/odishatv-khabar/media/post_attachments/uploadimage/library/16_9/16_9_0/IMAGE_1717403806.jpg)
Milk Price Hike
ଅମୁଲ ପରେ କ୍ଷୀର ଦର ବଢ଼ାଇଲା ମଦର ଡାଏରୀ । ଦେଶର ପ୍ରମୁଖ କ୍ଷୀର ଉତ୍ପାଦନକାରୀ କମ୍ପାନୀ ମଦର ଡାଏରୀ ଲିଟର ପିଛା କ୍ଷୀର ମୂଲ୍ୟରେ ୨ ଟଙ୍କା ବୃଦ୍ଧି କରିଛି । ଆଜିଠୁ(ସୋମବାର) ଏହି ନୂଆ ଦର ସାରା ଦେଶରେ ଲାଗୁ ହୋଇଛି । ମଦର ଡାଏରୀ ପୂର୍ବରୁ ଅମୁଲ ମଧ୍ୟ ରବିବାର କ୍ଷୀର ଦର ବୃଦ୍ଧି କରିଥିଲା ।
ଦିଲ୍ଲୀ-ଏନସିଆରରେ ମଦର ଡାଏରୀ ଫୁଲ୍ କ୍ରିମ୍ କ୍ଷୀର ବର୍ତ୍ତମାନ ଲିଟର ପିଛା ୬୮ ଟଙ୍କାରେ ବିକ୍ରି ହେଉଥିବା ବେଳେ ଟୋନଡ୍ ଓ ଡବଲ ଟୋନଡ୍ କ୍ଷୀର ଲିଟର ପିଛା ୫୬ ଓ ୫୦ ଟଙ୍କା ରହିଛି । ମଇଁଷି କ୍ଷୀର ଲିଟର ପିଛା ୭୨ ଓ ଗାଈ କ୍ଷୀର ଲିଟର ପିଛା ୫୮ ଟଙ୍କା ରହିଛି ।
କ୍ଷୀର ଦର ବୃଦ୍ଧି ପରେ କମ୍ପାନୀ କହିଛି ଯେ, ଜୁନ୍ ୩, ୨୦୨୪ ପରଠାରୁ ସମସ୍ତ ଅପରେଟିଂ ମାର୍କେଟରେ ଏହାର ତରଳ କ୍ଷୀର ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି କରାଯାଇଛି । ବର୍ଷେରୁ ଅଧିକ ସମୟ ଧରି ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ପାଇବାକୁ ଲାଗିଛି । ଉତ୍ପାଦକମାନଙ୍କୁ କ୍ଷତିପୂରଣ ଭରିବା ପାଇଁ କମ୍ପାନୀ ଦର ବୃଦ୍ଧି କରିଛି ।
କମ୍ପାନୀ ଆହୁରି କହିଛି ଯେ, ଗତ କିଛି ମାସ ମଧ୍ୟରେ କ୍ରୟ ମୂଲ୍ୟ ଅଧିକ ହୋଇଥିଲେ ମଧ୍ୟ ଗ୍ରାହକଙ୍କ ମୂଲ୍ୟ ବଜାୟ ରହିଥିଲା । କୌଣସି ପ୍ରକାର ଦର ବୃଦ୍ଧି କରାଯାଉ ନଥିଲା । ତାପମାତ୍ରା ବୃଦ୍ଧି କାରଣରୁ ଦୁଗ୍ଧ ଉତ୍ପାଦନ ଅଧିକ ପ୍ରଭାବିତ ହୋଇପାରେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ମଦର ଡାଏରୀ ପ୍ରତିଦିନ ଦିଲ୍ଲୀ-ଏନ୍ସିଆରରେ ୩୫ ଲକ୍ଷ ଲିଟର କ୍ଷୀର ବିକ୍ରି କରିଥାଏ । ତେବେ କମ୍ପାନୀ ଶେଷ ଥର ପାଇଁ ଫେବ୍ରୁଆରୀ ୨୦୨୩ରେ ଦର ବୃଦ୍ଧି କରିଥିଲା ।
ଏହାପୂର୍ବରୁ ରବିବାର ଦିନ ଅମୁଲ କ୍ଷୀରର ମୂଲ୍ୟ ବୃଦ୍ଧି କରିଥିଲା । କମ୍ପାନୀ ଜୁନ୍ ୨ରୁ ସାରା ଦେଶରେ ଅମୁଲ କ୍ଷୀରର ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି କରିଛି । ଅମୁଲ ଗୋଲ୍ଡ, ଅମୁଲ ଶକ୍ତି ଓ ଅମୁଲ ଟି ସ୍ପେଶାଲ କ୍ଷୀରର ମୂଲ୍ୟ ବୃଦ୍ଧି କରାଯାଇଛି । ଏହି ପରିପ୍ରେକ୍ଷୀରେ ଅମୁଲ କହିଛି ଯେ କ୍ଷୀରର ମୂଲ୍ୟ ୩-୪ ପ୍ରତିଶତ ବୃଦ୍ଧି କରାଯାଇଛି । ଦର ପରିବର୍ତ୍ତନ ପରେ ଅମୁଲ ଗୋଲ୍ଡର ମୂଲ୍ୟ ପ୍ରତି ଲିଟର ୬୬ ଟଙ୍କା ଓ ଅମୁଲ ଟି-ସ୍ପେଶାଲର ମୂଲ୍ୟ ୬୪ ଟଙ୍କା ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)