Advertisment

ତାଜ୍‌ ଏକ୍ସପ୍ରେସରେ ଲାଗିଲା ନିଆଁ, ହୁତୁହୁତୁ ହୋଇ ଜଳିଗଲା ୩ଟି କୋଚ୍‌; ଦେଖନ୍ତୁ ଭିଡିଓ

ରେଲୱେ ଡିସିପିଙ୍କ ସୂଚନା ଅନୁସାରେ, ଆଜି ଅପରାହ୍ନ ୪ଟା ୪୧ରେ ଏକ୍ସପ୍ରେସରେ ନିଆଁ ଲାଗିଥିବା ସୂଚନା ମିଳିଥିଲା। ଟ୍ରେନଟି ଚହଲା ରେଳ ଷ୍ଟେସନ ପହଞ୍ଚିବା ପୂର୍ବରୁ ନିଆଁ ଲାଗିସାରିଥିଲା। ନିଆଁ ଲାଗିବା ପରେ ଟ୍ରେନକୁ ଅଟକାଇ ଦିଆଯାଇଥିଲା।

author-image
Sonali Ojha
ଅଦ୍ୟତନ ହୋଇଛି
Taj Express fire

Taj Express fire

ତାଜ୍ ଏକ୍ସପ୍ରେସରେ ଭୟଙ୍କର ଅଗ୍ନିକାଣ୍ଡ। ଆଜି ଅପରାହ୍ନରେ ଦିଲ୍ଲୀର ସରିତା ବିହାର ନିରକଟରେ ଏହି ଅଗ୍ନିକାଣ୍ଡ ଘଟିଛି। ଏକ୍ସପ୍ରେସର ୩ଟି କୋଚ୍‌ରେ ନିଆଁ ଲାଗି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ତୁରନ୍ତ ଦିଲ୍ଲୀ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା ଚଳାଇଛି। ତେବେ କୌଣସି ମୃତାହତ ଖବର ମିଳିନି।

Advertisment

ରେଲୱେ ଡିସିପିଙ୍କ ସୂଚନା ଅନୁସାରେ, ଏକ୍ସପ୍ରେସଟି ଦିଲ୍ଲୀ-ଆଗ୍ରା ମଧ୍ୟରେ ଚାଲିଥାଏ। ଆଜି ଅପରାହ୍ନ ୪ଟା ୪୧ରେ ଏକ୍ସପ୍ରେସରେ ନିଆଁ ଲାଗିଥିବା ସୂଚନା ମିଳିଥିଲା। ଟ୍ରେନଟି ଚହଲା ରେଳ ଷ୍ଟେସନ ପହଞ୍ଚିବା ପୂର୍ବରୁ ନିଆଁ ଲାଗିସାରିଥିଲା। ନିଆଁ ଲାଗିବା ପରେ ଟ୍ରେନକୁ ଅଟକାଇ ଦିଆଯାଇଥିଲା। ତୁରନ୍ତ ପାଞ୍ଚଟି ଅଗ୍ନିଶମ ବାହିନୀ ଘଟଣାସ୍ଥଳକୁ ପଠାଯାଇଥିଲା।

Advertisment

ଘଟଣାସ୍ଥଳରେ ତାଜ ଏକ୍ସପ୍ରେସ ଟ୍ରେନର ତିନିଟି କୋଚରେ ନିଆଁ ଲାଗିଥିବାର ଦେଖିବାକୁ ମିଳିଥିଲା। ଅଗ୍ନିଶମବାହିନୀ କର୍ମଚାରୀ ନିଆଁ ଲିଭାଇବା କାମ ଚଳାଇଛନ୍ତି। ନିଆଁ ଲାଗିବା ବେଳେ କୋଚ୍‌ରେ ଥିବା ସମସ୍ତ ଯାତ୍ରୀ ବଗିରୁ ଓହ୍ଲାଇଯାଇଥିଲେ ଅଥବା ଅନ୍ୟ କୋଚକୁ ଯାଇଥିଲେ । ସଂପୂର୍ଣ୍ଣ ନିଆଁ ଲାଗିବା ବେଳକୁ କୋଚ୍‌ଟି ଖାଲି ଥିଲା।

ତେବେ ନିଆଁ ଲାଗିବାର ପ୍ରକୃତ କାରଣ ଏଯାଏ ସ୍ପଷ୍ଟ ହୋଇନାହିଁ। ରେଳ ବିଭାଗର ଅଧିକାରୀ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି। ଖୁବଶୀଘ୍ର ନିଆଁ ଲାଗିବାର କାରଣ ଜଣାପଡିବ ଓ ତଦନ୍ତ ହେବ ବୋଲି ରେଲୱେ ଡିସିପି ସୂଚନା ଦେଇଛନ୍ତି।

Express Train Fire Breaks Out
Advertisment
Advertisment