୨୦୨୪ ଲୋକସଭା ନିର୍ବାଚନର ଫଳାଫଳ ସ୍ପଷ୍ଟ ହୋଇଯାଇଛି। ଜନସାଧାରଣଙ୍କ ମନରେ ଯାହା ଥିଲା ତାହା ଏବେ ସାମ୍ନାକୁ ଆସିଛି। ବିରୋଧୀ ମେଣ୍ଟ ଇଣ୍ଡିଆ ଏଥର ବେଶ୍ ଭଲ ପ୍ରଦର୍ଶନ କରିଛି । ଏହାରି ଭିତରେ ଗୋଟିଏ ନାଁକୁ ନେଇ ଏବେ ସବୁଠି ଚର୍ଚ୍ଚା, ଆଉ ସେହି ନାଁ ହେଉଛି ଶମ୍ଭାଭୀ ଚୌଧୁରୀ।
LJP ପ୍ରାର୍ଥୀ ଶମ୍ଭାଭୀ ଚୌଧୁରୀ ସମଷ୍ଟିପୁର ସଂରକ୍ଷିତ ଲୋକସଭା ଆସନରେ ବିଜୟ ଲାଭ କରିଛନ୍ତି । ତେବେ ଶମ୍ଭାଭୀଙ୍କୁ ମାତ୍ର ଏବେ ୨୫ ବର୍ଷ। ଏହି ନିର୍ବାଚନରେ ଶମ୍ବାଭୀ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସନ୍ନି ହଜାରୀଙ୍କୁ ବିପୁଳ ବ୍ୟବଧାନରେ ପରାସ୍ତ କରି ଦେଶର ସର୍ବ କନିଷ୍ଠ ତଥା ପ୍ରଥମ ମହିଳା ସାଂସଦ ହୋଇପାରିଛନ୍ତି । ଶମ୍ଭାଭୀ ୧ ଲକ୍ଷ ୮୭ ହଜାର ୫୩୭ ଭୋଟରେ ଜିତିଛନ୍ତି । ଶମ୍ଭାଭୀ ତାଙ୍କ ବିଜୟ ପାଇଁ ସମଷ୍ଟିପୁରବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହା ମଧ୍ୟ କହିଛନ୍ତି ଯେ ଆମେ ନିଶ୍ଚିତ ଭାବରେ ପ୍ରତିଶ୍ରୃତି ଦେବୁ ଯେ ସମଷ୍ଟିପୁରବାସୀ ସଠିକ୍ ନିଷ୍ପତ୍ତି ନେଇଛନ୍ତି ଏବଂ ଆମେ ସେମାନଙ୍କର ସମସ୍ତ ଆଶା ପୂରଣ କରିବାକୁ ଚେଷ୍ଟା କରିବୁ ।
Also Read
ସେ ଆହୁରି ମଧ୍ୟ କହିଛନ୍ତି ଯେ , ‘ଆମେ ବିଶ୍ବାସ କରୁ ଯେ ୫ ହଜାର ଭୋଟରେ ଜିତିବା ଯାହା ୧୦ ହଜାର ଭୋଟରେ ଜିତିବା ମଧ୍ୟ ତାହା, କିନ୍ତୁ ସମଷ୍ଟିପୁରର ଲୋକମାନେ ଆମକୁ ପାଖାପାଖି ୨ ଲକ୍ଷ ଭୋଟ ବ୍ୟବଧାନରେ ଜିତାଇଛନ୍ତି । ଏହା କେବଳ ନିର୍ବାଚନର ବିଜୟ ନୁହେଁ। ଆମେ ବିଶ୍ୱାସ କରୁଛୁ ଯେ ଲୋକମାନେ ଆମ ହୃଦୟରେ ଏକ ସ୍ଥାନ ତିଆରି କରିଛନ୍ତି । ’
ଶମ୍ଭାଭୀ ଚୌଧୁରୀ କହିଛନ୍ତି ଯେ, ‘ ଯେତେବେଳେ ମୁଁ ନିର୍ବାଚନ ଲଢିବା ପାଇଁ ନିଷ୍ପତ୍ତି ନେଲି, ସେତେବେଳେ ସମଷ୍ଟିପୁରବାସୀଙ୍କୁ ମୋତେ ଝିଅ ଭାବରେ ଗ୍ରହଣ କରି ଆଶୀର୍ବାଦ କରିବାକୁ ନିବେଦନ କରିଥିଲି । ଆଜି ମୋତେ ସମଷ୍ଟିପୁରବାସୀ ଝିଅ ଭାବରେ ଗ୍ରହଣ କରିଛନ୍ତି । ସମଷ୍ଟିପୁରର ଲୋକମାନେ ମୋଦିଙ୍କ ନେତୃତ୍ୱରେ ବିଶ୍ୱାସ କରନ୍ତି । ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱରେ ମଧ୍ୟ ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି । ବିହାରରେ ଆମ ଦଳର ଶତପ୍ରତିଶତ ଷ୍ଟ୍ରାଇକ୍ ହାରରେ ଜିତିଛି । ୫ଟି ସିଟ୍ ମଧ୍ୟରୁ ଆମେ ୫ଟି ଜିତିଛୁ । ଲୋକଙ୍କର ପୁରା ବିଶ୍ବାସ ଆମ ଉପରେ ରହିଛି । ’