିବୃଦ୍ଧି ହାର ୧୧.୮ ପ୍ରତିଶତ ରହବ ବୋଲି ଆକଳନ କରାଯାଇଛି । ଦେଶର ଷ୍ଟାଟ-ଅପ୍ କ୍ଷେତ୍ରରେ ଆଖି ଦୃଶିଆ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି । ୨୦୧୬-୧୭ ବର୍ଷରେ ଷ୍ଟାଟ-ଅପ୍ ସଂଖ୍ୟା ମାତ୍ର ୭୩୩ ଥିବା ବେଳେ ୨୦୨୧-୨୨ରେ ଏହା ୧୪ ହଜାରକୁ ବୃଦ୍ଧି ପାଇଛି । ଗତ ଆର୍ଥିକ ବର୍ଷ ତୁଳନାରେ ଟିକସ ଆଦାୟ ପରିମାଣ ପ୍ରାୟ ୬୭ ପ୍ରତିଶତ ବୃଦ୍ଧି ଘଟିଛି ।