• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Mahashivaratri
ମହାଶିବରାତ୍ରି ଶୋଭାଯାତ୍ରାରେ କରେଣ୍ଟ ଲାଗି ୧୪ ଶିଶୁ ଗୁରୁତର, ଜଣେ ୧୦୦ % ଆଉ ଜଣେ ୫୦% ଜଳିଯାଇଛନ୍ତି

କୁନି କୁନି ପିଲାମାନେ ପ୍ରସେସନ୍‌ରେ ନାଚ ଗୀତ କରୁଥିବା ବେଳେ ଏହି ଅଘଟଣ ଘଟିଛି । ହାଇ ଭୋଲଟେଜ୍‌ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ ପିଲାମାନେ ।

13-Year-Old Boy
ଦିନକ ପାଇଁ ୧୩ ବର୍ଷର କୁନି ପିଲା ହେଲା ପୋଲିସ ଅଧିକାରୀ; ଜାଣନ୍ତୁ କାହିଁକି...

ଦିନେ ସ୍ୱପ୍ନ ଦେଖୁଥିଲେ, ଏବେ ସତ ହେଲା । ୧୩ ବର୍ଷର କୁନି ପିଲା ହେଲା ପୋଲିସ ଅଧିକାରୀ । କୁନି ପିଲାର ଇଚ୍ଛାକୁ ପୂରଣ କଲେ ବେଙ୍ଗାଲୁରୁ ସିଟିର ପୋଲିସ ଅଧିକାରୀ । 

Black Ant
ଅସହ୍ୟ ହେଲା ପିମ୍ପୁଡ଼ିମାନଙ୍କ ଉତ୍ପାତ, ଘର ଛାଡ଼ିବାକୁ ବାଧ୍ୟ ହେଲେ ପରିବାର

ଯଦି ଆପଣଙ୍କୁ କୁହାଯାଏ, ପିମ୍ପୁଡ଼ିଙ୍କ ପାଇଁ ଘର ଛାଡ଼ିବାକୁ ପଡ଼ିଲା.. ତେବେ ଆପଣ ବିଶ୍ୱାସ କରିବେ କି । ନୁହେଁ ନା । ମଧ୍ୟପ୍ରଦେଶର ଏ ଘଟଣା ଆପଣଙ୍କୁ ବିଶ୍ୱାସ ହେବ ନାହିଁ । ପିମ୍ପୁଡ଼ିମାନଙ୍କର ଉତ୍ପାତ ପାଇଁ ଗୋଟେ ପରିବାରକୁ ଘର ଛାଡ଼ିବାକୁ ପଡ଼ିଛି ।

PM Modi
ମୋଦିଙ୍କ ମୁହଁରେ ପୁଣି କୋଣାର୍କ ଗାଥା, ସେବେଠୁ ଭାରତୀୟଙ୍କ ଭିତରେ ଅଛି ଆଧୁନିକ ଫ୍ୟାସନର ଛାପ

କୋଣାର୍କ ସୂର୍ଯ୍ୟମନ୍ଦିର ନିର୍ମାଣ ସମୟରେ ମଧ୍ୟ ଭାରତୀୟଙ୍କ ଭିତରେ ଥିଲା ଆଧୁନିକ ଫ୍ୟାସନ ଡିଜାଇନିଂର ଜ୍ଞାନ । ନ୍ୟାସନାଲ୍ କ୍ରିଏଟର୍ସ ଆୱାର୍ଡ ପ୍ରଦାନ ଅବସରରେ କିଛି ଏଭଳି ତଥ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

TDP-Jana Sena alliance with BJP
ଆନ୍ଧ୍ରରେ ବଦଳିବ ରାଜନୈତିକ ସମୀକରଣ; ଏକାଠି ଲଢିବେ ବିଜେପି-ଟିଡିପି-ଜନସେନା !

ଆନ୍ଧ୍ରରେ ଡବଲ ଇଞ୍ଜିନ ସରକାର ଆଗକୁ ବଢିବ ଓ ସୁଶାସନ ଆଣିବ ବୋଲି ଟିଡିପି ପକ୍ଷରୁ କୁହାଯାଇଛି ।ଆନ୍ଧ୍ରରେ ମୁଖ୍ୟମନ୍ତ୍ରୀ ଥିବା ବେଳେ ଚନ୍ଦ୍ରବାବୁ ଏନଡିଏର ହାତ ଛାଡିଥିଲେ। ରାଜ୍ୟକୁ ଅର୍ଥ ଆବଣ୍ଟନକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଏନଡିଏରୁ ବିଦାୟ ନେଇଥିଲେ ।

Parliament
ଇନଫୋସିସ ଫାଉଣ୍ଡେସନ ମୁଖ୍ୟ ରାଜ୍ୟସଭାକୁ ମନୋନୀତ, ବିଭିନ୍ନ କ୍ଷେତ୍ରରେ ରହିଛି ଅବଦାନ

ପ୍ରସିଦ୍ଧ ଶିଳ୍ପପତି ତଥା ଇନଫୋସିସର ଚେୟାରମ୍ୟାନ ନାରାୟଣ ମୂର୍ତ୍ତିଙ୍କ ପତ୍ନୀ ସୁଧା ମୂର୍ତ୍ତିଙ୍କୁ ରାଜ୍ୟସଭା ପାଇଁ ମନୋନୀତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଇନଫୋସିସର ଫାଉଣ୍ଡେସନ ହେଡ ଅଛନ୍ତି ସୁଧା ମୂର୍ତ୍ତି ।

before wedding
ନୃଶଂସ ବାପାର ବର୍ବର କାଣ୍ତ; ବିବାହ ପୂର୍ବରୁ ପୁଅକୁ ଛୁରୀ ଭୁସି ହତ୍ୟା କଲା...

ପାରିବାରିକ କଳହ ନେଲା ମୁଣ୍ଡ । ବିବାହର ଦିନକ ପୂର୍ବରୁ ପୁଅକୁ ହତ୍ୟା କଲା ବାପା । ଏମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି ଦିଲ୍ଲୀରୁ ।

Water crisis
ବେଙ୍ଗାଲୁରୁରେ ଜଳ ସଂକଟ: ବନ୍ଦ ରହିବ ସ୍କୁଲ, ଧୋଇ ପାରିବେନି କାର୍

ସହର ଏବଂ ଏହାର ଆଖପାଖ ଅଂଚଳରେ ଥିବା ପ୍ରାୟ ୩ହଜାରରୁ ଅଧିକ ବୋରୱେଲ ଶୁଖିଯାଇଛି। କର୍ଣ୍ଣାଟକର ବିଭିନ୍ନ ଅଞ୍ଚଳରେ ପାଣି ଶୁଖିଯାଇଥିବାରୁ ଏହାକୁ ମରୁଡି ଅଂଚଳ ଭାବେ ଘୋଷଣା କରିଛନ୍ତି ସରକାର। ସ୍ଥିତି ଏପରି ହୋଇଯାଇଛି ଯେ ପାଣି ଏବେ ଅମୂଲ ମୂଲ ହୋଇପଡିଛି।

Modi announces reduction in LPG cylinder price
ମହିଳା ଦିବସରେ ମୋଦିଙ୍କ ଭେଟି...୧୦୦ଟଙ୍କା କମିଲା ରନ୍ଧନ ଗ୍ୟାସ ଦର

ମହିଳା ଦିବସରେ ରନ୍ଧନ ଗ୍ୟାସ ଦର ୧୦୦ ଟଙ୍କା ହ୍ରାସ କରିଛନ୍ତି କେନ୍ଦ୍ର ସରକାର । ଏନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Congress holds CEC meet
କଂଗ୍ରେସର ପ୍ରାର୍ଥୀ ଚୟନ ପାଇଁ ଜୋରଦାର କସରତ, ଦିଲ୍ଲୀ ମୁଖ୍ୟାଳୟରେ ପ୍ରଥମ CEC ବୈଠକ

ଜେପି ୧୯୫ ଜଣିଆ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଥିବା ବେଳେ, କଂଗ୍ରେସ ମଧ୍ୟ ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା କରିବ ବୋଲି କହିଛନ୍ତି ଦଳୀୟ ନେତା।

Narendra Modi
କିଏ ଏହି କାଶ୍ମୀର ଯୁବକ, ଯିଏ ମୋଦିଙ୍କ ସହ ନେଲେ ସେଲ୍‌ଫି

ନାଜିମ ପିଏମ ମୋଦୀଙ୍କ ସହ ସେଲଫି ନେବାକୁ ଇଚ୍ଛା ପ୍ରକାଶ କରିଥିଲେ। ପିଏମ ମୋଦୀ ଏହି ଯୁବକଙ୍କର ଇଚ୍ଛା ପୂରଣ କରିଥିଲେ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହି ସେଲଫି ମଧ୍ୟ ସେୟାର କରିଥିଲେ।

Family Court
‘ପତ୍ନୀଙ୍କ ଏଭଳି ଆଚରଣ ଗ୍ରହଣଯୋଗ୍ୟ ନୁହେଁ, ଏହା ଆମ ସଂସ୍କୃତିରେ ନାହିଁ’

ସୂଚନାଯୋଗ୍ୟ, ଏହି ଦମ୍ପତି ୨୦୦୭ ମସିହାରେ ବିବାହ କରିଥିଲେ । ଉଭୟଙ୍କର ମଧ୍ୟ ଏକ ସନ୍ତାନ ଅଛି । ପତ୍ନୀଙ୍କ ଉପରେ ସ୍ୱାମୀଙ୍କ କ୍ରୁରତା କାରଣରୁ ଅଦାଲତ ପତ୍ନୀଙ୍କ ଆବେଦନ ଅନୁସାରେ ଛାଡ଼ପତ୍ରକୁ ମଞ୍ଜୁରୀ ଦେଇଥିଲେ ।

  • Thursday, 07 March 2024
  • Court
3 Feet Doctor
ଡାକ୍ତର ବାବୁଙ୍କ ଉଚ୍ଚତା ୩ ଫୁଟ୍‌, ମେଡିକାଲ ପଢ଼ିବାକୁ ମିଳିନଥିଲା ଅନୁମତି...

ଗଣେଶ ବରେୟା ଗୁଜୁରାଟର ଭବନଗର ସରକାରୀ ଡାକ୍ତରଖାନାରେ ଏବେ ଡାକ୍ତର ଭାବେ କାର୍ଯ୍ୟରତ।

INS Kolkata
ଜାହାଜ ଉପରେ ମିସାଇଲ ଆକ୍ରମଣ, ୨୧ ଜଣଙ୍କୁ ଉଦ୍ଧାର କଲା ଭାରତୀୟ ନୌସେନା

ବିଗତ କିଛି ଦିନ ହେବ ଲୋହିତ ସାଗରରେ କମୁନି ହୁତି ବିଦ୍ରୋହୀଙ୍କ ଉତ୍ପାତ। ବାରମ୍ବାର ଚେତାବନୀ ପରେ ବି ମାନୁନାହାନ୍ତି ବିଦ୍ରୋହୀ ଗୋଷ୍ଠୀ।

Sub Inspector Arrested
ପୋଲିସ ପରୀକ୍ଷାର ଟପ୍ପର୍‌ ଏବେ ପୋଲିସ ହାଜତରେ..

ମାଙ୍କଡ଼ ହାତରେ ଶାଳଗ୍ରାମ। ଯାହାକୁ ଗର୍ବରେ ମୁଣ୍ତରେ ମୁକୁଟ ପିନ୍ଧାଇ ହିରୋ ଭାବେ ବସାଇଥିଲେ। ସେ ହିଁ ବାହାରିଲା ଠକ। ପୋଲିସ ପରୀକ୍ଷାରେ ଟପ୍‌ କରିଥିବା ଯୁବକ ଏବେ ଜେଲ୍‌ କୋଠରୀରେ ଦିନ କାଟୁଛି।

Amit Shah
୨୦୨୪ ଲୋକସଭା ନିର୍ବାଚନ ନିର୍ଦ୍ଧାରଣ କରିବ ଭାରତର ଭବିଷ୍ୟତ: ଅମିତ ଶାହ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦୂରଦୃଷ୍ଟି ସମ୍ପନ୍ନ ପ୍ରଧାନମନ୍ତ୍ରୀ ଭାବରେ ବର୍ଣ୍ଣନା କରି ଗୃହମନ୍ତ୍ରୀ କହିଛନ୍ତି ଯେ ୨୦୪୭ ସୁଦ୍ଧା ଭାରତକୁ ଏକ ସଂପୂର୍ଣ୍ଣ ବିକଶିତ ରାଷ୍ଟ୍ର ଭାବରେ ବିଶ୍ୱଗୁରୁ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

Polio Vaccine
ଜମିଥିଲା ୫ ଫୁଟ୍‌ର ବରଫ, ଖାତିର କଲେନି...ଚାଲି ଚାଲି ପହଞ୍ଚାଇଲେ ପୋଲିଓ ଟିକା

ଜଣେ ସ୍ୱାସ୍ଥ୍ୟକର୍ମୀ ୫ ଫୁଟ୍‌ ଗଭୀର ବରଫ ମଧ୍ୟରେ ଯାଇ ଶିଶୁଙ୍କ ନିକଟରେ ପୋଲିଓ ଟିକା ପହଞ୍ଚାଇଥିଲେ।

Leopard
ମୋବାଇଲ ଦେଖୁଥିଲା ଶିଶୁ; ଏତିକି ବେଳେ ପଶି ଆସିଲା ବାଘ, ତାପରେ....

ବାଘକୁ ଘରେ ପୂରାଇ ବାହାରୁ କବାଟ ବନ୍ଦ କରିଦେଲା ୧୨ ବର୍ଷର ଶିଶୁ।

Andhra Pradesh
ବିହାର, ଓଡ଼ିଶା ପରେ ଏବେ ଆନ୍ଧ୍ର ପାଳି; ମେଣ୍ଟ ଦିଗରେ ବଢ଼ୁଛି ବିଜେପି

୨୦୧୮ରେ ବିଜେପିର ହାତ ଛାଡ଼ିଥିବା ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ପୁଣି ଥରେ ଏନଡିଏ ସହ ସାମିଲ ହୋଇପାରେ। ସେହିପରି ଫିଲ୍ମ ଷ୍ଟାରରୁ ରାଜନେତା ପାଲଟିଥିବା ପୱନ୍ କଲ୍ୟାଣଙ୍କ ଜନସେନା ଟିଡିପି ସହ ମିଶି ଆନ୍ଧ୍ର ନିର୍ବାଚନ ଲଢ଼ିପାରେ।

gold necklace
Gold Price Today 7th March 2024: ସୁନା କିଣିବା ପୂର୍ବରୁ ଜାଣନ୍ତୁ ଆଜି କେତେ ରହିଛି ଦାମ୍

ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୫,୫୬୦ ଟଙ୍କା ହୋଇଛି।

AI Teacher
ଶିକ୍ଷା କ୍ଷେତ୍ରରେ ବଡ଼ ସଫଳତା; କ୍ଲାସରୁମ୍‌ରେ ପାଠ ପଢ଼ାଉଛନ୍ତି AI ଦିଦି, ଭିଡିଓ ଭାଇରାଲ୍‌..

ପିଲାଙ୍କୁ ପାଠ ପଢ଼ାଉଛନ୍ତି AI ଶିକ୍ଷକ। ଯାହାର ଭିଡିଓ ଏବେ ବେଶ୍‌ ଭାଇରାଲ ହେବାରେ ଲାଗିଛି। କଥାଟି ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ। ହେଲେ ଘଟଣାଟି ସମ୍ପୂର୍ଣ୍ଣ ଭାବେ ସତ। ଦେଖନ୍ତୁ ଭିଡିଓ..

Board exam
ପିଲାଙ୍କୁ କପି ଦେବାକୁ କାନ୍ଥ ଡେଇଁଲେ ଅଭିଭାବକ

ମାଟ୍ରିକ ପରୀକ୍ଷାର୍ଥୀଙ୍କୁ କପି ଯୋଗାଇବାକୁ ଭିନ୍ନ ତରିକା । କାନ୍ଥ ଡେଇଁବାକୁ ବି ଡରୁନାହାନ୍ତି ଲୋକେ । ଅଭିଭାବକମାନେ ସେମାନଙ୍କ ପିଲାମାନଙ୍କୁ କପି ଯୋଗାଇବା ପାଇଁ କାନ୍ଥ ଡେଉଁଛନ୍ତି ।

Matric Exam
କପି ଯୋଗାଇବାର ନୂଆ ତରିକା; କାନ୍ଥ ଡେଇଁଲେ ଲୋକେ..ଭିଡିଓ ଭାଇରାଲ

ଅଭିଭାବକ ମାନେ ସେମାନଙ୍କ ପିଲା ମାନଙ୍କୁ କପି ଯୋଗାଇବା ପାଇଁ କାନ୍ଥ ଡେଉଁଛନ୍ତି।

Khelo India Medal Winners
ଖୁସି ଖବର...ଖେଲୋ ଇଣ୍ଡିଆ ବିଜେତାଙ୍କୁ ମିଳିବ ସରକାରୀ ଚାକିରି...

ଖେଲୋ ଇଣ୍ଡିଆ ମେଡାଲ ବିଜେତାଙ୍କୁ ମିଳିବ ସରକାରୀ ନିଯୁକ୍ତି । ସରକାରୀ ନିଯୁକ୍ତି ଲାଗି ଆବେଦନ କରିପାରିବେ କ୍ରୀଡ଼ାବିତ୍ । କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ବିଭାଗ କଲା ଘୋଷଣା । 

NDA
ବଢୁଛି NDAର ଶକ୍ତି; ପୁରୁଣା, ନୂଆ ସହଯୋଗୀଙ୍କୁ ନିଜ ଆଡ଼କୁ ଟାଣୁଛି ବିଜେପି

ବଢୁଛି ଏନଡିଏର କଳେବର । ମୋଦିଙ୍କ ମିଶନ ଅବ୍ କି ବାର୍ ଚାର୍ ସୋ ପାର୍ କୁ ପୂରଣ କରିବା ପାଇଁ ବିଜେପିର ବଡ଼ ଷ୍ଟ୍ରାଟେଜି ।