/odishatv-khabar/media/post_attachments/uploadimage/library/16_9/16_9_0/e_passport_1643702457.jpg)
e passport
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି, ଯେଉଁଥିରେ ସେ ଅନେକ ବଡ଼ ବଡ଼ ଘୋଷଣା କରିଛନ୍ତି । ଯୁବଗୋଷ୍ଠୀଙ୍କ ଠାରୁ ଆରମ୍ଭ କରି ରେଳ ପର୍ଯ୍ୟନ୍ତ ସମସ୍ତଙ୍କ ଭାଗ୍ୟରେ କିଛି ନା କିଛି ପଡ଼ିଛି । ତେବେ ସାଧାରଣ ନାଗରିକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ୨୦୨୨-୨୩ ବର୍ଷରୁ ଇ-ପାସପୋର୍ଟ ବ୍ୟବସ୍ଥା କରାଯିବ । ଭବିଷ୍ୟତକୁ ଦେଖି ଇ-ପାସପୋର୍ଟରେ ଏକ ଆଧୁନିକ ଚିପ୍ ସଂଯୋଗ କରାଯିବ । ଏହାସହ ପାସପୋର୍ଟ ସେବା କେନ୍ଦ୍ରକୁ ନବୀକରଣ କରାଯିବ ଏବଂ ନୂତନ ଟେକ୍ନୋଲୋଜି ଆଧାରିତ ପାସପୋର୍ଟ ସେବା ଯୋଗାଇବା ପାଇଁ ବ୍ୟୟବରାଦ କରାଯିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ।
Issuance of E-passports will be rolled out in 2022-23 to enhance convenience for citizens: Finance Minister Nirmala Sitharaman #Budget2022pic.twitter.com/4YIIZFc6dP
— ANI (@ANI) February 1, 2022
ଏହା ବ୍ୟତୀତ ଅର୍ଥମନ୍ତ୍ରୀ ବଜେଟରେ ଅନ୍ୟାନ୍ୟ କ୍ଷେତ୍ର ପାଇଁ ଅନେକ ବଡ଼ ଘୋଷଣା ମଧ୍ୟ କରିଛନ୍ତି।
• ଆଗାମୀ ତିନି ବର୍ଷରେ ୪୦୦ ବନ୍ଦେ ଭାରତ ଟ୍ରେନ୍ ଚାଲିବ
• ସମସ୍ତଙ୍କ ଗମନାଗମନ ବ୍ୟବସ୍ଥା ପାଇଁ ପିଏମ୍ ଗତିଶକ୍ତି
• ୫ଟି ନୂଆ ନଦୀ ସଂଯୋଗୀକରଣର ଯୋଜନା ରହିଛି
• ନୀଳାଚଳ ଇସ୍ପାତ ନିଗମ ଲି. ବିନିବେଶ ଚୂଡ଼ାନ୍ତ କରାଯାଇଛି
• ସମାଜର ସବୁ ବର୍ଗର ଲୋକଙ୍କ ଉନ୍ନତି ପାଇଁ ବଜେଟରେ ବ୍ୟବସ୍ଥା କରାଯାଇଛି
• ସମସ୍ତ ଗମନାଗମନ ବ୍ୟବସ୍ଥା ପାଇଁ ପିଏମ୍ ଗତିଶକ୍ତି ଆରମ୍ଭ ହେଉଛି
• ରେଲ୍, ରୋଡ୍, ଏୟାରେୱେଜ୍ , ୱାଟରେ ୱେଜ୍ ପାଇଁ ପିଏମ୍ ଗତିଶକ୍ତି
• ଲୋକଙ୍କୁ ନିର୍ବିଘ୍ନ ଯାତାୟତ ପାଇଁ ସରକାର ପ୍ରାଧାନ୍ୟ ଦେଉଛନ୍ତି
• ଚାଷୀଙ୍କୁ ଉତ୍ପାଦ ଖାଦ୍ୟ ପାଇଁ ୨.୩୭ ଲକ୍ଷ କୋଟି ଟଙ୍କା ପ୍ରଦାନ କରାଯିବ
• ଫସଲ ନିରୀକ୍ଷଣ, ରୋଗପୋକ ନିୟନ୍ତ୍ରଣ ପାଇଁ ଡ୍ରୋନ୍ ଉପଯୋଗ ହେବ
• ୫ଟି ନୂଆ ନଦୀ ସଂଯୋଗୀକରଣ ପ୍ରକଳ୍ପ ପାଇଁ ବଜେଟରେ ବ୍ୟବସ୍ଥା
• ୨୦୨୨-୨୩ରେ ଆଉ ୨୫ ହଜାର କିମି ହାଇୱେ ନିର୍ମାଣ ଲକ୍ଷ୍ୟ
• ସ୍କୁଲ ପିଲାଙ୍କ ପାଇଁ ପିଏମ୍-ଇ-ବିଦ୍ୟା କାର୍ଯ୍ୟକ୍ରମ ଆରମ୍ଭ ହେବ
• ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଠପଢ଼ା ଟିଭି ଜରିଆରେ ହେବ
• ଆଞ୍ଚଳିକ ଭାଷାରେ ପିଲାଙ୍କ ପାଠପଢ଼ା ପାଇଁ ୨ଶହ ଚ୍ୟାନେଲ ହେବ
• ନେସନାଲ ଟେଲି ମେଣ୍ଟାଲ ହେଲଥ କାର୍ଯ୍ୟକ୍ରମ ଆରମ୍ଭ କରାଯିବ
• ନିମହାନ୍ସ ସହାୟତାରେ ଆରମ୍ଭ କରାଯିବ ଟେଲି ମେଣ୍ଟାଲ ହେଲ୍ଥ
• ଅଙ୍ଗନବାଡ଼ିକୁ ଅଧିକ ସୁଦୃଢ଼ କରାଯିବ, ହେବ ସକ୍ଷମ- ଅଙ୍ଗନବାଡ଼ି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)